November 23, 2024

ରେଢାଖୋଲରେ ନିର୍ବାଚନ ପ୍ରଚାର କଲେ କେନ୍ଦ୍ରମନ୍ତ୍ରୀ ସନ୍ଥକବି ଭୀମ ଭୋଇଙ୍କ ବାଣୀ ଚିରକାଳ ପ୍ରେରଣାର ଉତ୍ସ- ଧର୍ମେନ୍ଦ୍ର ପ୍ରଧାନ..

Share

• ସମ୍ବଲପୁର ରେଢାଖୋଲରେ ସନ୍ଥକବି ଭୀମ ଭୋଇଙ୍କ ପ୍ରତିମୂର୍ତ୍ତିରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମାଲ୍ୟାର୍ପଣ

• ସନ୍ଥକବି ଭୀମଭୋଇଙ୍କ ଉକ୍ତି ସାରା ବିଶ୍ୱକୁ ଦିଗଦର୍ଶନ ଦେଉଛି

• ସନ୍ଥକବିଙ୍କ ବାଣୀ ଓଡ଼ିଆ ଭାଷା ସାହିତ୍ୟକୁ ରୁଦ୍ଧିମନ୍ତ କରିବା ସହ ସବୁବେଳେ ପ୍ରେରଣାର ଉତ୍ସ ହୋଇ ରହିଛି

• ସବୁଠି ବିକଶିତ ଭାରତ, ବିକଶିତ ଓଡ଼ିଶା ସହ ଡବଲ ଇଞ୍ଜିନ ସରକାରର ନାରା

• ରେଢାଖୋଲର ଇଷ୍ଟ ଦେବତା ପଞ୍ଚଖଣ୍ଡା ଓ ଶ୍ରୀରାମ ମନ୍ଦିରରେ ପ୍ରଭୁଙ୍କ ପୂଜାର୍ଚ୍ଚନା କଲେ

• ତୃଣମୂଳ ସ୍ତରର କାର୍ଯ୍ୟକର୍ତ୍ତାଙ୍କ ସହ ବୈଠକ କରି ପୁଣି ଥରେ ନରେନ୍ଦ୍ର ମୋଦିଙ୍କୁ ତୃତୀୟ ଥର ପ୍ରଧାନମନ୍ତ୍ରୀ କରିବା ପାଇଁ ଆହ୍ୱାନ ଦେଲେ

ଦେବଗଡ଼/ରେଢାଖୋଲ, ୦୮/୦୪-ସନ୍ଥକବି ଭୀମ ଭୋଇଙ୍କ ବାଣୀ ଯେ କେବଳ ଓଡ଼ିଆ ଭାଷା ସାହିତ୍ୟକୁ ରୁଦ୍ଧିମନ୍ତ କରିଛି ତା ନୁହଁ, ବରଂ ଏହା ଆମ ସମସ୍ତଙ୍କ ପାଇଁ ଚିରକାଳ ପ୍ରେରଣାର ଉତ୍ସ ହୋଇ ରହିଛି । ସମ୍ବଲପୁର ରେଢାଖୋଲସ୍ଥିତ ସନ୍ଥକବି ଭୀମ ଭୋଇଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ଅବସରରେ ଏହା କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଶ୍ରୀ ପ୍ରଧାନ କହିଛନ୍ତି, “ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ, ଦେଖୁ ଦେଖୁ କେବା ସହୁ; ମୋ ଜୀବନ ପଛେ ନର୍କେ ପଡ଼ିଥାଉ, ଜଗତ ଉଦ୍ଧାର ହେଉ” ସନ୍ଥକବି ଭୀମଭୋଇଙ୍କ ଏହି ଉକ୍ତି ସାରା ବିଶ୍ୱକୁ ଦିଗଦର୍ଶନ ଦେଉଛି । ଭୀମଭୋଇଙ୍କ ରଚନା ଓଡ଼ିଶାର ଆଧ୍ୟାତ୍ମିକ, ସାଂସ୍କୃତିକ, ସାହିତ୍ୟିକ ଓ ସାମାଜିକ ଜୀବନଧାରାକୁ ଗଭୀର ଭାବେ ପ୍ରଭାବିତ କରିଛି । ସାମାଜିକ ଜୀବନରେ ନବଚେତନା ଆଣିଛି । ସମାଜରୁ ଜାତିପ୍ରଥା, ଛୁଆଁଅଛୁଆଁ ଭେଦ ଭାବ ଦୂର କରିବା, ସାମାଜିକ ସମତା ସ୍ଥାପନ ନିମନ୍ତେ ସେ ଲେଖନୀ ଚାଳନା କରିଥିଲେ । ସନ୍ଥକବିଙ୍କ ବିଚାରରେ ଅନୁପ୍ରାଣିତ ହୋଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି “ସବ୍‌କା ସାଥ୍‌, ସବ୍‌କା ବିକାଶ”କୁ ଶାସନ ପ୍ରଣାଳୀରେ ଉପଯୋଗ କରିଛନ୍ତି ।

ଏହା ବାଦ୍ ଶ୍ରୀ ପ୍ରଧାନ ରେଢାଖୋଲର ଇଷ୍ଟ ଦେବତା ପଞ୍ଚଖଣ୍ଡାଙ୍କ ଦର୍ଶନ କରିବା ସହ ଶ୍ରୀରାମ ମନ୍ଦିରରେ ପ୍ରଭୁଙ୍କ ପୂଜାର୍ଚ୍ଚନା କରିଛନ୍ତି । ଉଭୟ ମନ୍ଦିରରେ କିଛି ସମୟ ବିତାଇ ପୂଜକ ଓ ଅନ୍ୟ କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଛନ୍ତି ।
ଏଠାରେ ସୂଚନା ଥାଉକି, ଦେବଗଡ଼ ଓ ରେଢାଖୋଲର ବିଭିନ୍ନ ସ୍ଥାନରେ କେନ୍ଦ୍ରମନ୍ତ୍ରୀଙ୍କୁ କାର୍ଯ୍ୟକର୍ତ୍ତାମାନେ ସ୍ୱାଗତ କରିଥିଲେ । ରେଢାଖୋଲରେ ତୃଣମୂଳ ସ୍ତରର କାର୍ଯ୍ୟକର୍ତ୍ତାଙ୍କ ସହ ବୈଠକ କରିଥିଲେ ଶ୍ରୀ ପ୍ରଧାନ । ପୁଣିଥରେ ନରେନ୍ଦ୍ର ମୋଦିଙ୍କୁ ତୃତୀୟ ଥର ପ୍ରଧାନମନ୍ତ୍ରୀ କରିବା ପାଇଁ କାର୍ଯ୍ୟକର୍ତ୍ତାଙ୍କୁ ଆହ୍ୱାନ ଦେଇଥିଲେ କେନ୍ଦ୍ରମନ୍ତ୍ରୀ ।