ବୁଦ୍ଧଖୋଲ ପାଦଦେଶରେ ପ୍ଲାଷ୍ଟିକ ମୁକ୍ତ ଅଭିଯାନ କାର୍ଯ୍ୟକ୍ରମ…
ବୁଗୁଡ଼ା : ସ୍ଥାନୀୟ ଐତିହାସିକ ଶୈବପୀଠ ତଥା ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ବୁଦ୍ଧଖୋଲର ପାଦଦେଶରେ ୟୁବାଂଶ ୟୁଥ୍ ଅର୍ଗାନାଇଜେସନ ପକ୍ଷରୁ ପ୍ଲାଷ୍ଟିକ ମୁକ୍ତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅର୍ଗାନାଇଜେସନ ଫାଉଣ୍ଡର ଇପ୍ସିତା ଦାଶଙ୍କ ତତ୍ତ୍ବାବଧାନରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ପିପୁଲ୍ସ କଲେଜର ଏନସିସି, ୟୁଥ୍ ରେଡ୍ କ୍ରସ ଓ ଏନଏସଏସ ସ୍ବେଛାସେବୀମାନେ ଅଂଶ ଗ୍ରହଣ କରିଥିବା ବେଳେ ଏଥିରେ ଅତିଥି ଭାବେ ଏସିଏଫ୍ ଓଁକାର ଦାଶ , ବୁଗୁଡ଼ା ବନାଞ୍ଚଳ ଅଧିକାରୀ ପ୍ରଦୀପ କୁମାର ମିଶ୍ର , ଅଧିବକ୍ତା ବିଭୁଦତ୍ତ ନାୟକ, ଅଧ୍ୟାପକ ଅଜୟ କୁମାର ସାହୁ , ବୁଦ୍ଧଖୋଲ ଉନ୍ନୟନ ସମିତି ସମ୍ପାଦକ ସୁରେଶ ଚନ୍ଦ୍ର ଦାଶ ଯୋଗ ଦେଇ ସ୍ବେଛାସେବୀଙ୍କୁ ମାର୍ଗ ଦର୍ଶନ ପୂର୍ବକ ଉତ୍ସାହିତ କରିଥିଲେ । ଉକ୍ତ ପ୍ଲାଷ୍ଟିକ ମୁକ୍ତ ଅଭିଯାନ ଅବସରରେ ସ୍ବେଚ୍ଛାସେବୀମାନଙ୍କ ଦ୍ବାରା ବୁଦ୍ଧଖୋଲ ପାଦଦେଶସ୍ଥ ବିଭିନ୍ନ ପିକନିକ ସ୍ଥଳରୁ ପ୍ରାୟ ୨୦୦ କିଲୋଗ୍ରାମ ପ୍ଲାଷ୍ଟିକ ଏବଂ ପଲିଥିନ ସଂଗ୍ରହ ସାଙ୍ଗକୁ ପରିବେଶକୁ ସଫେଇ କରାଯାଇଥିଲା ।