September 19, 2026

ଭବାନୀପାଟଣାରେ ଚୈତ୍ର ପର୍ବ ପାଳିତ..

IMG-20250408-WA0032
Share

ଭବାନୀପାଟଣା(ଧୀରଜ ଆଚାର୍ଯ୍ୟ):କଳାହାଣ୍ଡି ଜିଲ୍ଲାର କେତେକ ମୁଖ୍ୟ ପର୍ବ ମାନଙ୍କ ମଧ୍ୟରେ ଚୈତ୍ର ପର୍ବ ଗୋଟିଏ। ଆଜିର ଏହି ପର୍ବରେ ଜନସାଧାରଣ ନିଜ ଗ୍ରାମ୍ୟ ଦେବୀଙ୍କ ଠାରେ ଆମ୍ବ, କେନ୍ଦୁ ଚାଁହାର ଓ ଅନ୍ୟାନ୍ୟ ଜଙ୍ଗଲୀ ଫଳ ଆଦି ଅର୍ପଣ କରି ବର୍ଷରେ ପ୍ରଥମ ଥର ପାଇଁ ଏହି ଫଳ ଗୁଡିକ ସେବନ କରନ୍ତି ଏହାଛଡା କୁକୁଡ଼ା, ପାରା ଆଦିଙ୍କୁ ଦେବି ପୀଠରେ ଦେବୀଙ୍କ ନାମରେ ଶ୍ରଦ୍ଧାରେ ବଳି ଦିଆଯାଇଥାଏ।

ଏହି ପର୍ବ ଅବସରରେ ଭବାନୀପାଟଣା ସହର ମଧ୍ୟ ଉତ୍ସବ ମୁଖରିତ ହୋଇଉଠିଛି। ଆଜି ଭୋର ସକାଳୁ ସହରର ଲାଲ ବହାଦୁର ଶାସ୍ତ୍ରୀ ଷ୍ଟାଡିଅମ ସ୍ଥିତ ସହରର ଗ୍ରାମ୍ୟ ଦେବି ମା’ଗଙ୍ଗାଦେଇଙ୍କ ମନ୍ଦିରରେ ଭକ୍ତଙ୍କ ଭିଡ ଦିନ ତମାମ ଦେଖିବାକୁ ମିଳିଥିଲା। ସେହିପରି ମୁଖ୍ୟ ବଜାରରେ ମଧ୍ୟ ବିଭିନ୍ନ ଜଙ୍ଗଲୀ ଫଳ, ପତ୍ର, କୁକୁଡ଼ା, ଓ ପାରା ଆଦି କିଣିବା ପାଇଁ ପ୍ରବଳ ଭିଡ ଲାଗିରହିଥିଲା। ଏହିପରି ଭାବେ ଉତ୍ସାହ ଉଦ୍ଦୀପନା ସହିତ ଏହି ଚୈତ୍ର ପର୍ବଟି ସମାପନ ହୋଇଯାଇଛି।