June 21, 2026

ପଞ୍ଚୁକ ପୂର୍ବରୁ ପରିବା ବଜାର ଭିଡ଼ 

IMG-20241108-WA0047
Share

 

 

କାଶୀନଗର ଅଂଚଳ ରେ ଓଡ଼ିଆ ଓ ତେଲୁଗୁ ସମ୍ପ୍ରଦାୟ ର ଲୋକ ମାନେ ବସ ବାସ କରନ୍ତି. ଓଡ଼ିଆ ଲୋକ ମାନଙ୍କ କାର୍ତ୍ତିକ ମାସ ପନ୍ଦର ଦିନ ହେଲା ପରେ ମାନେ ଦୀପାବଳି ପରେ ତେଲୁଗୁ ଲୋକ ମାନଙ୍କ କାର୍ତିକ ମାସ ଆରମ୍ଭ ହୁଏ. ହେଲେ ବର୍ତମାନ ଉଭୟ ସମ୍ପ୍ରଦାୟ କାର୍ତ୍ତିକ ମାସ ପାଳୁ ଥିବାରୁ ପରିବା ବଜାରରବ ବହୁତ ଭିଡ଼ ଜମୁ ଥିବା ବେଳେ ଆମିଷ ବଜାର ଖାଁ ଖାଁ ରହୁଛି. ସେହିପରି ପରିବା ଦର ମଧ୍ୟ ଆକାଶ ଛୁଆଁ ଯେଉଁଥିରେ ହାତ ମାରିଲେ ଅଶି ଉପରେ କହୁଛନ୍ତି. ଶାଗ ବିଡା ପ୍ରଥମେ ପାଞ୍ଚ ଟଙ୍କା ଥିଲା ବର୍ତମାନ ଦଶ ଟଙ୍କା. ସେମିତି ବଜାର ରେ ଯେଉଁ ପରିବା ଆଖିକୁ ତାଜା ତାଜା ବା ସତେଜ ଦେଖା ଯାଉଛି ଦର ବୁଝିଲେ ଶହେ କହୁଛନ୍ତି. ମଧ୍ୟବିତ୍ତ ପରିବାର ଲୋକେ ପରିବା ଦର ଦେଖି ବଜାର ଯିବାକୁ ଛାନିଆ ହେଉଥିବା ନଜରକୁ ଆସିଛି.(ଅନନ୍ତ ଆପଟ )