April 19, 2025

ଆଞ୍ଚଳିକ ବଣିକ ମହାସଂଘ ର ଦ୍ଵାଦଶ ତମ ବାର୍ଷିକ ଉତ୍ସବ…

Share

                                                                                                                                                                                   ବୋଲଗଡ଼,  ବୋଲଗଡ଼ ଆଞ୍ଚଳିକ ବଣିକ ମହାସଂଘ ବୋଲଗଡ଼ର ଦ୍ଵାଦଶ ତମ ବାର୍ଷିକ ଉତ୍ସବ ସ୍ଥାନୀୟ ମହାସଂଘ ଭବନ ପରିସରରେ ଶୁକ୍ର ବାର ମଧ୍ୟାହ୍ନ ରେ ଅନୁଷ୍ଠିତ ହୋଇଯାଇଛି ।ଏହି ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ବିଧାୟକ ତଥା ବର୍ତ୍ତମାନ ଚିଲିକା ବିଧାୟକ ପ୍ରଶାନ୍ତ କୁମାର ଜଗଦେବ ଯୋଗଦେଇ ବଣିକ ମହାସଂଘର ଏକତା ବଜାୟ ରହିଥିବା ଓ ୭ଗୋଟି ବଜାରକୁ ନେଇ ମହାସଂଘ ଗଠିତ ହୋଇ ତାହା ଶାନ୍ତି ଶୃଙ୍ଖଳାର ସହିତ ୧୨ ବର୍ଷର ପଦାର୍ପଣ କରିଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।ମୁଖ୍ୟ ବକ୍ତା ଭାବେ ସମାଜସେବୀ ତଥା ସ୍ଥାନୀୟ ଯୁବ ନେତା ବ୍ରଜବନ୍ଧୁ ସୁବୁଦ୍ଧି ଯୋଗଦେଇ ନିଜକୁ ସ୍ଥାନୀୟ ଅଞ୍ଚଳରେ ସମାଜସେବା ଓ ଜନସାଧାରଣଙ୍କ ସେବାରେ ନିଜକୁ ଉତ୍ସର୍ଗିତ କରିବାପାଇଁ ମତପ୍ରକାଶ କରିଥିଲେ । ସମ୍ମାନିତ ଅତିଥି ଭାବେ ଖୋର୍ଦ୍ଧା ଜିଲ୍ଲା ଜେଲ ସୂପରିଟେଣ୍ଟ କୃଷ୍ଣ ଚନ୍ଦ୍ରରାଉତରାୟ, ସମାଜସେବୀ ଦିଲୀପ କୁମାର ଦତ୍ତ , ମହାସଂଘ ସଭାପତି ପାଣ୍ଡବ ସାହୁ , ଉପଦେଷ୍ଟା ଲଲାଟ କେଶରି ସିଂହ ,ପୂର୍ବତନ ସଭାପତି ଦୁର୍ଗା ଚରଣ ଦଳବେହେରା ,କୋଷାଧ୍ୟକ୍ଷ ଦିଲୀପ ସାମନ୍ତରାୟ ପ୍ରମୁଖ ମଞ୍ଚାସିନ ଥିଲେ । ଏହି କାର୍ଯ୍ୟକ୍ରମରେ ବୃନ୍ଦବନରଥ ସଂଯୋଜନା କରିଥିଲେ । ପ୍ରାରମ୍ଭରେ ବିଶିଷ୍ଟ ସମାଜ ସେବୀ ଅକ୍ଷୟ କୁମାର ପଟ୍ଟନାୟକଙ୍କ ଧର୍ମ ପତ୍ନୀ ପୂର୍ବତନ ଜିଲ୍ଲାପରିଷଦ ସଦସ୍ୟl ସ୍ବର୍ଗତ ପ୍ରମୋଦିନୀ ପଟ୍ଟନାୟକଙ୍କ ପରଲୋକ ଲୋକ ହୋଇଯାଇଥିବା ନେଇ ୨ ମିନିଟି ନୀରବ ପ୍ରାର୍ଥନା କରାଯାଇଥିଲା । କାର୍ଯ୍ୟକ୍ରମରେ ବହୁ ବରିଷ୍ଟ ବ୍ୟକ୍ତି ବିଶେଷ ଙ୍କୁ ସମ୍ବର୍ଦ୍ଧିତ କରାଯିବା ସହିତ ପୂଜ୍ୟ ପୂଜା କରାଯାଇଥିଲା ।ଏହି କାର୍ଯ୍ୟକ୍ରମରେ ବଲାଙ୍ଗିର ସ୍ଥିତ ଝରା ବଉଳ କଳା ପରିଷଦ ପକ୍ଷରୁ ସମ୍ବଲପୁରୀ ନୃତ୍ୟ ପରିବେଷଣ କରାଯାଇଥିଲା । ପରି ଶେଷରେ ସମସ୍ତ ବଣିକ ଭାଇ ମାନଙ୍କର ଏକତା ଓ ସଦଭାବନା ରହିବା ପାଇଁ ଶପଥ କରାଯାଇଥିଲା।

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)