March 13, 2026

ଭଞ୍ଜନଗର ମିଳିତ ପ୍ରାଥମିକ ଶିକ୍ଷକ ସଂଘର ସମ୍ବର୍ଦ୍ଧନା ସଭା

IMG-20240908-WA0028
Share

 

ଭଞ୍ଜନଗର, ୮ ସେପ୍ଟେମ୍ବର : ଆଜି ଭଞ୍ଜନଗର ମେଇନ୍ ରୋଡ ସ୍ଥିତ ଟାଉନ ହଲ ଠାରେ ଭଞ୍ଜନଗର ବ୍ଲକ ମିଳିତ ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ଏକ ସମ୍ବର୍ଦ୍ଧନା ସଭାର ଆୟୋଜନ ହୋଇଯାଇଛି l ଏହି ଅବସରରେ ଭଞ୍ଜନଗର ର ନବ ନିର୍ବାଚିତ ବିଧାୟକ ଶ୍ରୀଯୁକ୍ତ ପ୍ରଦ୍ୟୁମ୍ନ କୁମାର ନାୟକ ଏବଂ ଭଞ୍ଜନଗର ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷ ଶ୍ରୀଯୁକ୍ତ ଗୋପବନ୍ଧୁ ମହାପାତ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା l ବରିଷ୍ଠ ଶିକ୍ଷକ ଶ୍ରୀଯୁକ୍ତ ସରୋଜକାନ୍ତ ଶତପଥୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ରୂପେ ଶିକ୍ଷକ ନେତା ଶ୍ରୀ ତ୍ରିନାଥ ପଟ୍ଟନାୟକ, ଶିକ୍ଷକ ସଂଘ ଉପଦେଷ୍ଟା ତଥା ଆଇନଜୀବୀ ଶ୍ରୀ ରଜତ କୁମାର ଦାଶ, ଏନ.ପି.ଏସ୍. ସଂଘର ସଭାପତି ଶ୍ରୀ ଜଗଦୀଶ ନାୟକ, ଏକ୍ସ କ୍ୟାଡର ସଭାପତି ଶ୍ରୀ ସୀମାଞ୍ଚଳ ପାତ୍ର ଯୋଗଦାନ କରିଥିଲେ l ଏହି ସମ୍ବର୍ଦ୍ଧନା ସଭାରେ ବିଧାୟକ ମହୋଦୟ ତାଙ୍କର ଦୁଇ ବାଲ୍ୟ ଗୁରୁ ଶ୍ରୀ ଶିବରାମ ନାୟକ ଏବଂ ଶ୍ରୀ ଶରତ ଚନ୍ଦ୍ର ଦାଶଙ୍କୁ ସମ୍ବର୍ଦ୍ଧିତ କରି ଗୁରୁ-ଶିଷ୍ୟ ପବିତ୍ର ସଂପର୍କ ତଥା ପୂଜ୍ୟ-ପୂଜା ପରମ୍ପରାର ର ଉଦାହରଣ ସୃଷ୍ଟି କରିଥିଲେ l ଉପସ୍ଥିତ ଅତିଥିମାନେ ପ୍ରାଥମିକ ଶିକ୍ଷକଙ୍କର ସମାଜ ପ୍ରତି ରହିଥିବା କର୍ତ୍ତବ୍ୟ, ଦାୟିତ୍ଵ ଓ ମୂଲ୍ୟବୋଧ ସମ୍ପର୍କରେ ନିଜନିଜର ଅଭିଭାଷଣ ରଖିଥିଲେ l ଏହି ପରିପ୍ରେକ୍ଷୀରେ ବିଧାୟକ ମହୋଦୟ ଭଞ୍ଜନଗର ବ୍ଲକର ପ୍ରାଥମିକ ଶିକ୍ଷାର ବିକାଶ ଓ ଶିକ୍ଷକ ମାନଙ୍କ ଅସୁବିଧା ଦୂର କରିବା ପାଇଁ ପ୍ରତିଶୃତି ଦେଇଥିଲେ l ସଭାର କାର୍ଯ୍ୟକ୍ରମକୁ ଶିକ୍ଷକ ଶ୍ରୀ ଗଙ୍ଗାଧର ପଣ୍ଡା ଉପସ୍ଥାପନା କରିଥିବା ବେଳେ ଶିକ୍ଷକ ଶ୍ରୀ ଦେବୀ ପ୍ରସାଦ ଦାଶ ସଂଯୋଜନା କରିଥିଲେ। ବହୁ ପ୍ରତିକ୍ଷିତ ଏହି କାର୍ଯ୍ୟକ୍ରମରେ ଭଞ୍ଜନଗର ବ୍ଲକ ର ସମସ୍ତ ଶିକ୍ଷକ ସଂଘ କର୍ମକର୍ତ୍ତା, ଶିକ୍ଷକ-ଶିକ୍ଷୟତ୍ରୀ, ଆମନ୍ତ୍ରିତ ଅତିଥି ଓ ମିଡ଼ିଆ ବନ୍ଧୁ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଫଳପ୍ରଦ କରିବାରେ ସହଯୋଗ କରିଥିଲେ।

ଵେଲଗୁଣ୍ଟା, ରିପୋର୍ଟ ପଞ୍ଚାନନ, ସାହୁ