ଜିଲ୍ଲା ସ୍ତରୀୟ ବିଭାଜନ ସ୍ତରୀୟ ପାଣି ପାଞ୍ଚାୟତ ପକ୍ଷ ପାଳନ
ନୀଳଗିରି ( ଦେବାଶିଷ ଦାଶ )
ଓଡିଶା ସରକାରଙ୍କର ଜଳ ସମ୍ପଦ ବିଭାଗ ପକ୍ଷରୁ ଜାନୁୟାରୀ ୬ରୁ ୨୦ପର୍ଯ୍ୟନ୍ତ ପାଣି ପଞ୍ଚାୟତ ପକ୍ଷ ପାଳନ, କରାଯାଉଥିବା ବେଳେ ବାଲେଶ୍ୱର ଜିଲ୍ଲା ସ୍ତରୀୟ କ୍ଷୁଦ୍ର ଜଳ ସେଚନ ବିଭାଗ ଆନୁକୂଲ୍ୟରେ ବିଭାଜନ ସ୍ତରୀୟ ପାଣି ପାଞ୍ଚାୟତ ପକ୍ଷ ୨୦୨୬,ନୀଳଗିରି ଖୁଦ୍ର ଜଳ ସେଚନ ସମ୍ପାଦନାରେ ଖୋମକୋଟ୍ ଠାରେ ପାଳନ କରାଯାଇଛି। ମୁଖ୍ୟ ଅତିଥି ଭାବ ଔପଦା ବ୍ଲକ ଦୁଇ ନମ୍ବର ଜୋନ ଜିଲ୍ଲା ପରିଷଦ ସଭ୍ୟା ଉଷାରାଣୀ ରାଉଳ ଉତ୍ସବ ରେ ଯୋଗ ଦେଇଶ୍ରୀଜଗନ୍ନାଥଙ୍କ ଫୋଟୋ ଚିତ୍ରରେ ମସଲ୍ୟାର୍ପଣ ପୂର୍ବକ ପ୍ରଦୀପ ପ୍ରଜ୍ୟୋଳନ କରି ଶୁଭ ଉଦ୍ଘାଟନ କରିଥିଲେ। ଅନ୍ୟତମ ବରେଣ୍ୟ ନୀଳଗିରି ଉପଜିଲ୍ଲା ପାଳ ଶ୍ରୀମତୀ ଶୁଭଶ୍ରୀ ରଥ ଅନୁଷ୍ଠାନିକ ଭାବେ ଯୋଗ ଦେଇଥିଲେ। ପରେ ଖୁଦ୍ର ଜଳ ସେଚନ ବିଭାଗର ଜିଲ୍ଲା ଅଧିକ୍ଷଣ ଯନ୍ତ୍ରୀ ସୁଶୀଲ କୁମାର ବିଶ୍ୱାଳ
ଅତିଥି ପରିଚୟ ପ୍ରଦାନ ଏବଂ ବାର୍ଷିକ ବିବରଣୀ ପାଠ କରିଥିଲେ । ପରେ ସ୍ୱାଗତ ସଂଗୀତ ପରିବେଷଣ କରାଯାଇଥିଲା। ଅଧିକ୍ଷଣ ଯନ୍ତ୍ରୀ ଶ୍ରୀଯୁକ୍ତ ବିଶ୍ୱାଳ ତାଙ୍କ ଅଭିଭାଷଣରେ ପାଣିର ସୁଵିନିଯୋଗ, ପାଣି ସଂରକ୍ଷଣ, ସଚେତନ, ମିଳିମିଶି ସହଭାଗିତାରେ ଚାଷ,କମପାଣିରେ ଅଧିକ ଚାଷ, ଜଳ ସୁ ପରିଚାଳନା ପାଇଁ ନିବେଦନ କରିଥିଲେ। ପରେ ଚାଷୀଙ୍କୁ ନେଇ ଏକ ଶପଥ ପାଠ କରାଯାଇଥିଲା।
ଖୁଦ୍ର ଜଳ ସେଚନ ବିଭାଗର ବାରିପଦା ଡିଭିଜନ ଅତିରିକ୍ତ ଅଧିକ୍ଷଣ ଯନ୍ତ୍ରୀ ବିଷ୍ନୁପଦ ପଟ୍ଟାୟତ ମଞ୍ଚାସୀନ ଥାଇ ନିଜର ଅଭିଭାଷଣ ପ୍ରଦାନ କରିଥିଲେ। ନୀଳଗିରି ଖୁଦ୍ର ଜଳ ସେଚନ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ନିମାଇଁ ଚରଣ ନାଏକ, ସହକାରୀ ଯନ୍ତ୍ରୀ ରମେଶ ଚନ୍ଦ୍ର ଦାସ, ବାଲେଶ୍ୱର ସାଂସଦ ଙ୍କ ପ୍ରତିନିଧି ଅନନ୍ତ ଗିରି, ନୀଳଗିରି ବିଧାୟକଙ୍କ ପ୍ରତିନିଧି ସଞ୍ଜୟ କୁମାର ବାରିକ, ସ୍ଥାନୀୟ ସମିତି ସଭ୍ୟ ଭୋଳାନାଥ ମାଝୀ, ଔପଦା ବିଇଓ ଅଶୋକ କୁମାର ମିଶ୍ର , ନିମାଇଁ ମହାନ୍ତି,ଜୟପ୍ରକାଶ ପାଣିପାଞ୍ଚାୟତ ଧୋବାଘାଟ, ଦକ୍ଷିଣ ପାଖ ର ସଭାପତି ଗଙ୍ଗାଧର ମିଶ୍ର,
ଖୁମକୁଟ ପାଣି ପଞ୍ଚାୟତ ର ସଭାପତି ଶ୍ରୀନିବାସ ବାରିକ,
ମଞ୍ଚସିନଥାଇ ନିଜନିଜର ଅଭିଭାଷଣମାନ ପ୍ରଦାନ କରି ଥିଲେ। ପାଣି ପଞ୍ଚାୟତ ର ସମସ୍ତ ଚାଷୀ, ଏବଂ ନୀଳଗିରି ବଣସୀମା ଅଞ୍ଚଳର ସମସ୍ତ ପାଣି ପଞ୍ଚାୟତ ର କର୍ମକର୍ତ୍ତା, ଚାଷୀ ଭାଇ ଉପସ୍ଥିତ ରହି ଚାଷ କାର୍ଯ୍ୟରେ ପାଣିର ସଦୋପଯୋଗ ସମ୍ପର୍କରେ ଆଲୋକପାତ କରିଥିଲେ। ଚାଷୀଙ୍କର ଜଳ ସମସ୍ୟା ନେଇ ଉପସ୍ଥିତ ଚାଷୀ ଭାଇ ମାନେ ଉପସ୍ଥାପନା କରିଥିଲେ। ଯଥାଦିଘ୍ର ଖୋମକୁଟ ବନ୍ଧ କୁ ପୁନଃରୁଦ୍ଧାର ପାଇଁ ଦାବୀ କରିବା ସହିତ ସଂଯୋଗୀକରଣ ରାସ୍ତାର ମରାମତି ଦାବୀ କରିଥିଲେ।
