April 23, 2026

ଯୁଯୁମୁରାରେ ଅଷ୍ଟଶମ୍ଭୁ ମହାମିଳନ ଉତ୍ସବ

IMG-20260408-WA0054
Share

 

ସମ୍ବଲପୁର , ୮/୪: ଯୁଯୁମୁରା ଗ୍ରାମରେ ସୋମବାର ଭକ୍ତିମୟ ପରିବେଶ ମଧ୍ୟରେ ଅଷ୍ଟଶମ୍ଭୁ ମହାମିଳନ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏହି ପବିତ୍ର ଅବସରରେ ବିଭିନ୍ନ ଶିବ ମନ୍ଦିରରୁ ଆଠ ଶମ୍ଭୁ ଠାକୁରଙ୍କ ମହାମିଳନ ହୋଇଥିବାରୁ ଗ୍ରାମରେ ଉତ୍ସବମୟ ପରିବେଶ ଦେଖାଯାଇଥିଲା। ଏଥିରେ ବରୁଣ ଦେହୁରୀ ଓ ରଶ୍ମିତା ଦେହୁରୀ କର୍ତ୍ତା ଭୂମିକା ନିଭାଇଥିଲେ। ପୂଜା କାର୍ଯ୍ୟ ପଣ୍ଡିତ କିଶୋର ପାଣିଗ୍ରାହୀ ଓ ଚମ୍ପେଶ୍ୱର ହୋତାଙ୍କ ଦ୍ୱାରା ବିଧିବଦ୍ଧ ଭାବରେ ସମ୍ପନ୍ନ ହୋଇଥିଲା। ଏହି ମହାମିଳନରେ

ଯୁଯୁମୁରାର କପିଳେଶ୍ୱର ବାବା, ତେନ୍ତୁଳି ମହଦାର ଜମ୍ବେଶ୍ଵର ବାବା, ପଲସପାଟର ଯୁଗେଶ୍ୱର ବାବା,

ପତରାପାଲିର ସିଦ୍ଧେଶ୍ୱର ବାବା, ଠେଙ୍ଗୋର ରାମେଶ୍ୱର ବାବା, ଚୌକାର ଭୁବନେଶ୍ୱର ବାବା, ଖୋଲଗଡ଼ର ନୀଳକଣ୍ଠେଶ୍ଵର ବାବଙ୍କ ବିଗ୍ରହ ଉପସ୍ଥିତ ହୋଇଥିଲେ। ସମସ୍ତ ଦେବଦେବୀଙ୍କୁ ଏକ ସ୍ଥାନରେ ଦର୍ଶନ କରିବା ପାଇଁ ଶ୍ରଦ୍ଧାଳୁମାନଙ୍କ ଭିଡ଼ ଜମିଥିଲା। ଭକ୍ତମାନଙ୍କ ପାଇଁ ଅନ୍ନ ପ୍ରସାଦର ବ୍ୟବସ୍ଥା କରାଯାଇଥିଲା । କାର୍ଯ୍ୟକ୍ରମରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଦାସ, ରେଢାଖୋଲ ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ, ବିଜେପି ସାଧାରଣ ସମ୍ପାଦକ ଦେବେନ୍ଦ୍ର ମହାପାତ୍ର, ରେଢାଖୋଲ ଏନଏସି ଅଧ୍ୟକ୍ଷ ଶିବରାମ ସାହୁ ପ୍ରମୁଖ ନେତୃବୃନ୍ଦ ବାବାଙ୍କ ଦର୍ଶନ କରିଥିଲେ । ଗ୍ରାମବାସୀମାନଙ୍କ ସକ୍ରିୟ ସହଯୋଗ ଓ ସମନ୍ୱୟରେ ଏହି ଧାର୍ମିକ ଉତ୍ସବ ସଫଳ ଭାବରେ ସମ୍ପନ୍ନ ହୋଇଥିଲା।

You may have missed