June 2, 2024

ବୁଗୁଡ଼ାରେ ବୁଲିଲା ଜଗନ୍ନାଥଙ୍କ ଅର୍ପଣ ରଥ….

Share

ବୁଗୁଡା :  ବୁଗୁଡ଼ା ବ୍ଲକର ବି. କରଡ଼ାବାଡ଼ି ପଞ୍ଚାୟତରୁ ଜଗନ୍ନାଥ ଅର୍ପଣ ରଥର ପରିକ୍ରମା କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି । ଗ୍ରାମବାସୀ ଗାଁ ମୁହଁରୁ ରଥକୁ ବନ୍ଦାପନା କରି ଏକ ବିରାଟ ଶୋଭାଯାତ୍ରାରେ ପାଛୋଟି ନେଇଥିଲେ । ସଂକୀର୍ତ୍ତିନ ଦଳ, ଘଣ୍ଟ ମୁଦଙ୍ଗ ସହ ହୁଳହୁଳିରେ ଗ୍ରାମ ପରିକ୍ରମା କରାଯାଇଥିଲା । ଏ ଅବସରରେ ଗ୍ରାମର ପ୍ରତ୍ୟେକ ଘରୁ ଗୁଆ ଚାଉଳ ସଂଗ୍ରହ କରାଯାଇଥିଲା । ଜିପିଇଓ ମନୋଜ କୁମାର ସାହୁଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ବ୍ଲକ୍ ଉପାଧ୍ୟକ୍ଷ ମାନସ ରଞ୍ଜନ ପ୍ରଧାନ, ଜିଲ୍ଲା ପରିଷଦ ସଦସ୍ୟା ଚାନ୍ଦିନୀ ନାୟକ, ସରପଞ୍ଚ ଡି.ଚାନ୍ଦିନୀ ଆଚାରୀ ଓ ସମିତି ସଭ୍ୟା ପ୍ରିୟାଙ୍କା ସେଠୀ ପ୍ରମୁଖଙ୍କ ସମେତ ଗ୍ରାମବାସୀ ଉପସ୍ଥିତ ରହି ଜଗନ୍ନାଥ ଅର୍ପଣ ରଥକୁ ବନ୍ଦାପନା କରି ଭବ୍ୟ ସ୍ବାଗତ କରିଥିଲେ । ପରବର୍ତ୍ତୀ ସମୟରେ ଉକ୍ତ ରଥ କରଚୁଲି , ତାକରଡା , ବିରଞ୍ଚିପୁର , ମୋଟାବାଡ଼ି , କଳମ୍ବ , ମାଣିତରା ଆଦି ପଞ୍ଚାୟତ ପରିକ୍ରମା କରିଥିଲା ବେଳେ ଅନ୍ୟ ଦିନ ଗୁଡିକରେ ଅବଶିଷ୍ଟ ୧୪ଟି ପଞ୍ଚାୟତରେ ରଥ ପରିକ୍ରମା କରି ପ୍ରତ୍ଯେକ ଘରୁ ଗୁଆ ଓ ଚାଉଳ ସଂଗ୍ରହ କରିବାର କାର୍ଯ୍ୟକ୍ରମ ରହିଥିବା ଜଣାଯାଇଛି ।