May 26, 2025

ପାର୍ଶାଲିରେ ମାଓ ବିରୋଧୀ ପୋଷ୍ଟର…

Share

କଲ୍ୟାଣସିଂହପୁର–ବିଭିନ୍ନ ସମୟରେ ରେ ନିୟମଗିରି ଅଞ୍ଚଳରେ ମାଓ ପୋଷ୍ଟର ବେନର ଦେଖିବାକୁ ମିଳୁଥିବା ବେଳେ ଏବେ ଏହି ଅଞ୍ଚଳରେ ମାଓ ବିରୋଧୀ ପୋଷ୍ଟର ଲାଗିଥିବାଦେଖିବାକୁ ମିଳିଛି । ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ପାର୍ଶାଲି ପଞ୍ଚାୟତର ପୁରୁଣା ଡଙ୍ଗରିଆ କନ୍ଧ କାର୍ଯ୍ୟାଳୟ ପାଚେରୀ ଓ ପଞ୍ଚାୟତ କାର୍ଯ୍ୟାଳୟ କାନ୍ଥ ଠାରେ ଦୁଇ ଦୁଇଟି ଲେଖାଏଁ ମାଓବାଦୀ ବିରୋଧି ପୋଷ୍ଟର ଗୁଡିକ ଲାଗିଥିବା ଦେଖିବାକୁ ମିଳିଛି । ଏହି ପୋଷ୍ଟର ଉନ୍ନତ ଓ ସମୃଦ୍ଧ ଓଡ଼ିଶା ସଭ୍ୟ ବୃନ୍ଦ ତରଫରୁ ଲଗାଯାଇଥିବା ଉଲ୍ଲେଖ ରହିଛି। ପୋଷ୍ଟର ରେ ରାଜ୍ୟ ବିକାଶ ପଥରେ ଆଗେଇ ଚାଲିଥିବା ବେଳେ କିଛି ସଂଗଠିତ ଦୃଷ୍ଟି ଚରିତ୍ର ଲୋକ ଅଞ୍ଚଳର ଉନ୍ନତି ରେ ବାଧା ଦେଉଛନ୍ତି ।ନିଜକୁ ମାଓବାଦୀ ବୋଲି ପରିଚୟ ଦେଇ ଉନ୍ନତିରେ ବାଧକ ସାଇଛନ୍ତି। ଦୀର୍ଘଦିନ ପରେ ଓଡ଼ିଶାବାସୀ ସେମାନଙ୍କର ପ୍ରକୃତ କାର୍ଯ୍ୟଶୈଳୀ ଜାଣିସାରି ସେମାନଙ୍କୁ ଆଉ ଗ୍ରହଣ କରୁ ନାହାନ୍ତି । ପ୍ରଥଭ୍ରଷ୍ଟ ଯୁବକ ଯୁବତୀ ସେମାନଙ୍କ କଥାରେ ପଡି କିଛି ଦିନ ସେମାନଙ୍କ ସହିତ ରହି କାର୍ଯ୍ୟ କଳାପ ରେ ସତ୍ୟତା ଉପଲବ୍ଧ କରି ମୁଖ୍ୟ ସ୍ରୋତକୁ ଫେରି ଆସଲେଣି ।ଏବେ ବି କିଛି ଓଡ଼ିଆ ଯୁବକ ଯୁବତୀ ଯେପରି ନିଖିଲ, ଇନ୍ଦୁ ସେମାନଙ୍କ ସହିତ ରହି ନିଜର ମାଟି ଓ ଲୋକଙ୍କ ବିରୁଦ୍ଧ ରେ ଯାଉଛନ୍ତି । ବାହାରୁ ଆସିଥିବା ଛତିଶଗଡି ଙ୍କୁ ସାହାଯ୍ୟ କରଛନ୍ତି । ଏହି ଦୁଇ ଜଣ କେବଳ ନିଜ ଲୋକଙ୍କ ବିରୁଦ୍ଧରେ ଯାଉନାହାନ୍ତି କଣ୍ଟ୍ରାକ୍ଟର, ଚୋରା ନିଶା ବେପାରୀ ଙ୍କ ଆଖରୁ ଲକ୍ଷ ଲକ୍ଷ ଟଙ୍କା ଆଦାୟ କରୁଛନ୍ତି । ଏହି ଦୁଇଜଣଙ୍କୁ ଧରାଇଦେବା ପାଇଁ ସରକାର ୨୦ଲକ୍ଷ ଟଙ୍କା ଲେଖାଏଁ ଘୋଷଣା କରିଛନ୍ତି । ରାଜ୍ୟଦ୍ରୋହୀ, ଅମାନବିକ, ଲମ୍ପଟ ନିଖିଲ କୁ ସହଯୋଗ ନକରି ଗାଁକୁ ଆସିଲେ ଧରାଇ ଦେବା ପାଇଁ ସହଯୋଗ କରନ୍ତୁ ବୋଲି ଉଲ୍ଲେଖ ରହିଛି ।

You may have missed