ଭବାନୀପାଟଣା ଡ୍ରାଇଭର ମହାସଙ୍ଘର ଧର୍ମଘଟ..

ଭବାନୀପାଟଣା(ଧୀରଜ ଆଚାର୍ଯ୍ୟ) ଆଜି ଭବାନୀପାଟଣା ଡ୍ରାଇଭର ମହାସଙ୍ଘ ତରଫରୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ଷ୍ଟିଅରିଙ୍ଗ ଛାଡ଼ ଆନ୍ଦୋଳନ ଡାକରା ଦିଆଯାଇଛି। ଭବାନୀପାଟଣା ବ୍ଲକର ସମସ୍ତ ଡ୍ରାଇଭର ମାନେ ଭବାନୀପାଟଣାରୁ ଏକ ରେଲିରେ ବାହାରି ସହରର ଉପକଣ୍ଠରେ ଥିବା ବାଦଲୀ ବାଇପାସ ଛକ ପର୍ଯ୍ୟନ୍ତ ଆସିଥିଲେ ଓ ସେଠାରେ ଅନିର୍ଦ୍ଧିଷ୍ଟ କାଳ ପାଇଁ ଧର୍ମଘଟରେ ବସିଛନ୍ତି। ଭବାନୀପାଟଣା ବ୍ଲକ ଡ୍ରାଇଭର ମହାସଂଘର ସଭାପତି ଶ୍ରୀ ପଦ୍ମନ ଘଡେଇ ଏବଂ ଉପସଭାପତି ଶ୍ରୀ ଯୁବରାଜ ଗୌଡ଼ ଜଣାଇଛନ୍ତି ଯେ ଆଜି ବିଭିନ୍ନ ଦାବି ଗୁଡିକୁ ନେଇ ଓଡିଶା ଡ୍ରାଇଭର ମହାସଙ୍ଘ ଦ୍ଵାରା ଷ୍ଟିଅରିଙ୍ଗ ଛାଡ଼ ଆନ୍ଦୋଳନର ଡାକରା ଦିଆଯାଇଛି ଏବଂ ସେହି କ୍ରମରେ ଭବାନୀପାଟଣା ଡ୍ରାଇଭର ମହାସଙ୍ଘ ଦ୍ଵାରା ବାଦଲୀ ଠାରେ ଶାନ୍ତି ଶୃଙ୍ଖଳାର ସହିତ ଦାବି ଗୁଡିକ ପୂରଣ ନହେବା ପର୍ଯ୍ୟନ୍ତ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଆନ୍ଦୋଳନ ଓ ଧର୍ମଘଟ ଜାରି ରହିବ। ଦାବି ଗୁଡିକ ବିଷୟରେ ମହାସଙ୍ଘ ସଭାପତି ଜଣାଇଛନ୍ତି ଯେ, ଓଡିଶା ମୋଟର ଟ୍ରାନ୍ସପୋର୍ଟ ଡ୍ରାଇଭର ଓ ୱାର୍କର ୱେଲଫେୟାର ବୋର୍ଡରେ ଅଟୋ ଡ୍ରାଇଭରଙ୍କୁ ସାମିଲ କରାଯାଉ, ଜନସାଧାରଣଙ୍କ ଆକ୍ରୋଶର ଶିକାର ହେଉଥିବା ଡ୍ରାଇଭର ଭାଇ ମାନଙ୍କ ସୁରକ୍ଷା ପାଇଁ ଏକ ସ୍ୱତନ୍ତ୍ର ଆଇନ ତିଆରି କରାଯାଉ। ଏଥିସହ ବୃତ୍ତିଗତ ଡ୍ରାଇଭରଙ୍କ ୬o ବର୍ଷ ପରେ ସ୍ୱତନ୍ତ୍ର ଭତ୍ତା ପ୍ରଦାନ କରାଯାଉ ତଥା ସେପଟେମ୍ବର ୧ ତାରିଖକୁ ଜାତୀୟ ଡ୍ରାଇଭର ଦିବସ ରୂପେ ଘୋଷଣା କରାଯାଉ। ଏହାଛଡା ଓଡ଼ିଶାର ବିଭିନ୍ନ ଖଣି ଖାଦାନ ଓ କାରଖାନା ମାନଙ୍କରେ ଶତକଡା ୭o ଭାଗ ଓଡିଶାର ଡ୍ରାଇଭର ମାନଙ୍କୁ କାମ କରିବା ପାଇଁ ଅଗ୍ରାଧିକାର ଦିଆଯାଉ ଏବଂ ଗାଡିର କାଗଜପତ୍ର ଯାଞ୍ଚ କରିବା କ୍ଷମତାକୁ ପୋଲିସ ବିଭାଗକୁ ନଦିଆଯାଉ।
