May 10, 2026

ରାୟଗଡ ଏସଏସଡି ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ବିରୁଦ୍ଧରେ ଜିଲ୍ଲାପାଳ ଙ୍କୁ ଅଭିଯୋଗ କଲେ ପୂର୍ବତନ ସରପଞ୍ଚ  

IMG-20250408-WA0035
Share

 

 

ରାୟଗଡ(ଗଜପତି) ୮/୪- ରାୟଗଡ ଏସଏସଡି ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ଉପରେ ଜିଲ୍ଲାପାଳ ଙ୍କୁ ଅଭିଯୋଗ କଲେ ପୂର୍ବତନ ସରପଞ୍ଚ ଦୀପ୍ତିପ୍ରଭାଲାଲ ଶବର।

ଆଦିବାସୀ ଓ ହରିଜନ ପିଲା ମାନଙ୍କ ପାଠ ପଢ଼ିବା ପାଇଁ ଏକ ସରକାରୀ ବିଭାଗ ରହିଛି ଯାହାକି ମଙ୍ଗଳ ବିଭାଗ। ଏଠି ମାଗଣାରେ ଆଦିବାସୀ ଓ ହରିଜନ ପିଲା ହଷ୍ଟେଲରେ ରହି ପାଠ ପଢିବା ସକାସେ ସମସ୍ତ ଖର୍ଚ୍ଚ ସରକାର ବହନ କରୁଛନ୍ତି । ସେଇଥି ପାଇଁ ଜଣେ ଅଭିଭାବକ ଚାହେଁ ତାଙ୍କ ପିଲା କେମିତି ସେହିଭଳି ସ୍କୁଲରେ ଜାଗା ପାଇବ ଓ ତାଙ୍କ ପିଲା ଭଲ ପାଠ ପଢି ଜଣେ ଶିଖିତ ହେବ। ବର୍ତମାନ ବିଦ୍ୟାଳୟ ଗୁଡିକରେ ପିଲାଙ୍କ ନାମ ଲେଖା ଆରମ୍ଭ ହୋଇଛି। ଏଇଥି ପାଇଁ ବିଦ୍ୟାଳୟ ଗୁଡ଼ିକରେ ପୁର୍ବରୁ ପ୍ରବେଶିକା ପରୀକ୍ଷା କରଯାଇଥିଲା ସେହି ପରୀକ୍ଷାରେ ଯେଉଁ ପିଲା ଉତ୍ତୀର୍ଣ୍ଣ ହେବେ ସେହି ପିଲା ସେହି ବିଦ୍ୟାଳୟରେ ପଢ଼ିବା ପାଇଁ ନାମ ଲେଖାଇବ ବୋଲି ନିୟମ ରହିଛି । ରାୟଗଡ ଠାରେ ଥିବା ମଙ୍ଗଳ ବିଭାଗର ଏସ ଏସ ଡି ହାଇସ୍କୁଲରେ ଷଷ୍ଠ ଶ୍ରେଣୀ ରେ ନାମ ଲେଖା ପାଇଁ ପ୍ରବେଶିକା ପରୀକ୍ଷା କରଯାଇଥିଲା ହେଲେ ତାର ପରୀକ୍ଷା ଫଳ ପ୍ରକାଶ ରେ ଗୋଳମାଳ ହୋଇଥିବା ଅନୁମାନ କରି ସୋମବାର ଜିଲ୍ଲା ପାଲଙ୍କ ଅଭିଯୋଗ ଶୁଣାଣିରେ ଅଭିଯୋଗ କରିଛନ୍ତି ପୂର୍ବତନ ସରପଞ୍ଚ ଦିପ୍ତିପ୍ରଭାଲାଲ ଶବର । ସୂଚନା ପ୍ରକାରେ ସ୍ଥାନୀୟ ରାୟଗଡ଼ରେ ଥିବା ଏସ ଏସ ଡି ହାଇସ୍କୁଲରେ ଅନେକ ଛାତ୍ର ଛାତ୍ରୀ ପ୍ରବେଶିକା ପରୀକ୍ଷା ଦେଇଥିଲେ ସେଥି ମଧ୍ୟରୁ ପାସ ହୋଉଥିବା ୩୧ ଜଣ ଛାତ୍ରୀ ଓ ୨୭ ଜଣ ଛାତ୍ରଙ୍କ ଲିଷ୍ଟ ସ୍କୁଲ ର କାନ୍ଥରେ ଲଗାଇଥିବା ଦେଖିବାକୁ ମିଳିଛି l ଉକ୍ତ ସ୍କୁଲର ସର୍ବମୋଟ କେତେ ଜଣ ଛାତ୍ର ଛାତ୍ରୀ ଏହି ବର୍ଷ ଷଷ୍ଠ ଶ୍ରେଣୀରେ ନାମ ଲେଖାଇ ରହିପାରିବେ ତାହା ତଦନ୍ତ ସାପେଖ୍ୟ l ଉକ୍ତ ସ୍କୁଲରେ ପରବର୍ତ୍ତୀ ସମୟରେ ଆଉ କିଛି ଛାତ୍ର ଛାତ୍ରୀଙ୍କୁ ରଖାଯିବ ନା ଏତିକିରେ ସୀମିତ ରହିବ ତାହା ସନ୍ଦେହରେ ରହିଛି l ଗଜପତି ଜିଲ୍ଲାର ଅନ୍ୟ ସ୍କୁଲ ମାନଙ୍କରେ ପ୍ରଥମ ଲିଷ୍ଟ ଦୂତିୟ ଲିଷ୍ଟର ବ୍ୟବସ୍ଥା ରହିଛି । ମାତ୍ର ଏହି ସ୍କୁଲ ରେ ସେଭଳି ବ୍ୟବସ୍ଥା ରହିଥିବା ଜଣାପଡୁ ନାହିଁ । ତେଣୁ ଗଜପତି ଜିଲ୍ଲା ପ୍ରଶାସନ ଉକ୍ତ ବିଦ୍ୟାୟର ରେ ଦୁତୀୟ ବ୍ୟବସ୍ଥା କରିବା ପାଇଁ ନିର୍ଦ୍ଧେଶ ଦେବେକି ବୋଲି ଅଭିଭାବକ ମାନେ ଆଶା କରୁଛନ୍ତି। ବର୍ତମାନ ସିଟ ପାଇନଥିବା ପିଲା ଓ ସେମାନଙ୍କ ଅଭିଭାବକ ମାନେ ଦ୍ୟନ୍ଦ ରେ ରହି ବିଭିନ୍ନ ବିଦ୍ୟାଳୟ ଗୁଡିକୁ ଯାଇ ହଇରାଣ ହେଉଥିବା ଦେଖିବାକୁ ମିଳୁଛି। ପ୍ରବେଶିକା ପରୀକ୍ଷା ରେ ପାସ ହୋଇନଥିବା କିଛି ପିଲା କେତେକ ବଡ ବଡିଆ ଙ୍କ ସୁପାରିସ ଅନୁସାରେ ନାମ ଲେଖାଇ ଥିବା ବେଳେ କିଛି ପିଲା ନାମଲେଖା ପାଇଁ ୫୦୦୦ ରୁ ୬୦୦୦ ଟଙ୍କା ପ୍ରଧାନ ଶିକ୍ଷକ ସୁରେଶ ସାହୁକାର ନେଇଥିବା ସନ୍ଦେହ ପ୍ରକାଶ କରି ଲିଖିତ ଅଭିଯୋଗ ଆଣି ଅଭିଯୋଗ କରିଛନ୍ତି ରାୟଗଡ ର ପୂର୍ବତନ ସରପଂଚ ଶ୍ରୀ ଶବର।ଏହି ଭଳି ବିଭିନ୍ନ ପ୍ରକାର ର ଦୁର୍ନୀତି ଏସ ଏସ ଡି ହାଇସ୍କୁଲ ର ପ୍ରଧାନ ଶିକ୍ଷକ ସୁରେଶ ସାହୁକର କରିଛନ୍ତି ସେଶବୁର ଦଦନ୍ତ କରି ବା ପାଇଁ ଆଜି ରାୟଗଡ ର ପୂର୍ବତନ ସରପଂଚ ଶ୍ରୀ ଶବର ଜିଲାପାଳ ଙ୍କ ଅଭିଯୋଗ ଶୁଣାଣି ରେ ଅଭିଯୋଗ କରିଛନ୍ତି।