April 24, 2026

ମନମୋହନଙ୍କ ଉପରେ କେନ୍ଦ୍ର ନେତୃତ୍ବ ଖୁସ୍ : ପୁଣି ଦିଆଗଲା ସଭାପତି ପଦ..

IMG-20250708-WA0019
Share

 

ଆଜି ବିଦ୍ଧିବଦ୍ଧ ଭାବେ ପୁଣି ଥରେ ରାଜ୍ୟ ବିଜେପିର ମଙ୍ଗ ଧରିଲେ ମନମୋହନ। ଗତକାଲି ଏକମାତ୍ର ପ୍ରାର୍ଥୀ ଭାବେ ବିଜେପି ସଭାପତି ପଦ ପାଇଁ ନାମାଙ୍କନ ଦାଖଲ କରିଥିଲେ

 

ଆଜି ବିଦ୍ଧିବଦ୍ଧ ଭାବେ ପୁଣି ଥରେ ରାଜ୍ୟ ବିଜେପିର ମଙ୍ଗ ଧରିଲେ ମନମୋହନ। ଗତକାଲି ଏକମାତ୍ର ପ୍ରାର୍ଥୀ ଭାବେ ବିଜେପି ସଭାପତି ପଦ ପାଇଁ ନାମାଙ୍କନ ଦାଖଲ କରିଥିଲେ । ତେଣୁ ମନମୋହନ ହିଁ ପୁଣି ଥରେ ରାଜ୍ୟ ବିଜେପିର ମଂଗ ଧରିବେ ଏହା ସ୍ପଷ୍ଟ ହେବା ପରେ ସେ ରାଜ୍ୟ ବିଜେପିର ସଭାପତି ଭାବେ ନିର୍ଦ୍ବନ୍ଦ୍ବ ରେ ନିର୍ବାଚିତ ହୋଇଛନ୍ତି । ସଭାପତି ନିର୍ବାଚନ ପୂର୍ବରୁ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଗତକାଲି ଦିନ ତମାମ ଲାଗି ରହିଥିଲା ଗହଳି ଚହଳି । ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ଦଳୀୟ ବିଧାୟକ, ମନ୍ତ୍ରୀ, ସାଂସଦ ଓ ଅନ୍ୟ ନେତା ପହଁଚିଥିଲେ ।

 

 

କିଏ କିଏ ନାମାଙ୍କନ ଦାଖଲ କରିବେ ସେ ନେଇ ଭିନ୍ନ ଭିନ୍ନ ଚର୍ଚ୍ଚା ମଧ୍ୟ ହୋଇଥିଲା । ଶେଷରେ ସମସ୍ତଙ୍କ ଉପସ୍ଥିତିରେ ଏକମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଥିଲେ ମନମୋହନ । ତେବେ ବିଜେପି ରାଷ୍ଟ୍ରୀୟ ପରିଷଦ ସଦସ୍ୟ ପାଇଁ ୩୨ଜଣ ନାମାଙ୍କନ କରିଛନ୍ତି । ଆଜି ୧୦ଟାରୁ ୧୧ଟା ମଧ୍ୟରେ ନାମାଙ୍କନ ପତ୍ର ଯାଂଚ ପରେ ବିଧିବଦ୍ଧ ଭାବେ ସଭାପତିଙ୍କ ନାଁ ଘୋଷଣା ହୋଇଛି ।

 

ବିଜେଡି ସହ ମେଣ୍ଟକୁ ବିରୋଧ କରିବା ସହ ଦଳକୁ ଜିତାଇବାରେ ପ୍ରମୁଖ ଭୂମିକା ନିଭାଇଥିବା ମନମୋହନଙ୍କ ପାଇଁ ପଂଚାୟତ ନିର୍ବାଚନରେ ଭଲ ପ୍ରଦର୍ଶନ କରିବା ବଡ ଚ୍ୟାଲେଞ୍ଜ ହେବ । ଏଥିସହ ଦଳର ସବୁ ନେତାଙ୍କୁ ସନ୍ତୁଷ୍ଟ କରି ରଖିବା। ବିଭିନ୍ନ ନିଗମ ଓ ଆୟୋଗର ଅଧ୍ୟକ୍ଷ ଚୟନ କରିବା , ମନମୋହନଙ୍କ ପାଇଁ ଚ୍ୟାଲେଞ୍ଜ ହେବ।

You may have missed