April 24, 2026

ବିକାଶର ବିକଳ ଛବି: ପଟାଙ୍ଗପଦରକୁ ରାସ୍ତା ନାହିଁ ସ୍ବାସ୍ଥ୍ୟ ଓ ଉଚ୍ଚ ଶିକ୍ଷା ପାଇଁ ଦେଖାଦେଇଛି ସମସ୍ୟା

IMG-20260408-WA0055
Share

 

 

ଲାଞ୍ଜିଗଡ଼ ୦୮/୦୪/୨୬ (ପୁରନ୍ଦର ଦଣ୍ଡସେନା): କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଳକ ଲାଖବାହିଲି ପଞ୍ଚାୟତର ଏକ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଗାଁ ହେଉଛି ପଟାଙ୍ଗପଦର । ୩୫ରୁ ଉର୍ଦ୍ଧ୍ଵ ପରିବାର ରହୁଥିବା ଏହି ଗାଁରେ ତିନିଟି ପଡ଼ା ରହିଛି। ଦୁଇ ଗୋଟି ଆଦିବାସୀ ପଡ଼ା ରହିଥିବା ବେଳେ ଗୋଟିଏ ଦଳିତ ପଡ଼ା ରହିଛି। ଗାଁର ମୁଖ୍ୟ ସମସ୍ୟା ହେଉଛି ରାସ୍ତା ଲାଖବାହିଲି ପଞ୍ଚାୟତ ମୁଖ୍ୟାଳୟଠାରୁ ମାତ୍ର ୫ କିମି ଦୂରରେ ଥିଲେ ମଧ୍ୟ ଅବହେଳିତ ହୋଇ ରହିଛି ଏହି ଗାଁ ଲାଖବାହିଲି-ବିଜେପୁର ସଂଯୋଗ କରୁଥିବା ମୁଖ୍ୟ ରାସ୍ତାରୁ ୨ କିମି ଦୂର ମାଟି ରାସ୍ତାରେ ଯିବା ପରେ ବାରଗୁଡ଼ା ଗାଁଠାରୁ ୧ କିମି ପାଦ ଚଲା ଜମି ହିଡ ରାସ୍ତାରେ ଗଲେ ପ୍ରଥମେ ସିର୍କୀଝୁଲା ଗାଁ ପଡ଼େ ସେଠାରୁ ପୁଣି ୨ କିମି ଗଲେ ଏହି ପଟାଙ୍ଗପଦର ଗାଁ ପଡ଼ିଥାଏ।

 

ରାସ୍ତା ନଥିବା ଯୋଗୁଁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ରାଜାରାଜୁଡା ଅମଳରୁ ମାଟିଘର ରହୁଥିବା ଏହି ଗ୍ରାମବାସୀକୁ ସରକାରଙ୍କ ପକ୍ଷରୁ ଗତ ବର୍ଷ ତିନିଟି ଘର ମିଳିଥିବା ବେଳେ ଚଳିତ ବର୍ଷ ୮ ଗୋଟି ଘର ମିଳିଛି କିନ୍ତୁ ରାସ୍ତା ନଥିବା ଯୋଗୁଁ ବେନଗାଁ ପଞ୍ଚାୟତ ବିଭିନ୍ନ ଗାଁ ଦେଇ ପ୍ରାୟ ୧୦ କିମି ଦୂର ବୁଲିକି ଘର ସାମଗ୍ରୀ ନେଇ ଅଧିକ ଖର୍ଚ୍ଚରେ ପଢୁଥିବା କହିଛନ୍ତି। ଗାଁ ଦାୟିତ୍ଵରେ ଥିବା ସ୍ବାସ୍ଥ୍ୟକର୍ମୀ ଗାଁକୁ ଯିବା ଦୂରର କଥା ପଞ୍ଚାୟତକୁ ସପ୍ତାହରେ ଥରେ କାଁ ଭାଁ ଯାଇଥାନ୍ତି । ଗାଁ ଲୋକେ ସ୍ବାସ୍ଥ୍ୟକର୍ମୀଙ୍କୁ ଦେଖିଛୁ ବୋଲି କହିଛନ୍ତି। ପଞ୍ଚମ ଶ୍ରେଣୀ ଉତ୍ତୀର୍ଣ୍ଣ ପରେ ନିଜ ଲାଖବାହିଲି ଉଚ୍ଚ ବିଦ୍ୟାଳୟକୁ ପାଠ ପଢି ଯିବା ସମ୍ଭବ ହେଉନାହିଁ ନିଜ ଗାଁ ପଟାଙ୍ଗପଦର ଓ ବାରଗୁଡ଼ା ଗାଁ ପର୍ଯ୍ୟନ୍ତ ପାଦ

 

ଚଲା ରାସ୍ତା ସହିତ ମଝିରେ ଏକ ନାଳ ଥିବା ଯୋଗୁଁ ବର୍ଷା ଦିନେ ସମ୍ଭବ ହେଉନାହିଁ । ତେଣୁ ୧୦କିମି ଦୂର ସୀମାନ୍ତ ପଞ୍ଚାୟତ ବେନଗାଁ ଉଚ୍ଚ ବିଦ୍ୟାଳୟରେ ଅଧିକାଂଶ ଛାତ୍ରଛାତ୍ରୀ ନାମ ଲେଖାଇ ଥିବା ବେଳେ ନିୟମିତ ପାଠ ପଢି ଯିବା ସମ୍ଭବ ହେଉନାହିଁ ବୋଲି ଗାଁ ଲୋକେ କହନ୍ତି। ସେହିପରି ଅଙ୍ଗନବାଡ଼ି କେନ୍ଦ୍ର ଗାଁରେ ନଥିବାରୁ ଗାଁର କୋମଳମତି ଶିଶୁ ମାନେ ୩ କିମି ଦୂର ନିକଟସ୍ଥ ସରଗୁଡ଼ା ଗାଁକୁ ମାଟି ରାସ୍ତାରେ ଯିବାକୁ ପଡ଼େ ଦୂର ରାସ୍ତା ଯୋଗୁଁ କୋମଳମତି ଶିଶୁ ମାନେ ନିୟମିତ ଯିବା ସମ୍ଭବ ହେଉନାହିଁ। ତେଣୁ କେନ୍ଦ୍ର ଦାୟିତ୍ବରେ ଥିବା ଅଙ୍ଗନବାଡ଼ି କାର୍ମୀ ଝରତା ବାଗ ଅନୁପସ୍ଥିତ ଥିବା ପିଲାଙ୍କୁ ଖାଦ୍ୟ ଓ ଅନ୍ୟାନ୍ୟ ସାମଗ୍ରୀ ଦେଉନଥିବା ଅଭିଯୋଗ କରିଛନ୍ତି। ସେହିପରି ପଞ୍ଚାୟତ ପିଡିଏସ୍ ଚାଉଳ କିମ୍ବା

 

ଭତ୍ତା ପାଇଁ ହିତାଧିକାରୀ, ଭିନ୍ନକ୍ଷମ ଓ ବୃଦ୍ଧ ବୃଦ୍ଧା ମାନେ ନିଜ ଲାଖବାହିଲି ପଞ୍ଚାୟତକୁ ଯିବା ପାଇଁ ସୀମାନ୍ତ ପଞ୍ଚାୟତ ବେନଗାଁର ବେତିଆପଡ଼ା, ଘୋଡ଼ାପୋଖେର,ବାଲିଗୁଡ଼ା, ପାଜିବାହିଲି, ବେନଗାଁ, ତାଲାଙ୍ଗ ସୁର, କୁଟିଙ୍ଗପଦର, କୁମ୍ଭାରଗୁଡ଼ା ପ୍ରାୟ ୧୨ କିମି ଦେଇ ନିଜ ପଞ୍ଚାୟତ ଲାଖବାହିଲିକୁ ଯିବାବେଳେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଗାଁର ବିଭିନ୍ନ ସ ସମସ୍ଯା ନେଇ ବାରମ୍ବାର ଅଭିଯୋଗ ପରେବି ପ୍ରଶାସନ ପକ୍ଷରୁ ଗାଁକୁ ଦୃଷ୍ଟି ଦେଇ ଇନଥିବା ଯୋଗୁଁ ବର୍ଷ ବର୍ଷ ଧରି ଗାଁଟି ଅପ ଅପହଞ୍ଚ ହୋଇ ରହିଥିବା ଗ୍ରାମବାସୀ ପ୍ରକାଶ Iଶ କରିଛନ୍ତି ତେଣୁ ଏହି ଗାଁର ସମସ୍ୟା ପ୍ରତି । ପ୍ରଶାସନ ଓ ଜନ ପ୍ରତିନିଧିମାନେ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି

 

*ଲାଞ୍ଜିଗଡ଼ ରୁ ପୁରନ୍ଦର ଦଣ୍ଡସେନା ଙ୍କ ରିପୋର୍ଟ ନିଉଜ ଉପାନ୍ତ ଖବର*

You may have missed