April 26, 2026

ଉମରକୋଟ ର ରୋଷେୟା ତଥା ସେବାୟତ ସଂଘର ବୈଠକ………. 

IMG-20251008-WA0000
Share

 

 

ଉମରକୋଟ:- (ଏମ୍.ଦୀନା°ଶୁ ଆଚାରୀ) ନବରଙ୍ଗପୁର ଜିଲ୍ଲା ର ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗର ରୋଷେୟା ତଥା ସେବାୟତ ସଂଘର ସଦସ୍ୟ ଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମ ଟି ଉମରକୋଟ ବ୍ଲକ ବଡ ଭରଣ୍ଡି ସ୍ଥିତ ଏସଏସଡି ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମ ଜିଲ୍ଲା ର ୧୦ ଗୋଟି ବ୍ଲକ ର ସିସିଏ ଓ ଏଲସିସିଏ ଭାଇ ଓ ଭଉଣୀ ମାନେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ଟିକୁ ସଂଘର ସମ୍ପାଦକ ରାଜେନ୍ଦ୍ର ନାୟକ ଙ୍କ ସଭାପତିତ୍ବ କରିଥିଲେ । ପୁରୁଣା କମିଟି ଭଙ୍ଗା ଯାଇ ନୂତନ କମିଟି ଗଠନ କରାଯାଇଥିଲା। ବୈଠକରେ ସର୍ବ ସମ୍ମତି କ୍ରମେ ସଭାପତି ଭାବେ ତୁଳେଶ୍ବର ନାୟକ,ଉପ ସଭାପତି ଭାବେ କୈଳାସ ପ୍ରଧାନୀ, ସମ୍ପାଦକ ଭାବେ ସମାରୁ ହରିଜନ,ସହ ସମ୍ପାଦକ ଭାବେ ମହୋନ ଚରଣ ମାଝି, ସଂଗଠନ ସମ୍ପାଦକ ଭାବେ ଭୀମସେନ ମାଝୀ, କୋଷାଧ୍ୟକ୍ଷ ଭାବେ ସମାରୂ ରନ୍ଧାରୀ ଓ ଉପଦେଷ୍ଟା ଭାବେ ରାଜେନ୍ଦ୍ର ନାୟକ ଙ୍କୁ ମନୋନୀତ କରାଯାଇଥିଲା। ସେହିପରି ସଭ୍ୟା ଭାବେ କୁମୁଦିନୀ ସୈରା,ସୁନାମଣି ଭତରା ଓ ସଭ୍ୟ ଭାବେ ଶଙ୍କର କେଉଟ, ଘାସିରାମ ପୂଜାରୀ ଓ ନେପାଳ ମାଝୀ ଙ୍କୁ ମନୋନୀତ କରାଯାଇଥିଲା।