ବିଜୁ ଯୁବ ଛାତ୍ର, ଜନତା ଦଳର ବୃକ୍ଷ ରୋପଣ କାର୍ଯ୍ୟକ୍ରମ ।

IMG-20230908-WA0043
Share

ବିଜୁ ଯୁବ ଛାତ୍ର, ଜନତା ଦଳର ବୃକ୍ଷ ରୋପଣ କାର୍ଯ୍ୟକ୍ରମ ।
ଅସ୍ତରଙ୍ଗ,,ବିଜୁ ଜନତା ଦଳର ୨୫ବର୍ଷ ପୂର୍ତ୍ତି ଉପଲକ୍ଷେ,ବିଜୁ ଯୁବ ଛାତ୍ର ଓ ବିଜୁ ଯୁବ ଜନତା ଦଳ ତରଫରୁ,ଶୁକ୍ରବାର ପୂର୍ବାହ୍ନ ରେ ଅସ୍ତରଙ୍ଗ ବ୍ଲକ ଅଧୀନ ଦୁଇଗୋଟି ସ୍ଥାନରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇ ଅଛି । ଏହି ଦୁଇଗୋଟି କାର୍ଯ୍ୟକ୍ରମ ନଇଗୁଆଁ ପଞ୍ଚାୟତ ର ଖଣ୍ଡାସହି ନିକଟ ତଳଦା ଘାଟକୁ ସଂଯୋଗ କରୁଥିବା ରାସ୍ତା ର ଦୁଇ କଡ ଓ ନଇଗୁଆଁ ଗଣେଶ ମନ୍ଦିର ପଛପଟ ପଡ଼ିଆରେ କରାଯାଇଥିବା ବେଳେ,ଏହି ଦୁଇଗୋଟି ସ୍ଥାନରେ ୫୬୬ ଗୋଟି ବିଭିନ୍ନ କିସମର ଗଛ ଲଗା ଯାଇ ଅଛି । ଏହି କାର୍ଯ୍ୟକ୍ରମ କୁ କ୍ରୀଡା,ଓ ଯୁବସେବା,ଗୃହ ରାଷ୍ଟ୍ର ମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରା,ଓ ପୁରୀ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସ୍ଵାଧୀନ କୁମାର ନାୟକ,ପ୍ରଥମେ ଉଦଘାଟନ ସ୍ୱୋରୁପ ବୃକ୍ଷ ରୋପଣ କରିବା ପରେ,ବିଜୁ ଯୁବ ,ଓ ଛାତ୍ର ଜନତା ଦଳ ତରଫରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ହାତକୁ ନିଆ ଯାଇ ଥିଲା । ଆହୁରି ମଧ୍ୟ ବହୁ ମହିଳା ଏହି ବୃକ୍ଷ ରୋପଣ କାର୍ଯ୍ୟ କ୍ରମ ରେ ସାମିଲ ହୋଇ ପ୍ରବଳ ବର୍ଷା ସ୍ଵତ୍ୟେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଜାରି ରଖିଥିଲେ । ଆଗାମୀ ୧୦ ତାରିଖ ଦିନ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଲବଣ ସତ୍ୟାଗ୍ରହ ବିଦ୍ୟାପୀଠ କୁହୁଡି ଠାରେ ରହି ଥିବାରୁ, ସେହିଦିନ ଅସ୍ତରଙ୍ଗ -କାକଟପୁର ମୁଖ ରାସ୍ତାରେ ୧ କିଲୋ ମିଟର ବ୍ୟାପି ବୃକ୍ଷ ରୋପଣ କାର୍ଯ୍ୟକ୍ରମ ରହି ଅଛି ବୋଲି ମନ୍ତ୍ରୀ ଓ ଉପାଧ୍ୟକ୍ଷ ପ୍ରକାଶ କରିଥିଲେ । ଏହି ସବୁ କାର୍ଯ୍ୟ କ୍ରମରେ ବ୍ଲକ ବି ଜେ ଡି ସଭାପତି କେଦାର ନାଥ ବିଶ୍ଵାଳ,ସମବାୟ ବ୍ୟାଙ୍କ୍ ନିର୍ଦ୍ଦେଶକ କୁଞ୍ଜ ବିହାରୀ ପ୍ରଧାନ,ଜିଲ୍ଲା ପରିଷଦ ସଭ୍ୟ,ସରସ୍ଵତୀ ସ୍ବାଇଁ ଓ ବନିତା ବେହେରା,ବିଜୁ ଯୁବ ଜନତା ଦଳ ସଭାପତି ପ୍ରଶାନ୍ତ ବୁଟୁ ନାୟକ, ଏମ ପି,ପ୍ରତିନିଧି ଚମ୍ପକ ବାରିକ,ପୂର୍ବତନ ବ୍ଲକ ଉପାଧ୍ୟାକ୍ଷା ମିନତି ସ୍ବାଇଁ,ସରପଞ୍ଚ ଖିରୋଦ କଣ୍ଡି, ସମିତି ସଭ୍ୟ ଆରତୀ କାଂଡି, ସମାଜ ସେବୀ ଗନି ଦେଇ ,ରାମ ଚନ୍ଦ୍ର ନାୟକ,ଋତୁରାଜ ରାଉତ , ଭୀମସେନ ସ୍ବାଇଁ, ଯୁବ ନେତା, ବାବୁରାମ ମଳିକ, ରୁଦ୍ର ପ୍ରସାଦ ଲେଙ୍କା, ସ୍ୱପନେଶ୍ୱର୍ ସାହୁ, ରୂପ ପ୍ରଧାନ ପ୍ରମୁଖ ଶତାଧିକ କର୍ମୀ ସାମିଲ ଥିଲେ ।                                                                                                                      ଦୁଃଶାସନ ନାୟକ,ଅସ୍ତରଙ୍ଗ

You may have missed