May 19, 2024

ବ୍ରହ୍ମପୁର ସ୍ଵର୍ଣ୍ଣକାର ସଂଘର ମାସିକ ଅମାବାସ୍ୟା ସଭା ସ୍ଥାନୀୟ ଡାଇମଣ୍ଡ ଟେଙ୍କ୍ ରୋଡ଼ସ୍ଥିତ ଶ୍ରୀ ଶ୍ରୀ ବୀର ବ୍ରହ୍ମେନ୍ଦ୍ର ସ୍ଵାମୀ ଭକ୍ତ ସମିତି ସଭା କକ୍ଷରେ ଅନୁଷ୍ଠିତ ହୋଇଯାଇଛି

Share


ଆଜି ଅର୍ଥାତ୍ 09.02.2024 ଶୁକ୍ରବାର ବ୍ରହ୍ମପୁର ସ୍ଵର୍ଣ୍ଣକାର ସଂଘର ମାସିକ ଅମାବାସ୍ୟା ସଭା ସ୍ଥାନୀୟ ଡାଇମଣ୍ଡ ଟେଙ୍କ୍ ରୋଡ଼ସ୍ଥିତ
ଶ୍ରୀ ଶ୍ରୀ ବୀର ବ୍ରହ୍ମେନ୍ଦ୍ର ସ୍ଵାମୀ ଭକ୍ତ ସମିତି ସଭା କକ୍ଷରେ ଅନୁଷ୍ଠିତ ହୋଇଯାଇଛି।ସଂଘର ସଭାପତି ଶ୍ରୀ ପି.ଭାଦ୍ରମ୍ ଆଚାରୀଙ୍କ ଆହ୍ଵାନରେ ସହରର ସମସ୍ତ ସ୍ଵର୍ଣ୍ଣକାର ସଭ୍ୟ ଏହି ସଭାରେ ଯୋଗ ଦେଇଥିଲେ। ବିଶେଷ କରି ନୂତନ ଭାବେ ଯୋଗ ଦେଇଥିଲେ ଏହି ସଂଘର ଆଇନ୍ ପରାମର୍ଶଦାତା ଶ୍ରୀ ଅଜିତ୍ କୁମାର ପଣ୍ଡା।
ଯେ କୌଣସି ସମୟରେ ବି ଆପଣଙ୍କ ସହିତ ରହି ମୁଁ ସହଯୋଗ କରିବି ବୋଲି ନିଜର ଅଭିଭାଷଣରେ ବକ୍ତବ୍ୟ ରଖିଥିଲେ।
ମଞ୍ଚାସୀନ ସ୍ଵର୍ଣ୍ଣକାର ସଂଘର ସଭାପତି ଶ୍ରୀ ପି.ଭାଦ୍ରମ୍ ଆଚାରୀ,ଉପ ସଭାପତି ଟି.ଗଣେଶ ଆଚାରୀ, ସମ୍ପାଦକ ଡି.ଶଶିଧର ଆଚାରୀ, ବି.ସତ୍ୟମ୍ ଆଚାରୀ ଏବଂ ଭକ୍ତ ସମିତି ମନ୍ଦିରର ସଭାପତି ବି.ବିଜୟ କୁମାର ଆଚାରୀ ଓ ପ୍ରଶାନ୍ତ ଆଚାରୀ ଯୋଗ ଦେଇ ଥିଲେ। ଶେଷରେ ସତ୍ୟମ୍ ଆଚାରୀ ଧନ୍ୟବାଦ ଅର୍ପଣ କରିଥିଲେ।