March 11, 2026

ଉମରକୋଟ ପଞ୍ଚାୟତ ସମିତି ର ଗୁରୁତ୍ୱପୂର୍ଣ ସ୍ଵତନ୍ତ୍ର ବୈଠକ ଅନୁଷ୍ଠିତ…………

IMG-20250508-WA0030
Share

 

ଉମରକୋଟ:-(ଏମ୍.ଦିନା°ଶୁ ଆଚାରୀ) ରାଜ୍ୟ ସରକାରଙ୍କ ବିକଶିତ ଗାଁ ବିକଶିତ ଓଡ଼ିଶା ଯୋଜନା ୨୦୨୫-୨୬ ବର୍ଷରେ ରେ ଗ୍ରାମାଞ୍ଚଳ ଲୋକଙ୍କ ମୌଳିକ ସମସ୍ୟା ସମାଧାନ ସହ ରାଜସ୍ବ ଗ୍ରାମଗୁଡିକର ସର୍ବାଙ୍ଗୀନ ଉନ୍ନତି ପାଇଁ ନବରଙ୍ଗପୁର ଜିଲ୍ଲା ଉମରକୋଟ ପଞ୍ଚାୟତ ସମିତିର ଏକ ଗୁରୁତ୍ୱପୂର୍ଣ ସ୍ବତନ୍ତ୍ର ବୈଠକ ବ୍ଲକ କାର୍ଯ୍ୟାଳୟ ସ୍ଥିତ ସମ୍ମିଳନୀ କକ୍ଷରେ ଏ ଇ ସଂକେତ ନାୟକଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଥିଲା। ବୈଠକରେ ମୁଖ୍ୟ ଅତିଥି ଭାବେ ଝରିଗାଁ ବିଧାୟକ ନରସିଂହ ଭତରା ଯୋଗଦେଇ ଥିବା ବେଳେ ସମ୍ମାନିତ ଅତିଥି ମଧ୍ୟରେ ମନ୍ତ୍ରୀ ପ୍ରତିନିଧି ଅଶୋକ କୁମାର ପାଢ଼ୀ,ବିଡ଼ିଓ ମନୋଜ କୁମାର ମେହେର,ପଞ୍ଚାୟତ ସମିତି ଅଧ୍ୟକ୍ଷI ସୁଶୀଲI ମାଝୀ,ସାଂସଦ ପ୍ରତିନିଧି ବାସନ୍ତୀ ମାଝୀ,ଉପାଧ୍ୟକ୍ଷ ସାମଲ ସରକାର, ତିନି ଜୋନ ର ଜିଲ୍ଲା ପରିଷଦ ବୈଠକରେ ଯୋଗ ଦେଇଥିଲେ। ଉମରକୋଟ ପଞ୍ଚାୟତ ସମିତି ଅଧୀନରେ ଥିବା ୨୬ଗ୍ରାମ ପଞ୍ଚIୟତ ଗୁଡିକର ଉନ୍ନତି ପାଇଁ ପ୍ରାଥମିକ ପର୍ଯ୍ୟାୟରେ ରାଜ୍ୟ ସରକାର ଏହି ଯୋଜନାରେ ୬କୋଟି ରୁ ଉର୍ଦ୍ଧ ଟଙ୍କା ବ୍ୟୟ ବରାଦ ଅନୁମୋଦିତ କରିଥିବା ସୂଚନା ଦିଆଯାଇଥିଲା। ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ପାନୀୟଜଳ, ବିଜୁଳି, କମ୍ୟୁନିଟି ହଲ, ଷ୍ଟାଲ, ପତିତ ପୋଖରୀ ଗୁଡିକର ପୁନଃ ଉଦ୍ଧାର ଆଦି କାର୍ଯ୍ୟକୁ ପ୍ରାଥମିକତା ଦେଇ ସମାଧାନ କରିବାକୁ ଆଲୋଚନା ହୋଇଥିଲା | ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ର ସମସ୍ତ କନିଷ୍ଠ ଯନ୍ତ୍ରୀ,ସମସ୍ତ ସରପଞ୍ଚ, ଜିଲ୍ଲା ପରିଷଦ, ସମିତି ସଭ୍ୟ ଓ ବ୍ଲକର ବିଭିନ୍ନ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।

You may have missed