October 8, 2024

ଜି ଆଇ ଇ ଟି ବିଶ୍ୱବିଦ୍ୟାଳୟ କୁ ପ୍ରକୃତି ମିତ୍ର ପୁରସ୍କାର ୨୦୨୪ ସମ୍ମାନରେ ସମ୍ମାନୀତ

Share

ଗୁଣୁପୁର -୮/୧୦/୨୪-(ସୁରେନ୍ଦ୍ର ମହାନ୍ତି )ଓଡ଼ିଶା ସରକାରଙ୍କ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ଆଜି ୭୦ ତମ ବନଖଣ୍ଡ ସ୍ତରୀୟ ବନ୍ୟପ୍ରାଣୀ ସପ୍ତାହ ରାୟଗଡାଠାରେ ପାଳିତ ହୋଇଯାଇଛି।ଏହି ଅବସରରେ ସ୍ଥାନୀୟ ଜି ଆଇ ଇ ଟି ବିଶ୍ଵବିଦ୍ୟାଳୟକୁ ପ୍ରକୃତି ସଂରକ୍ଷଣ ଓ ପରିବେଶ ସୁରକ୍ଷା କ୍ଷେତ୍ର ରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବାରୁ
ପ୍ରକୃତି ମିତ୍ର ପୁରସ୍କାର-୨୦୨୪ ସମ୍ମାନରେ ସମ୍ମାନୀତ କରିଛନ୍ତି।ଏଥିରେ ବିଶ୍ଵବିଦ୍ୟାଳୟର ଜାତୀୟ ସେବା ଯୋଜନାର ସଦସ୍ୟ ପ୍ରଫେସର ଡ ପ୍ରେମଂଶୁ ଶେଖର ରଥ ଯୋଗ ଦେଇ ଅତିଥିଙ୍କ ଠାରୁ ମାନପତ୍ର ସହ କୋଡ଼ିଏ ହଜାର ଟଙ୍କା ଚେକ୍ ଗ୍ରହଣ କରିଛନ୍ତି। ଏହି ସଭାରେ ସମ୍ମାନୀୟ ଅତିଥି ଭାବେ ରାୟଗଡା ବିଧାୟକ ଆପଲା ସ୍ବାମୀ କାଦ୍ରାକା, ରାୟଗଡ଼ା ଜିଲ୍ଲା ପରିଷଦ ଅଧ୍ୟକ୍ଷା ସରସ୍ୱତୀ ମାଝୀ, ରାୟଗଡ଼ା ବ୍ଲକ ଅଧ୍ୟକ୍ଷା ଟୁନି ହୁଇକା,କୋଲନରା ବ୍ଲକ୍ ଅଧ୍ୟକ୍ଷା ସଂଯୁକ୍ତା କୁଲାସିକା, ରାୟଗଡ଼ା ଜିଲ୍ଲା ଖଣ୍ଡିୟ ବନ ଅଧିକାରୀ ସଚିନ ଆନାସହେବ ଅହୋଲ, ସହାୟକ ବନ ସଂରକ୍ଷକ ଅଶୋକ କୁମାର୍ ପ୍ରଧାନ ଓ ସନ୍ଦୀପ କୁମାର ପୃଷ୍ଟି, ବନ୍ୟଜନ୍ତୁ ତଦାରଖକାରୀ ଗୌରାଙ୍ଗ ଚରଣ ରାଉତ, ଗୁଣୁପୁର ବନ୍ୟାଞ୍ଚଳ ଅଧିକାରୀ ଗଙ୍ଗାଧର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।ଏହି ସଫଳତା ପାଇଁ ବିଶ୍ଵବିଦ୍ୟାଳୟର ସଭାପତି ଡ ସତ୍ୟ ପ୍ରକାଶ ପଣ୍ଡା, ଉପ ସଭାପତି ଡ ଚନ୍ଦ୍ରଧ୍ଵଜ ପଣ୍ଡା, ମହାନିର୍ଦ୍ଦେଶକ ଡ ଜଗଦୀଶ ପଣ୍ଡା, କୁଳପତି ଡ଼ ଏ ଭି ଏନ ଏ ଲ ଶର୍ମା, ରେଜିଷ୍ଟ୍ରାର ଡ ଏନ ଭି ଜେ ରାଓ ପ୍ରମୁଖ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି।