September 21, 2024

ରାୟଗଡା ଜିଲ୍ଲାରେ ଓଡିଶା କର୍ମଯିବି ସାମ୍ବାଦିକ ର ବୈଠକ ଓ ଲୋଗୋ ଉନ୍ମୋଚନ ଉତ୍ସବ ଅନୁଷ୍ଠିତ

Share

 

ରାୟଗଡା : ରାୟଗଡା ଠକର ବାପା ଆଶ୍ରମ ପରିସରରେ ଓଡିଶା କର୍ମଜୀବୀ ସାମ୍ବାଦିକ ସଙ୍ଘ ଶାଖା ରାୟଗଡା ର ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ରାୟଗଡା ଜିଲ୍ଲା ସଭାପତି ଖଗେଶ୍ୱର ସିଂ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା. ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ, ସମ୍ମାନିତ ଅତିଥି ଭାବେ ଓଡିଶା କର୍ମଯିବି ସାମ୍ବାଦିକ ସଙ୍ଘ ର ରାଜ୍ୟ ସାଧାରଣ ସମ୍ପାଦକ ନିରଞ୍ଜନ ବିଶ୍ୱାଳ, ରାଜ୍ୟ ସମ୍ପାଦକ ନାରାୟଣୀ ପ୍ରସାଦ ମିଶ୍ର, ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ତପନ ହିଆଲ, ବର୍ତ୍ତ ହରିଜନ, ରାୟଗଡା ର ସାମ୍ବାଦିକ ଶ୍ରୀନିବାସ, ରାୟଗଡା ଜ଼ିଲ୍ଲା ର ଦୈନିକ ଖବର କାଗଜ ର ପ୍ରେମୟ ର ଜ଼ିଲ୍ଲା ପ୍ରତିନିଧି ଗୋପ ରଞ୍ଜନ ବକ୍ସିପାତ୍ର,ଶ୍ରମିକ ନେତା ନିରଞ୍ଜନ ପାତ୍ର, ପ୍ରମୁଖ ମଂଚାସୀନ ରହିଥିଲେ l ଆଜି ପବିତ୍ର ନୂଆଖାଇ ଦିବସରେ ଅତିଥି ମାନଙ୍କ ଦ୍ୱାରା ରାୟଗଡା ଜ଼ିଲ୍ଲା ଓଡିଶା କର୍ମଯିବି ସାମ୍ବାଦିକ ସଙ୍ଘ ର ଲୋଗ ଉନ୍ମୋଚନ ହୋଇଥିଲା l ଆଜିର ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ତଥା ଜ଼ିଲ୍ଲା ବାହାର ର ବହୁ ବରିଷ୍ଠ ସାମ୍ବାଦିକ ଯୋଗ ଦେଇ ସଙ୍ଘ ର ଆଭିମୁଖ୍ୟ ଏବଂ ସଙ୍ଘ ସମ୍ପର୍କ ରେ ମତ ବ୍ୟକ୍ତ କରିଥିଲେ l ରାୟଗଡା ସମେତ ଦକ୍ଷିଣ ଓଡିଶା ରେ ସବୁ ବ୍ଲକ ରେ ସାମ୍ବାଦିକଙ୍କ ସହ ସଙ୍ଘ କିଭଳି କାର୍ଯ୍ୟ କରିବ ତାହା ଉପରେ ଆଲୋଚନା ହେଇଥିଲା l

ଆଜିର ଉତ୍ସବ ରେ ରାୟଗଡା ଜିଲ୍ଲାର ପ୍ରସାଦ ଲିମା, ରୁଦ୍ର ଚୌଧୁରୀ, ସୁପ୍ରିୟା ଷଡ଼ଙ୍ଗୀ, କିଶୋର ମହାନନ୍ଦିଆ, ତେଲି ନାୟକ, ଅଜିତ ଭତ୍ରୀୟା, ରବୀନ୍ଦ୍ର ସାହୁ, ଶେଖର ଖୁରା, ଙ୍କ ସମେତ ବହୁ ସାମ୍ବାଦିକ ଯୋଗ ଦେଇଥିଲେ.

ଶେଷରେ ଜେ କେ ପେପର ମିଲ ର ଲୋକ ସମ୍ପର୍କ ଅଧିକାରିଣୀ ସ୍ମୃତିରେଖା କର ଯୋଗ ଦେଇ ଠକର ବାପା ଆଶ୍ରମ ରେ ରହି ପାଠ ପଡୁଥିବା ବିଦ୍ୟାଳୟ ର ପିଲାମାନଙ୍କୁ ଖାତା ଓ କମ୍ପାସ ବାକ୍ସ ବଣ୍ଟନ କରିଥିଲେ lଏହି କାର୍ଯ୍ୟକ୍ରମ କୁ ସାମ୍ବାଦିକ ପ୍ରସାଦ ଲିମା ସଂଯୋଜନା କରିଥିଲେ l

ରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ