October 5, 2024

ରାତା ରାତି ଆଖଣ୍ଡଳମଣି ମନ୍ଦିର ହୁଣ୍ଡି ଉଠାଇନେଲେ ଦୁର୍ବୃତ l

Share

ରାତା ରାତି ଆଖଣ୍ଡଳମଣି ମନ୍ଦିର ହୁଣ୍ଡି ଉଠାଇନେଲେ ଦୁର୍ବୃତ l
———————————————–

ଗଞ୍ଜାମ : ପ୍ରଦୀପ କୁମାର ପଣ୍ଡା

ଦିନ ଦିପହରେ ତାଲା ଭାଙ୍ଗି ଚେରୀ କରିବା ପରେ ଦାମୋଦରପୁର ଗ୍ରାମରେ ରହିଥିବା ବାବା ଆଖଣ୍ଡଳମଣି ଶୈବାପୀଠ ରୁ ସୋମବାର ବିଳମ୍ବିତ ରାତ୍ରରେ କିଏ ହୁଣ୍ଡି ଉଠାଇନେଇ ଯାଇଥିବା ଅଭିଯୋଗ ହୋଇଥିଲା l ଯାହାକୁନେଇ ପବିତ୍ର କାର୍ତ୍ତିକ ମାସରେ ଶିବ ମନ୍ଦିରରୁ ଚେରୀ ହେବା ଘଟଣା ଭକ୍ତ ମାନଙ୍କ ମନରେ
ଶକ୍ତ ଆଘାତ ଲାଗିଛି l ଖବର ନେବାରେ ଜଣା ପଡିଛି l ମଙ୍ଗଳବାର ମନ୍ଦିର ପରିଚାଳନା କମିଟି ଭୋର ସମୟରେ ମନ୍ଦିର ରୁ ହୁଣ୍ଡି ଚୋରି ହୋଇଯାଇଥିବା ଜାଣିବାକୁ ପାଇଥିଲେ l ଏନେଇ ସ୍ଥାନୀୟ ଥାନା ରେ ଅଭିଯୋଗ କରିଥିଲେ l ଥାନା ପକ୍ଷରୁ ସେକେଣ୍ଡ ଅଫିସର କ୍ଷେତ୍ର ମୋହନ ସାହୁ ଡ୍ରଗ ସ୍କ୍ୱାଡ଼ କୁ ନେଇ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ l
ଅନ୍ୟପଟେ ପୂର୍ବାହ୍ନ ସମୟରେ ପୁରାତନ 5 ନମ୍ବର ଜାତୀୟ ରାଜପଥ କଲେଜ -ସ୍ମଶାନ ରୋଡ଼ ପାର୍ଶ୍ୱରେ ହୁଣ୍ଡିକୁ ଠାବ କରାଯାଇଥିଲା l ହୁଣ୍ଡିକୁ ଦୁବୃତ୍ତ ମାନେ ଖୋଲିପରି ନଥିଲେ କି ନେଇପାରି ନଥିଲେ l ଯାହାକୁନେଇ ରାସ୍ତା କଡରେ ଫିଙ୍ଗିଦେଇ ଚାଲିଯାଇଥିଲେ l ଉକ୍ତ ହୁଣ୍ଡିକୁ ଉଦ୍ଧାର କରାଯିବା ପରେ ସେଥିରୁ 3 ହଜାର ରୁ ଉର୍ଦ୍ଧ ଟଙ୍କା ବାହାରିଥିଲା l
ଏହି ମନ୍ଦିର ରୁ ଚାରି ଥର ଚୋରି ହୋଇଛି ଦୁଇଥର ହୁଣ୍ଡି, ପାର୍ବତୀ ମା କିରଟି, ଓ ଘଣ୍ଟି ଚୋରି ହୋଇଥିବା ଜଣାପଡ଼ିଛି l
ସୂଚନାଯୋଗ୍ୟଯେ ଗତ କିଛି ବର୍ଷ ହେଲା ସ୍ଥାନୀୟ ଅଞ୍ଚଳରେ ଦୁବୃତ୍ତ ମାନେ ମନ୍ଦିର ଗୁଡିକୁ ଟାର୍ଗେଟ କରୁଥିବା ଲକ୍ଷ କରାଯାଇଛି l ପୂର୍ବରୁ ଦୁର୍ଗାଦେବୀ ସାହି ସ୍ଥିତ ଦୁର୍ଗା ମନ୍ଦିର, ମା ବୁଦ୍ଧିଠାକୁରାଣୀ ମନ୍ଦିର ଓ କଲେଜ ରୋଡ଼ ରେ ଥିବା ଦକ୍ଷିଣ କାଳୀ ମନ୍ଦିରରୁ ଚୋରି ହୋଇଥିବା ଅଭିଯୋଗ ହୋଇଥିଲା l ସେଥିପାଇଁ ପ୍ରଶାସନ ପକ୍ଷରୁ ଗଞ୍ଜାମ ସହରରେ ସି ସି କେମେରା ର ଵେବସ୍ତା କରାଯାଇଛି l କିନ୍ତୁ ପେଲିସି କୁ ଚାଲେଞ୍ଚ କରିଛନ୍ତି ଦୁର୍ବୁତ୍ତ l ଆଞ୍ଚଳବାସୀ ଙ୍କ ତରଫରୁ ସ୍ଥାନୀୟ ପୋଲିସ ପ୍ରଶାସନ ପକ୍ଷରୁ ରାତ୍ରି କାଳିନ ପେଟ୍ରୋଲିଙ୍ଗ ଆହୁରି କଡାକଡି କରିବାନେଇ ଦାଵୀ ହେଉଛି l