March 7, 2026

ସଡକ ସୁରକ୍ଷା ସଚେତନତା ସପ୍ତାହ କାର୍ଯ୍ୟକ୍ରମରେ ସାମାଜିକ କର୍ମୀ ସମ୍ମାନିତ….

kjhiuhi
Share

ରାୟଗଡ:୮-୧ ସଡକ ସୁରକ୍ଷା ସପ୍ତାହ ଗତ ୧ତାରିଖ ଠାରୁ ଆରମ୍ଭ ହୋଇ ଆଜି ଉଦଯାପିତ ହୋଇଯାଇଛି l ଏହି ଅବସରରେ ଜିଲ୍ଲାରେ ସଡକ ସୁରକ୍ଷା ସଚେତନତା ସପ୍ତାହ ପାଳନ ପାଇଁ ଜିଲ୍ଲା ପ୍ରଶାସନ ତଥା ଆଞ୍ଚଳିକ ପରିବହନ ସଂସ୍ଥା ରାୟଗଡା ତରଫରୁ ସପ୍ତାହ ବ୍ୟାପୀ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହିକାର୍ଯ୍ୟକ୍ରମରେ ରାୟଗଡା ଜିଲ୍ଲାପାଳ ସ୍ୱଧାଦେବ ସିଂ, ଆରୋକ୍ଷୀ ଅଧିକ୍ଷକ ବିବେକାନନ୍ଦ ଶର୍ମା, ଆଞ୍ଚିଳିକ ପରିବହନ ଅଧିକାରୀ ଶିବ ଶଙ୍କର ଚୌଧୁରୀ,ଏମ. ଭି.ଆଇ ରାଜ କୁମାର ବେହେରା,ଅତିରକ୍ତ ଆରକ୍ଷୀ ଅଧିକ୍ଷକ ପ୍ରମୁଖ ଯୋଗଦେଇ ଭଲ ସମରେଟନ ଓ ସଡ଼କ ସୁରକ୍ଷା ସୁରକ୍ଷା ପାଇଁ କlମ କରୁଥିବା ବ୍ୟକ୍ତି ବିଶେଷ, ଡାକ୍ତର,ପୋଲିସ ଅଧିକାରୀ,ସାମାଜିକ କର୍ମୀ,ଗାଡ଼ି ଚାଲକ ମାନଙ୍କୁ ସମ୍ମାନିତ ଓ ସମ୍ବର୍ଦ୍ଧିତ କରାଯାଇଥିଲା l ଗତ ଏକ ତାରିଖରେ ସଡକ ସୁରକ୍ଷା ସଚେତନତା ଏଲଇଡି ସଂଯୁକ୍ତ ରଥ ଆରକ୍ଷୀ ଅଧିକ୍ଷକ ଶ୍ରୀ ବିବେକାନନ୍ଦ ଶର୍ମା,ଅତିରିକ୍ତ ଜିଲ୍ଲାପାଳ ଭାସ୍କର ଚନ୍ଦ୍ର ରଇତ,ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ନିହାର ରଞ୍ଜନ କହଁର ଏବଂ ଅନ୍ୟାନ୍ୟ ଜିଲ୍ଲା ଅଧିକାରୀଙ୍କ ଉପସ୍ଥିତିରେ ସ୍ଥାନୀୟ ଜିଲ୍ଲାପରିଷଦ କାର୍ଯ୍ୟାଳୟ ପରିସରରୁ ଶୁଭାରମ୍ଭ କରାଯlଇଥିଲା ।ଏହି ଉଦଯାପନୀ କାର୍ଯ୍ୟକ୍ରମରେ ମୁନିଗୁଡ଼ା ଅଞ୍ଚଳର ସୁନାମଧନ୍ୟ ସମାଜସେବୀ,
ପରିବେଶବିତ୍ ଓ ସାମ୍ବାଦିକ ଶ୍ରୀଯୁକ୍ତ କ୍ଷମାସାଗର ଦାଶଙ୍କୁ ତାଙ୍କ ସେବା,ସମର୍ପଣ ମନୋଭାବ ବିଶେଷକରି ସଡ଼କ ସୁରକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଓ ଉତ୍ସର୍ଗୀକୃତ ସେବା ପାଇଁ ରାୟଗଡ଼ା ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଦ୍ଵାରା ପ୍ରସତିପତ୍ର,ଅଙ୍ଗବସ୍ତ୍ର,ସ୍ମୃତି ଫଳକ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ ଓ ସମ୍ମାନିତ କରାଯାଇଥିଲା।ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀଯୁକ୍ତ ବସନ୍ତ କୁମାର ପ୍ରଧାନ,ଅତିରିକ୍ତ ଜିଲ୍ଲାପାଳ ଭାସ୍କର ଚନ୍ଦ୍ର ରଇତ,ଜିଲ୍ଲା ଉନ୍ନୟନ ମୁଖ୍ୟ ଅଧିକାରୀ ନିହାର ରଞ୍ଜନ କଅଁରଙ୍କ ସହିତ ଜିଲ୍ଲା ବିଭାଗୀୟ ଅଧିକାରୀ ଗଣ ଉପସ୍ଥିତ ରହି ସାମାଜିକ କର୍ମୀ ଶ୍ରୀଯୁକ୍ତ ଦାଶଙ୍କ ସେବା,ସମର୍ପଣ ଓ ସାମାଜିକ କାର୍ଯ୍ୟର ଭୂୟସୀ ପ୍ରଶଂସା କରିବା ସହ ତାଙ୍କୁ ଉତ୍ସାହିତ କରିଥିଲେ।ବିଭିନ୍ନ କ୍ଷେତ୍ରରେ ଅନେକ ସମ୍ମାନ,ପୁରସ୍କାର ଓ ସମ୍ବର୍ଦ୍ଧନା ପାଇଥିବା ମୁନିଗୁଡ଼ା ଅଞ୍ଚଳର ଏହି ଯୁବ ସାମାଜିକ କର୍ମୀ ଆଗକୁ ଅନେକ କ୍ଷେତ୍ରରେ ଦଳିତ,ପତିତ ଓ ପୀଡ଼ିତଙ୍କ ପାଇଁ ନିଜ ତନ,ମନ ସମର୍ପଣ ସହ ଆହୁରି ଉତ୍ସାହିତ ହୋଇ କାର୍ଯ୍ୟ ଜାରି ରଖିବେ।ଏହି ସମ୍ମାନ ତାଙ୍କୁ ଅନେକ ପ୍ରେରଣା ଦେବ।ସଡ଼କ ସୁରକ୍ଷା କ୍ଷେତ୍ରରେ ତାଙ୍କ ଅଭିଯାନ ଆହୁରି ଗତିଶୀଳ ହେବ ବୋଲି ପ୍ରତିକ୍ରିୟାରେ କହିଥିଲେ ସାମାଜିକ କର୍ମୀ ଶ୍ରୀଯୁକ୍ତ ଦାଶ।