April 25, 2026

ତାଲଶ୍ରୀଗିଡା କେନାଲ ରାସ୍ତା ମରଣଯନ୍ତା

IMG-20250708-WA0036
Share

 

ସୁରେନ୍ଦ୍ର କଠାର,ବରଗଡ

ବରଗଡ ଜିଲା ଅତାବିରା ବ୍ଲକ ଅଧିନ ଖଲିଆପାଲି ବ୍ରିଜରୁ ତାଲଶ୍ରୀଗିଡାକୁ ଯାଇଥିବା ଦୀର୍ଘ ୩ କିଲୋମିଟର ରାସ୍ତା ଶୋଚମୀୟ ହୋଇପଡିଛି | ଯାହାଫଳରେ ଲୋକେ ଯାତାୟତରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ୪ ପଞ୍ଚାୟତ ଲୋକ ମାନେ ଏହି ରାସ୍ତା ଦେଇ ଯିବା ଆସିବା କରନ୍ତି | ତାଲଶ୍ରୀଗିଡା ପଞ୍ଚାୟତ ର ଜଗନ୍ନାଥ ନଗର ଓ ତିର୍କୁଟି କୁରୁଆ ପଞ୍ଚାୟତ ର ଗଣ୍ଡପାଲି ବୁଗବୁଗା ପଞ୍ଚାୟତ ର ଖଲିଆପାଲି ଗଡତିଆଟିକ୍ରା ଓ ଦିପଟିକ୍ରା ଜହ୍ନାପଡା ପଞ୍ଚାୟତ ର ବରାହମୁଣ୍ଡା ମରାଟିକ୍ରା ଓ କର୍ନାଟିକ୍ରା ବାସୀ ଯିବା ଆସିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଓ ସ୍କୁଲ କଲେଜ ର ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟ ଯିବା ଆସିବା ର ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି ୨୪ବର୍ଷ‌‌‌ ର ସାସନ ର ସରକାର ଙ୍କ ମଧ୍ୟରେ ରାସ୍ତା ନିର୍ମାଣ କାର୍ଯ୍ୟ ହେଲା ନାହିଁ ୧ ବର୍ଷର ସରକାର ଙ୍କ ମଧ୍ୟରେ କେହି ଶୁଣୁ ନ ଥିବା ଅଂଚଳବାସୀ ଜଣାଇଛନ୍ତି |ତେଣୁ ଏହି ରାସ୍ତାଟିକୁ ଖୁବଶ୍ରୀଘ୍ର ମରାମତି କରିବାକୁ ଦାବୀ ହେଉଛି |

You may have missed