ପୁରୀରେ ଗଜଲକ୍ଷ୍ମୀ ପୂଜାରେ ଘଟିଲା ବଡ ଅଘଟଣ, ରୋଷେଇ କଲାବେଳେ ଚୁଲି ନଜଳିବାରୁ ହାଣ୍ଡି ଚୁଲି ଭାଙ୍ଗିଦେଲେ କାଳିଆ ବଳିଆ ଦୁଇଭାଇ
ହଁ ଆଜ୍ଞା ପବିତ୍ର ଗଜଲକ୍ଷ୍ମୀ ପୂଜାରେ ଦୁଇଭାଇ ଘରୁ ତଡା ଖାଇଥିବା ବେଳେ ଲକ୍ଷ୍ମୀ ଠାକୁରାଣୀ ରୋଷେଇ ପାଇଁ ନିଜ ଦାସିଙ୍କ ହାତରେ ସମସ୍ତ ରୋଷେଇ ସାମଗ୍ରୀ ଦେବା ସହିତ ମାଟି ହାଣ୍ଡି ଏବଂ ଜାଳେଣି କାଠ ଯୋଗାଇଦେଇଥିଲେ ଦୁଇ ଭାଇଙ୍କୁ କିନ୍ତୁ କାଳର କି ବିଚିତ୍ର ଲୀଳା ଦୁଇ ଭାଇ ରୋଷେଇ କଲାବେଳକୁ ଚୁଲି ଜଳିନଥିଲା ତେଣୁ ଦୁଇଭାଇ କାଳିଆ ବଳିଆ ଚୁଲି ସହିତ ହାଣ୍ଡିକୁ ବାଡେଇ ଭାଙ୍ଗିଦେଇଥିଲେ ଏଭଳି ବିଭ୍ରାନ୍ତିକର ପରିସ୍ଥିତି ସମସ୍ତ ଭକ୍ତଙ୍କ ମନକୁ ଆକୃଷ୍ଟ କରିଛି ଷ୍ଟେସନ ବଜାର ମା ଗଜଲକ୍ଷ୍ମୀ ବ୍ୟବସାୟୀ ସଂଘର ମା ଗଜଲକ୍ଷ୍ମୀ ପୂଜା ପାଉଥିବା ସ୍ଥାନର ଚିତ୍ର l ଅନୁଷ୍ଠାନ ର ସଭାପତି ରଞ୍ଜନ ମହାପାତ୍ର ଙ୍କ ଅଧକ୍ଷତା ରେ ଆଲୋକ କୁମାର ସାହୁ, ପ୍ରସନ କୁମାର ସାହୁ ରାଜେଶ କୁମାର ନନ୍ଦଙ୍କ ସହିତ ସମସ୍ତ ବ୍ୟବସାୟୀ ରାତି ରାତି ଅନିଦ୍ରା ହୋଇ ମିଳିମିଶି ମଣ୍ଡପ କୁ ଏଭଳି ସଜାଇ ଛନ୍ତି ଏପରିକି ମାଟି ଚାଳ ଛପର ଘର ଏଥି ସହିତ ରୋଷଘର, କୂଅ, ମାଣ ଖଟୁଲି ପୁରା ନିଆରା ଗୋଟେ ଗାଁର ଅତି ଗରିବ ଘରେ ଲକ୍ଷ୍ମୀ ପୂଜା ପାଉଥିବାରୁ ଦୃଶ୍ୟ ସମସ୍ତଙ୍କ ମନ ଜିଣିବା ସହିତ ଷ୍ଟେସନ କୁ ଆସୁଥିବା ଏବଂ ଯାଉଥିବା ପର୍ଯ୍ୟଟକ ମାନେ ଠିଆ ହୋଇ ଏହି ଗଜଲକ୍ଷ୍ମୀ ପୂଜା ମଣ୍ଡପ କୁ ଅନେଇ ରହିବା ସହିତ ଅନୁଷ୍ଠାନ କୁ ଭୂୟସୀ ପ୍ରଶଂସା କରୁଛନ୍ତି l
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ
