April 26, 2026

କଂଗ୍ରେସ କାଉନସିଲର ମୁନା ପାଢୀ ଙ୍କ ଦଳରୁ ଇସ୍ତଫା……….

IMG-20240608-WA0001
Share

 

ଉମରକୋଟ (ଏମ.ଦିନା°ଶୁ ଆଚାରୀ)ନବରଙ୍ଗପୁର ଜିଲ୍ଲା ଉମରକୋଟ ପୌର ପରିଷଦ ର ବର୍ତ୍ତମାନ ୧୧ ନମ୍ବର ୱାର୍ଡ଼ର କାଉନସିଲର ମୁନା ପାଢୀ ଆଜି କଂଗ୍ରେସ ଦଳ ରୁ ଇସ୍ତଫା ପ୍ରଦାନ କରିଛନ୍ତି। ଇସ୍ତଫା ପତ୍ର କୁ ରାଜ୍ୟ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ ଙ୍କ ନିକଟକୁ ପ୍ରେରଣ କରିଛନ୍ତି। ମୁନା ପାଢ଼ୀ ଜଣେ କଂଗ୍ରେସର ଟାଣୁଆ ନେତା ଭାବେ ପରିଚିତ। ପିସିସି ସଭ୍ୟ ଓ ତିନି ଥରର କାଉନସିଲର ଥିବା ମୁନା ପାଢୀ ଦୀର୍ଘ ୩୧ ବର୍ଷ ଧରି କଂଗ୍ରେସ ଦଳରେ ଥିଲେ । ନିର୍ବାଚନ ସମୟରେ ରାଜ୍ୟ ସଭାପତିଙ୍କୁ ଯୋଗାଯୋଗ କରିବାରୁ ତାଙ୍କ ମୋବାଇଲ ସୁଇଚ ଅଫ ଥିଲା ଏବଂ ରାଜ୍ୟ ସ୍ତରୀୟ କୌଣସି ନେତୃବୃନ୍ଦ ଙ୍କ ର ସହଯୋଗ ମିଳି ନଥିଲା।ଏଥି ଯୋଗୁଁ ଏଭଳି ପରିସ୍ଥିତିରେ କଂଗ୍ରେସ ଦଳ କୁ ପରାଜୟର ସମ୍ମୁଖୀନ କରିବାକୁ ପଡିଥିଲା ଓ ଏଥର ମୁଁ ମର୍ମାହତ ହୋଇ ଦଳର ପ୍ରାଥମିକ ସଦସ୍ୟ ରୁ ଇସ୍ତଫା ପ୍ରଦାନ କରୁଛି ବୋଲି ନିଜ ଇସ୍ତଫା ପତ୍ରରେ ଶ୍ରୀ ପାଢୀ ଉଲ୍ଲେଖ କରିଛନ୍ତି। ଆଗାମୀ ଦିନରେ ସେ କେଉଁ ଦଳକୁ ଯିବେ ନା ନାହିଁ ଆଗାମୀ ଦିନରେ ସୂଚନା ପ୍ରଦାନ କରିବି ବୋଲି କହିଛନ୍ତି।