April 25, 2026

ଜଗନ୍ନାଥ ଧାମ ରୁ ଆରମ୍ଭ ହେଲା ବିଜେପି ର ବିଜୟ ଅଭିଯାନ ଯାତ୍ରା।

26cbfe1e-62d8-4ff4-86d5-eec92aefe0bd
Share

ଯଶଶ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଗସ୍ତ କରି ନିଜକୁ ଜଗନ୍ନାଥଙ୍କ ପୁଅ କହିବା ପରେ ବିଜେପି ଶିବିର ଖୁବ୍ ଉତ୍ସାହିତ।ଏହିକ୍ରମ ରେ ଆଜି ଶ୍ରୀଜଗନ୍ନାଥ ଦର୍ଶନ ଅନୁଷ୍ଠାନ ତରଫରୁ ଯୁବ ଦଇତାପତି ତଥା ବିଜେପି ର ରାଜ୍ୟ ଉପସଭାପତି ଭବାନି ଦାସମହାପାତ୍ର ଙ୍କ ନେତୃତ୍ୱ ରେ ଏକ ବିଶାଳ ପଟୁଆରରେ ମହାପ୍ରଭୁ ଙ୍କ ଶ୍ରୀଅଙ୍ଗ ଲାଗି ବସ୍ତ୍ର,ମାଳ ମହାପ୍ରସାଦ ତଥା ଆଶୀର୍ବାଦ ଚାଉଳ ସମଗ୍ର ରାଜ୍ୟର ବିଜେପି ସାଂସଦ ଓ ବିଧାୟକ ଙ୍କୁ ପ୍ରଦାନ କରିବା ପକ୍ରୀୟା ଆରମ୍ଭ ହେଇଛି।ଆଜି ଦୀପ ଦାନ କରିବା ପରେ ଜୟ ଶ୍ରୀରାମ ଧ୍ୱନି ଓ ଘଣ୍ଟ ଘଣ୍ଟା ତଥା ହୁଳହୁଳି ରେ ପ୍ରକମ୍ପିତ ହୋଇଥିଲା ସିଂହଦ୍ଵାର।ପରେ ଏହି ପଟୁଆର ସିଂହଦ୍ଵାର ଠାରୁ ମୋଚିସହି ଛକ ପର୍ଯ୍ୟନ୍ତ ପହଞ୍ଚିଥିଲା।ଏହି ଭବ୍ୟ କାର୍ଯ୍ୟକ୍ରମ ରେ ପୁରୀ ର ବିଧାୟକ ଜୟନ୍ତ ଷଡ଼ଙ୍ଗୀ, ଇଞ୍ଜିନିୟର ସୁଜ୍ୟ ରଥ,ଅନିଲ କୁମାର ସାହୁ, ଅକ୍ଷୟ ମହାନ୍ତି ଓ ସଂଗ୍ରାମ କାନୁନଗୋ ପ୍ରମୁଖ ଉପସ୍ଥିତ ଥିଲେ l ପରେପରେ ଭବାନୀ ଦାସମହାପାତ୍ର ନଡ଼ିଆ ବାଡେଇ ନିଜର ପରିକ୍ରମା ଆରମ୍ଭକରି ଭୁବନେଶ୍ୱର ଭାରତୀୟ ଜନତା ପାର୍ଟି କାର୍ଯ୍ୟାଳୟ କୁ ଯାଇଥିଲେ l ସେଠାରେ ଭୁବନେଶ୍ୱର ଲୋକସଭା ସଦସ୍ୟା ଅପରାଜିତା ଷଡ଼ଙ୍ଗୀ, ବିଧାୟକ ପ୍ରାର୍ଥୀ ବାବୁ ସିଂହ,ବିଧାୟକ ପ୍ରାର୍ଥୀ ଜଗନ୍ନାଥ ପ୍ରଧାନ,ବିଧାୟକ ପ୍ରାର୍ଥୀ ପ୍ରିୟଦର୍ଶୀ ମିଶ୍ର, ବିଧାୟକ ପ୍ରାର୍ଥୀ ଅରବିନ୍ଦ ଢ଼ାଲି, ଖୋର୍ଦ୍ଧା ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦେବଙ୍କୁ ମହାପ୍ରଭୁଙ୍କ ଖଣ୍ଡୁଆ, ନୀଳଚକ୍ର ବାନା, ମହାପ୍ରସାଦ ପ୍ରଦାନ କରି ନିଶ୍ଚିତ ବିଜୟ ବୋଲି ସାଧାରଣ ରେ ଆଲୋଚନା ହୋଇଥିଲା l ସର୍ବଶେଷରେ ଦଇତାପତି ଭବାନୀ ଦାସମହାପାତ୍ର କହିଥିଲେ ଯେଉଁ ପ୍ରାର୍ଥୀମାନଙ୍କୁ ମହାପ୍ରଭୁ ଙ୍କ ଖଣ୍ଡୁଆ ଦାନ କରାଗଲା ଆସନ୍ତାକାଲି ପ୍ରାର୍ଥୀମାନଙ୍କ ପାଇଁ ନୀଳଚକ୍ର ରେ ବାନା ବାନ୍ଧି ଓଡ଼ିଶାରେ ଏବଂ କେନ୍ଦ୍ରରେ ବିଜେପି ସରକାର ଆସିବା ପାଇଁ ଦୀପଦାନ କରାଯିବ l
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ