May 19, 2024

ପାଟଭୁକ୍ତା ଙ୍କ ବିୟୋଗରେ ବରଦା ଗ୍ରାମରେ କ୍ୟାଣ୍ଡେଲ ଶୋଭାଯାତ୍ରା…..

Share

 

 

ଗଞ୍ଜାମ :ମାତ୍ର କିଛିଦିନ ତଳେ ସଡ଼କ ଦୃଘଟଣାରେ ମୃତ୍ୟୁ ବରଣ କରିଥିବା ପାଟଭୁକ୍ତା କୃଷ୍ଣ ମହାପାତ୍ର ଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି l ତାଙ୍କର ଅମର ଆତ୍ମର ସଦଗତି ନିମନ୍ତେ ଗ୍ରାମ୍ୟ କମିଟି ତତ୍ୱାବଧାନରେ କ୍ୟାଣ୍ଡେଲ ଶୋଭାଯାତ୍ରା ଆୟୋଜିତ ହୋଇଯାଇଛି l ଗଞ୍ଜାମ ବ୍ଲକ ଅନ୍ତର୍ଗତ ମଲାଡ଼ ପଞ୍ଚାୟତ ର ବରଦା ଗ୍ରାମରେ ସୋମବାର ରାତ୍ରରେ ଗ୍ରାମର ଶତାଧିକ ବୁଦ୍ଧିଜୀବୀ, ଛାତ୍ର ଓ ଗ୍ରାମବାସୀ ଏକତ୍ରିତ ହୋଇ କ୍ୟାଣ୍ଡେଲ ଶୋଭାଯାତ୍ରା ରେ ବାହାରି ଗ୍ରାମ୍ୟ ପରିକ୍ରମା କରି ଶୋକବ୍ୟକ୍ତ କରିଥିଲେ l ସ୍ୱର୍ଗତ ଭୁକ୍ତା ମହାପାତ୍ର ଙ୍କ ଅମର ଆତ୍ମର ସଦଗତି କାମନା କରାଯିବା ସହ ଶୋକ ସନ୍ତପ୍ତ ପରିବାର କୁ ଧର୍ଯ୍ୟ, ସାହାସ ପ୍ରଦାନ କରାଯିବା ନେଇ ପ୍ରଥନା କରାଯାଇଥିଲା l
ପ୍ରକାଶଯୋଗ୍ୟ ଯେ ଗତ କିଛିଦିନ ତଳେ ବ୍ରହ୍ମପୁର ରୁ ଛତ୍ରପୁର ଅଭିମୁଖେ ଦଣ୍ଡୁଆ ଙ୍କ ସହ ପାଦରେ ଚାଲି ଚାଲି ଆସୁଥିବା ସମୟରେ ଏକ କାର ଧକ୍କାରେ ପାଟଭୁକ୍ତା କୃଷ୍ଣ ପ୍ରାଣ ହରାଇଥିଲେ l (ପ୍ରଦୀପ କୁମାର ପଣ୍ଡା)