April 25, 2026

Gajapati:- କଇଁପୁର ମହେନ୍ଦ୍ର ତ ଆଶ୍ରମ ବିଦ୍ୟାଳୟରେ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ..

IMG-20260109-WA0025
Share

ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ୍ ଅନ୍ତର୍ଗତ କଇଁପୁର ସ୍ଥିତ ମହେନ୍ଦ୍ର ତାନୟା ଆଶ୍ରମ ବିଦ୍ୟାଳୟ ଠାରେ ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ଏହି ଅବସରରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ନେଇ ଏକ ସଚେତନତା ଶୋଭାଯାତ୍ରା ଆୟୋଜିତ କରା ଯାଇଥିଲା ।

ଏହି କାର୍ଯ୍ୟକ୍ରମର ମୂଖ୍ୟ ଉଦ୍ଦେଶ୍ୟ ଥିଲା ଯେ , ଛାତ୍ରଛାତ୍ରୀ ମାନେ ଓ ସ୍ଥାନୀୟ ଜନସାଧାରଣଙ୍କୁ ଗୁରୁତ୍ୱପୂର୍ଣ୍ଣ ସାମାଜିକ ଓ ଆଇନଗତ ବିଷୟ ବସ୍ତୁ ସମ୍ପର୍କରେ ସଚେତନ କରାଇବା । କାର୍ଯ୍ୟକ୍ରମ ସମୟରେ ମୁଖ୍ୟତଃ ନିମ୍ନଲିଖିତ ପ୍ରମୁଖ ବିଷୟ ଗୁଡ଼ିକୁ ଆଲୋଚନା କରା ଯାଇଥିଲା—

ଜାତୀୟ ଆଇନ ସେବା ପ୍ରାଧିକରଣ (ନାଲସା) , ନିଶା ସଚେତନତା ଏବଂ ସୁସ୍ଥତା ନେଭିଗେଶନ ଯୋଜନା ସମ୍ପର୍କରେ ସଚେତନତା , ଯାହାର ଲକ୍ଷ୍ୟ ହେଉଛି ଯେ , ଏକ ମାଦକ-ମୁକ୍ତ ଭାରତ ଗଠନ କରି ସୁସ୍ଥ ଜୀବନ ଶୈଳୀକୁ ପ୍ରୋତ୍ସାହନ ଦେବା ।

ପରିବେଶ ନ୍ୟାୟ ସଚେତନତା ଅଭିଯାନ , ଯାହା ମାଧ୍ୟମରେ ପରିବେଶ ସୁରକ୍ଷା’ର ଗୁରୁତ୍ୱ ଓ ସ୍ଥାୟୀ ବିକାଶ ପାଇଁ ନାଗରିକ’ଙ୍କ ଦାୟିତ୍ୱ ସମ୍ପର୍କରେ ଆଲୋଚନା କରା ଯାଇଥିଲା ।

ଅନ୍ୟପକ୍ଷରେ ଶିଶୁ ବିବାହ-ମୁକ୍ତ ଭାରତ ଗଠନ ନିମନ୍ତେ ସଚେତନତା ଅଭିଯାନ , ଯାହାର ଅନ୍ତର୍ଗତ ଜାତୀୟ ଆଇନ ସେବା ପ୍ରାଧିକରଣ – ସଚେତନତା , ସମର୍ଥନ , ସାହାଯ୍ୟ ଏବଂ କାର୍ଯ୍ୟାନୁଷ୍ଠାନ ଯାହାକି ବାଲ୍ୟ ବିବାହ ଦୂର କରିବା ପାଇଁ – ଏସ:ଓପି: କାର୍ଯ୍ୟାନ୍ଵୟନ ସମ୍ପର୍କରେ ଆଲୋଚନା କରା ଯାଇଥିଲା । ସେ ସବୁ ମଧ୍ୟରେ ବାଲ୍ୟ ବିବାହର କୁପ୍ରଭାବ , ସାମାଜିକ ଅପରିଣାମ ଓ ଆଇନଗତ ପରିଣାମ ସମ୍ପର୍କରେ ଅଂଶଗ୍ରହଣକାରୀ ମାନଙ୍କୁ ସଚେତନ କରା ଯାଇଥିଲା ।

ଏହି କାର୍ଯ୍ୟକ୍ରମରେ

ଶ୍ରୀ ବିମଳ ରାଉଳ, ସଚିବ , ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଶ୍ରୀ ବିମଳ ରାଉଳ , , ରାୟଗଡା ବ୍ଲକ , ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଶ୍ରୀମତୀ ବି: କୋମଲାଙ୍ଗି ,

ଶ୍ରୀ ପ୍ରଶାନ୍ତ କୁମାର ନିଶିକା, IIC, ଗାରାବନ୍ଧ ଥାନା ଅଧିକାରୀ (ଆଇ:ଆଇ:ସି) ଶ୍ରୀ ପ୍ରଶାନ୍ତ କୁମାର ନିଶିକା , କଇଁପୂର ସ୍ଥିତ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ମେଡିକାଲ ଅଫିସର ଡ଼ାଃ ସୌମ୍ୟ ରଞ୍ଜନ ଶବର , ରାୟଗଡ଼ ବ୍ଲକ୍ ଏବିଇଓ: ଶ୍ରୀ ଯୁଧିଷ୍ଠିର ବେହେରା , କଇଁପୂର ସରପଞ୍ଚ – ଶ୍ରୀମତୀ ଜୟନ୍ତୀ ସବର , କଇଁପୁର ସ୍ଥିତମହେନ୍ଦ୍ର ତନୟା ଆଶ୍ରମ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ପ୍ରକାଶ ଚନ୍ଦ୍ର ଜେନା ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗ ଦେଇ ଉପସ୍ଥିତ ସମସ୍ତଙ୍କୁ ବିଭିନ୍ନ ଆଇନ ସଂପର୍କରେ ସଚେତନ କରାଇଥିଲେ ।

———————————————

ଗଣେଶ କୁମାର ରାଜୁ

ପାରଳାଖେମୁଣ୍ଡି (ଗଜପତି)

———————————————

You may have missed