April 28, 2026
ajiro khabar
Share

 

୧-ଅହମ୍ମଦାବାଦ:ଇତିହାସ ରଚିଲା ଟିମ୍ ଇଣ୍ଡିଆ, ନ୍ୟୁଜିଲାଣ୍ଡକୁ ହରାଇ ଜିତିଲା ୩ୟ ଟି ୨୦ ବିଶ୍ଵକପ୍ ଟାଇଟଲ୍।

 

୨-ଫାଇନାଲରେ ସଞ୍ଜୁ ସାମସନଙ୍କ ବଡ଼ ସ୍କୋର, ଭାଙ୍ଗିଲେ ମାର୍ଲନ ସାମୁଏଲ୍ସଙ୍କ ୧୦ ବର୍ଷ ପୁରୁଣା ରେକର୍ଡ।

 

୩-ଜବରଦସ୍ତ ସ୍କିଲ, ଟିମ୍ ଓ୍ଵାର୍କର ବିଜୟ, ଚାମ୍ପିଅନ ଟିମ୍ ଇଣ୍ଡିଆକୁ ପିଏମ ମୋଦୀଙ୍କ ଶୁଭେଚ୍ଛା।

 

୪-ଆଗାମୀ ଇଣ୍ଡିଆନ୍ ପ୍ରିମିୟର ଲିଗ୍ ୨୦୨୬ ସିଜିନ୍ ଆନୁଷ୍ଠାନିକ ଭାବରେ ମାର୍ଚ୍ଚ ୨୮ରେ ଆରମ୍ଭ ହେବ।

 

୫-ଭୁବନେଶ୍ୱର:ଆଜିଠୁ ବିଧାନସଭା ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହେବ।

 

୬-ଓଡ଼ିଶାରେ ଗବେଷଣା କେନ୍ଦ୍ର ଖୋଲିବ ହାଇଦ୍ରାବାଦର ଏଆଇଜି ହସ୍ପିଟାଲ।TAVR ଟେକନୋଲୋଜିରେ ଚିକିତ୍ସା ଯୋଗାଇବାରେ ଦେଶର ବୃହତ୍ତମ ହସ୍ପିଟାଲ ଏଆଇଜି ହସ୍ପିଟାଲ।

 

୭-ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଆକାଉଣ୍ଟକୁ ଆସିଲା ୫ ହଜାର ଟଙ୍କା; ପୁରୀରେ ସୁଭଦ୍ରା ଯୋଜନାର ଚତୁର୍ଥ କିସ୍ତି ପଠାଇଲେ ମୁଖ୍ୟମନ୍ତ୍ରୀ।

 

୮-ବାଲେଶ୍ୱର:ଏନଏଚରେ ଦୁଇ ବସ ମଧ୍ୟରେ ଧକ୍କା, ୩୦ରୁ ଅଧିକ ଯାତ୍ରୀ ଆହତ ଓ ୭ ଗୁରୁତର।

 

୯-ଶ୍ରୀବିଗ୍ରହଙ୍କ ଖସାପଡା ନୀତି ହେବ, ଆଜି ୪ ଘଣ୍ଟା ଧରି ବନ୍ଦ ରହିବ ଶ୍ରୀମନ୍ଦିର; ସନ୍ଧ୍ୟା ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ।

 

୧୦-ଭୁବନେଶ୍ୱର: ବିଭିନ୍ନ ଦାବି ନେଇ ୧୮ରେ ହେବ, ମଧ୍ୟାହ୍ନ ଭୋଜନ ପାଚକ ପାଚିକା ସଂଘର ମହାମେଳି।

 

୧୧-ପୁରୀ:ବ୍ଲୁ-ଫାଗ୍ ବେଳାଭୂମିରେ କଇଁଛଙ୍କ ଗଣ ଅଣ୍ଡାଦାନ,ବନ ବିଭାଗ କର୍ମଚାରୀଙ୍କୁ ହେଲା ହସ୍ତାନ୍ତର।

 

୧୨-ମହମ୍ମଦ ମୋକିମ୍‌ଙ୍କ ବଡ଼ ଘୋଷଣା; ଏପ୍ରିଲ୍‌ ୮ରେ ଲଞ୍ଚ୍‌ କରିବେ ନୂଆ ଦଳ,ରହିବ ନାଁ ‘ଓଡ଼ିଶା ଜନତା କଂଗ୍ରେସ’।

 

୧୩-ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର; ନନ୍ଦନକାନନକୁ ଆସିବାକୁ ଯାଉଛନ୍ତି ୫ ପ୍ରଜାତିର ନୂଆ ଅତିଥି।

 

୧୪-ଭୁବନେଶ୍ବର:କିଟ୍‍ ଓ କିସ୍‍ ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ।

 

୧୫-ଖଲ୍ଲିକୋଟ:ଯୁଦ୍ଧ ଗ୍ରସ୍ତ କତାରରେ ପ୍ରବାସୀ ଓଡ଼ିଆ ଯୁବକଙ୍କ ମୃତ୍ୟୁ,ଗାଁରେ ପଡିଛି କାନ୍ଦବୋବାଳି, ଛାତି ପିଟି ବାହୁନି କାନ୍ଦୁଛି ମା’, ଯୁଦ୍ଧ ଯୋଗୁଁ ବିମାନ ସେବା ବନ୍ଦ,ଶବ କେମିତି ଆସିବ?

 

୧୬-ସମ୍ବଲପୁର:ଓଡ଼ିଶାର ସୁନାମଧନ୍ୟ ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ନାରାୟଣୀ ପଣ୍ଡାଙ୍କ ପରଲୋକ; ମୃତ୍ୟୁ ପୂର୍ବରୁ ନିଜର ସମସ୍ତ ସମ୍ପତି ଟ୍ରଷ୍ଟକୁ କରିଦେଇଛନ୍ତି ଦାନ।

 

୧୭-ପର୍ଥ: ମହିଳା ଦିବା ରାତ୍ର ଟେଷ୍ଟ ହାରିଲା ଭାରତ, ଅଷ୍ଟ୍ରେଲିଆ ୧୦ ଓ୍ବିକେଟ୍ ରେ ଜିତିଲା।

 

୧୮-ରାଷ୍ଟ୍ରପତିଙ୍କ ଗସ୍ତ କାଳରେ ଦାୟିତ୍ୱହୀନତା, ମମତା ସରକାରଙ୍କୁ ମଗାଗଲା ଜବାବ।

 

୧୯-ଇରାନ ଉପରେ ବଡ ହମଲା, ତୈଳ ଭଣ୍ଡାର ଉପରେ ଆମେରିକା ଓ ଇସ୍ରାଏଲର ବୋମା ମାଡ।

 

୨୦-ଆକାଶ ମାର୍ଗରେ ଲଢ଼େଇ ପରେ ଏବେ ଗ୍ରାଉଣ୍ଡ ଅପରେସନ କରିବ ଆମେରିକା ! ଇରାନର ୟୁରାନିୟିମ କବ୍‌ଜା କରିବା ମୁଖ୍ୟ ଉଦ୍ଦେଶ୍ୟ।

 

୨୧-ବାଂଲାଦେଶରେ ମନ୍ଦିରରେ ବୋମା ବିସ୍ଫୋରଣ: ପୂଜକଙ୍କ ସମେତ ୩ ଆହତ।