September 29, 2024

ଉମରକୋଟ ରେ ଟ୍ରାଫିକ ସମସ୍ୟା ଦୂର ହେବ କେବେ……

Share

ଉମରକୋଟ ରେ ଟ୍ରାଫିକ ସମସ୍ୟା ଦୂର ହେବ କେବେ…..

ଉମରକୋଟ- (ଏମ.ଦିନା°ଶୁ ଆଚାରୀ)ଟ୍ରାଫିକ ସମସ୍ୟା ଦୂର ହେବ କେବେ? ଦିନ କୁ ଦିନ ସହର ରେ ହଜାର ହଜାର ଗାଡି ର ଯାତାୟାତ ଫଳରେ ପୋଲିସ ମଧ୍ୟ ଟ୍ରାଫିକ ନିୟନ୍ତ୍ରଣ କରିପାରୁ ନାହିଁ!ଏହି ଟ୍ରାଫିକ ରେ ରୋଗୀ କୁ ନେଇ ଯାଉଥିବା ଏମ୍ବୁଲାନ୍ସ ମଧ୍ୟ ପ୍ରାୟ ୨୦ରୁ ୨୫ମିନିଟ ଅଟକି ରହିଥିବା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ସହର ରେ!ବ୍ୟବସାୟ ର ପେଣ୍ଠସ୍ଥଳୀ ଭାବେ ପରିଚିତ ଉମରକୋଟ ସହର!ଏହି ସହର ରେ ବିଭିନ୍ନ ଅଞ୍ଚଳ ରୁ ଭାରି ଯାନବାହାନ ସହ ଛୋଟ ଗାଡି ର ମଧ୍ୟ ଯାତାୟାତ ହୋଇଥାଏ!ସକାଳ ୫ଘଂଟିକା ଠାରୁ ରାତ୍ର ୧୦ଘଂଟିକା ପର୍ଯ୍ୟନ୍ତ ଉମରକୋଟ ସହର ଭିଡ଼ ରେ ପରିପୂର୍ଣ ହୋଇ ରହିଥାଏ!ରାସ୍ତା କଡ଼ରେ ବଡ଼ ବଡ଼ ଟ୍ରକ ରଖି ବ୍ୟବସାୟୀ ମାନେ ନିଜ ନିଜ ସାମାନ ଅନଲୋଡ଼ କରିଥାନ୍ତି, କିଛି ବ୍ୟବସାୟୀ ନିଜ ଦୋକାନ କୁ ରାସ୍ତା କଡ଼ରେ ଥିବା ଡ୍ରେନ ଉପରେ ପ୍ଲେଟ ପକାଇ ଆଗକୁ ନେଇଛନ୍ତି ଯାହାଫଳରେ ଗ୍ରାହକ ମାନେ ନିଜ ମୋଟରସାଇକେଲ କିମ୍ବା କାର ରାସ୍ତା ଉପରେ ରଖି ଦୋକାନକୁ ଯିବା ଫଳରେ ରାସ୍ତା ଯାମ ହେଉଥିବା ଦେଖିବାକୁ ମିଳିଛି!ଉମରକୋଟ ସହର ର ଟ୍ରାଫିକ ସମସ୍ୟା ଦୂର ନିମନ୍ତେ ପୋଲିସ ପ୍ରଶାସନ ଓ ସହର ର ବୁଦ୍ଧିଜୀବୀ ଙ୍କ ମଧ୍ୟରେ ଆଲୋଚନା ମଧ୍ୟ ହୋଇଥିଲା କିନ୍ତୁ ଏପର୍ଯ୍ୟନ୍ତ ସମସ୍ୟା ଦୂର ହୋଇପାରୁନାହିଁ!ଉମରକୋଟ ସହର ର ଟ୍ରାଫିକ ସମସ୍ୟା ରେ ଦିନେ ଜିଲ୍ଲାପାଳ ଡ଼ଃ କମଳ ଲୋଚନ ମିଶ୍ର ମଧ୍ୟ ୨୫ମିନିଟ ଫସିରହିଥିଲେ!ଏଭଳି କେତେ ଦିନ ଟ୍ରାଫିକ ସମସ୍ୟା ରହିବ ଏବଂ ଟ୍ରାଫିକ ସମସ୍ୟା କେବେ ଦୂର ହେବ ତାହା ଦେଖିବାକୁ ବାକି ରହିଲା!