ଉମରକୋଟ ବ୍ଲକ ଅନ୍ତର୍ଗତ ବକୋଦା ଉନ୍ନିତ ଉଚ୍ଚ ବିଦ୍ୟାଳୟ ର ବାର୍ଷିକ ଉତ୍ସବ ଅନୁଷ୍ଠିତ………

ଉମରକୋଟ:-(ଏମ୍.ଦିନା°ଶୁ ଆଚାରୀ) ଉମରକୋଟ ସ୍ଥିତ ପି ଏମ ଶ୍ରୀ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ବକୋଦା ରେ ବାର୍ଷିକ ଉତ୍ସବ ମହା ଆଡ଼ମ୍ବରରେ ପାଳିତ ହୋଇଯାଇଛି। ପ୍ରଧାନ ଶିକ୍ଷକ ଶ୍ରୀ ନରେଶ ଚନ୍ଦ୍ର ପଟ୍ଟନାୟକ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ଏହି ଉତ୍ସବରେ ଓଡ଼ିଶା ସରକାର ଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ର କ୍ୟାବିନେଟ ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ ମୁଖ୍ୟ ଅତିଥି ଭାବେ, ବରେଣ୍ୟ ଅତିଥି ଭାବେ ନବରଙ୍ଗପୁର ସାଂସଦ ଇଂ ବଳଭଦ୍ର ମାଝୀ, ମୁଖ୍ୟ ବକ୍ତା ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଡକ୍ଟର ରେଶମ ଲାଲ ନାୟକ, ସମ୍ମାନିତ ଅତିଥି ଭାବେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ଈଶ୍ୱର ଚନ୍ଦ୍ର ମାଝୀ, ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ଚନ୍ଦନ ରାୟ, ବିଦ୍ୟାଳୟର ପରିଚାଳନା କମିଟି ସଭାପତି ଘସିଆ ପୂଜାରୀ, ବକୋଦା ପଂଚାୟତ ର ସରପଂଚ ଙ୍କ ପ୍ରତିନିଧି ବାଲ ଚାନ୍ଦ ଭତ୍ରା ପ୍ରମୁଖ ମଞ୍ଚାସିନ ହୋଇଥିଲେ। ପ୍ରଧାନ ଶିକ୍ଷକ ଶ୍ରୀ ନରେଶ ଚନ୍ଦ୍ର ପଟ୍ଟନାୟକ ଅତିଥି ପରିଚୟ ଓ ବାର୍ଷିକ ବିବରଣୀ ପାଠ କରିଥିଲେ। ଅନୁଷ୍ଠାନ ର ଛାତ୍ରୀ ମାନଙ୍କ ଦ୍ଵାରା ସଂସ୍କୃତ ଭାଷା ରେ ପ୍ରାରମ୍ଭିକ ସଙ୍ଗୀତ ଗାନ କରା ଯାଇଥିଲା। ମୁଖ୍ୟ ଅତିଥି ଶ୍ରୀ ନିତ୍ୟାନନ୍ଦ ଗଣ୍ଡ ଓ ସାଂସଦ ଶ୍ରୀ ବଳଭଦ୍ର ମାଝୀ ଙ୍କ ଅନୁଷ୍ଠାନ ରେ ଥିବା ଶିକ୍ଷଣ ପ୍ରଦର୍ଶନୀ କୁ ଉଦଘାଟନ କରିଥଲେ। ମନ୍ତ୍ରୀ ପିଲାମାନଙ୍କୁ ଅନେକ ଶିକ୍ଷଣୀୟ କଥା କହିବା ସହ ଅନେକ ଉପଦେଶ ଦେଇଥିଲେ। ସରକାର ଙ୍କ ଦ୍ଵାରା କରା ଯାଇଥିବା ସମସ୍ତ ଯୋଜନା ସଂପର୍କରେ ଅବଗତ କରାଇବା ସହ ଶିକ୍ଷା ପ୍ରତି ଆଗ୍ରହ ଦେଖାଇ ସମସ୍ତେ ନିୟମିତ ବିଦ୍ୟାଳୟ ଆସିବା ପାଇଁ ପରାମର୍ଶ ଦେଇଥିଲେ । ସାଂସଦ ଶ୍ରୀ ମାଝୀ ଛାତ୍ର ଓ ଛାତ୍ରୀ ସମସ୍ତେ ଭଲ ମଣିଷ ହୋଇ ସମାଜ ପାଇଁ କିଛି କରିବା ପାଇଁ ପରାମର୍ଶ ଦେଇଥିଲେ। ମୁଖ୍ୟ ବକ୍ତା ଶ୍ରୀ ନାୟକ ଛାତ୍ର ଓ ଛାତ୍ରୀ ମାନଙ୍କୁ ଭଲ ପାଠ ପଢିବା ସଜ ନିଜ ପିତାମାତା ଓ ଗୁରୁଜନ ମାନଙ୍କୁ ଭକ୍ତି ପ୍ରଦର୍ଶନ ପାଇଁ ପରାମର୍ଶ ଦେଇଥିଲେ । ଏହା ପରେ ବିଭିନ୍ନ କ୍ଷେତ୍ର ରେ ଶ୍ରେଷ୍ଠତ୍ଵ ପ୍ରଦର୍ଶନ କରିଥିବା ଓ ବାର୍ଷିକ କ୍ରୀଡ଼ା ରେ ସଫଳତା ହାସଲ କରିଥିବା ଏବଂ ଅଲିମ୍ପିକ ମୂଲ୍ୟ ବୋଧକ ପାଠ୍ୟକ୍ରମ ରେ ସଫଳତା ହାସଲ କରିଥିବା ଛାତ୍ର ଓ ଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ପରିଶେଷରେ ଛାତ୍ର ଓ ଛାତ୍ରୀ ମାନଙ୍କ ଦ୍ଵାରା ରଙ୍ଗା ରଙ୍ଗ ସାଂସ୍କୃତିକ ବିଚିତ୍ରା ପରିବେଷଣ କରାଯାଇଥିଲା। ଅନୁଷ୍ଠାନ ର ଶିକ୍ଷକ ଶ୍ରୀ ଶାଚିଦାନନ୍ଦ ମହାପାତ୍ର, ଶ୍ରୀ ଦେବ କୁମାର ଦେ, ଶ୍ରୀ ସୁଧାଂଶୁ ଶେଖର ସାହୁ, ଶ୍ରୀ ନରେନ୍ଦ୍ର କୁମାର ହରିଜନ, ଶ୍ରୀ ଉତ୍ତମ ଦାସ, ଶ୍ରୀ କରୁଣା କର ମାଝୀ, ଶ୍ରୀ ଦାଇମନ୍ ଭତ୍ରା, ଶ୍ରୀ ଶିବଶଙ୍କର ପତି, ଶ୍ରୀ କୋଲିନ ଦାସ, ଶ୍ରୀ ସଂଜିତ୍ କୁମାର ସ୍ବାଇଁ, ଶ୍ରୀ ଜନ୍ମେଜୟ ପ୍ରସାଦ ସାହୁ, ଶ୍ରି ନିଖିଳ ଚନ୍ଦ୍ର ବିଶ୍ୱାସ, ଶ୍ରୀ ପ୍ରଦୀପ ରାଉତ, ଶ୍ରୀମତୀ ସାଗରିକା ବୈଦ୍ୟ, କୁମାରୀ ଅପର୍ଣ୍ଣା ଗୁରୁ, ଶ୍ରୀ ମହମ୍ମଦ ସର୍ଫରାଜ ପ୍ରମୁଖ ସହଯୋଗ କରିଥିଲେ।