September 25, 2026

ବିଚ ସ୍ପୋର୍ଟସର ଦ୍ୱିତୀୟ ଦିନରେ କବାଡି, ବିଚ ଫୁଟବଲ, ଥ୍ରୋ ବଲ ଖେଳ ଅନୁଷ୍ଠିତ ହୋଇଯାଇଅଛି ..

IMG-20250109-WA0235
Share

ପର୍ଯ୍ୟଟକକଂ ଗହଳି ମଧ୍ୟରେ ସିନିୟର କବାଡି ଖେଳରେ ପୁରୀ ଜିଲ୍ଲା ସ୍କୁଲ ସ୍ପୋର୍ଟସ ଜୋନ ଚମ୍ପିୟାନ ହୋଇଥିବା ସ୍ଥଳେ ନିତା ସ୍ପୋର୍ଟସ ଏକାଡେମୀ ରନର୍ସଅଫ ହୋଇଅଛି ବେଳେ ସବ ଜୁନିୟର ପ୍ରତିଯୋଗିତାରେ ନିତା ଏକାଡେମୀ ସମ୍ପୂର୍ଣ୍ଣ ଭାବରେ ଆଧିପତ୍ଯ ବିସ୍ଥାର କରି ମ୍ୟାଚକୁ କରାୟତ୍ତ କରିବାରେ ସକ୍ଷମ ହୋଇପାରିଅଛି । ଏହି ପ୍ରତିଯୋଗିତାକୁ ବହୁମାତ୍ରାରେ ପର୍ଯ୍ୟଟକ ଉପଭୋଗ କରିବା ସହିତ ଛୋଟ ଛୋଟ ପିଲାକଂ ଖେଳରେ ବିମୋହିତ ହୋଇଥିଲେ । ପ୍ରତିଯୋଗିତାରେ ଯଥାକ୍ରମେ *ମ୍ୟାନ ଅଫ ଦି ମ୍ୟାଚ* ଭାବରେ ପ୍ରଦିପ ନାୟକ ଓ ଓମ ପ୍ରକାଶ ସୋରେନ ବିବେଚିତ ହୋଇଥିଲେ।

 

ଥ୍ରୋ ବଲ ପ୍ରତିଯୋଗିତାରେ ବାଳକ ଓ ବାଳିକା ବିଭାଗରେ ଯଥାକ୍ରମେ ପୁରୀ ଜିଲ୍ଲା ଓ ଝାଡେଶ୍ୱରୀ କ୍ଲବ ଚମ୍ପିୟାନ ଓ ରନର୍ସଅଫ ହୋଇଥିଲେ।

 

ସର୍ବଶେଷରେ ବିଚ ଫୁଟବଲ ଖେଳ ସମସ୍ତ ଦର୍ଶକକୁଂ ବିମୋହିତ କରିଥିଲା।

 

ଅତିଥି ଭାବରେ ମଞରେ ପୁରୀ ଜିଲ୍ଲା ଖେଳ ଅଧିକାରୀ ଶ୍ରୀଯୁକ୍ତ ଚନ୍ଦନ କୁମାର ସାହୁ ଉପସ୍ଥିତ ଥିଲେ।

 

କ୍ରିଡା ଅଧିକାରୀ ନିଜ ଅବିଭାଷଣରେ ଖେଳ ପରିଚାଳନା କରୁଥିବା କବାଡି କୋଚ ଜିତେନ୍ଦ୍ର ବେହେରା, ଶେଫାଳି ପତି ଓ ରେଫରୀ ଗାୟତ୍ରି ସେଠିକୁଂ ଭୂୟସୀ ପ୍ରଶଂସା କରିଥିଲେ।

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ