November 16, 2024
Share

*╭───────────────────╮*

*🌄ସକାଳର ଖବର, ୦୮-ଏପ୍ରିଲ-୨୦୨୩, ଶନିବାର*

*╰───────────────────╯*

•┈┈┈┈┈┈┈┈┈┈┈┈┈┈┈┈┈┈┈┈•

➡️୧-ଆଜି SU-30ରେ ଉଡାଣ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପୂର୍ବରୁ କଲାମ, ପାଟିଲ ଓ କୋବିନ୍ଦ ମଧ୍ୟ ଉଡିଥିଲେ l

 

➡️୨-ଓଡ଼ିଶା ଆସିବ ଜାପାନର ‘ଫୁଜି ସଫ୍ଟ’, ଜାପାନ ଗସ୍ତର ତୃତୀୟ ଦିନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତାଙ୍କ ପ୍ରତିନିଧି ଦଳ ସହ ଆଲୋଚନା କରି କଂପାନି ଦେଲା ଏହି ପ୍ରସ୍ତାବ l

 

➡️୩-ଆଗକୁ ପିଲାଙ୍କ ଉପରୁ କମିବ ପରୀକ୍ଷା ଚାପ, ୯ମ ଓ ଦଶମ ଶ୍ରେଣୀରେ ଛାତ୍ରଛାତ୍ରୀ ରଖିଥିବା ମାର୍କ ଆଧାରରେ ଦଶମ ବୋର୍ଡ ପରୀକ୍ଷା ଫଳ ପ୍ରକାଶ କରାଯିବ।

 

➡️୪-କାଜିରଙ୍ଗାରେ ‘ଗଜ ଉତ୍ସବ’ ଉଦ୍‌ଘାଟନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଜିପ୍‌ରେ ବସି କଲେ ଜଙ୍ଗଲ ସଫାରି l

 

➡️୫-କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରାଳୟ ପକ୍ଷରୁ ‘ଭାରତର ସପ୍ତ ମୁକ୍ତିସ୍ଥଳ’ ରେ ସ୍ଥାନ ପାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଧାମ ଶ୍ରୀକ୍ଷେତ୍ର ପୁରୀ l

 

➡️୬-ବଡ଼ ଠାକୁରଙ୍କ ରଥ ନିର୍ମାଣ ପାଇଁ ବୌଦ୍ଧରୁ ପୁରୀକୁ ଗଲା ରଥ କାଠ l ଶୋଭାଯାତ୍ରାରେ ସାମିଲ ହେଲେ ଶତାଧିକ ଶ୍ରଦ୍ଧାଳୁ l

 

➡️୭-ରାଜ୍ୟରେ ୩୯ ଡିଗ୍ରୀ ଉପରେ ୩ ସହରର ତାପମାତ୍ରା, ଆସନ୍ତା ୩ ଦିନ ଭିତରେ ଝଡ଼ବର୍ଷା ସମ୍ଭାବନା l

 

➡️୮-ଓଡ଼ିଶାରେ ରହିଛି ୧,୮୧,୮୩୭ ଜଳାଶୟ। କେନ୍ଦ୍ର ଜଳଶକ୍ତି, ନଦୀ ବିକାଶ ଓ ଗଙ୍ଗା ପୁନରୁଦ୍ଧାର ମନ୍ତ୍ରାଳୟ ପକ୍ଷରୁ ହୋଇଥିବା ଦେଶର ପ୍ରଥମ ଜଳାଶୟ ଗଣନାରେ ଆସିଲା ଏହି ରିପୋର୍ଟ l

 

➡️୯-ରାଜ୍ୟମାନଙ୍କ ସହିତ କୋଭିଡ-19 ପାଇଁ ଜନସ୍ବାସ୍ଥ୍ୟ ପ୍ରସ୍ତୁତିର ସମୀକ୍ଷା କଲେ ଡକ୍ଟର ମନସୁଖ ମାଣ୍ଡଭିୟ l

 

➡️୧୦-ଅଲ୍ଲୁଙ୍କ ଜନ୍ମଦିନରେ ରିଲିଜ୍ ହେଲା ‘ପୁଷ୍ପା-୨’ର ଟିଜର, ରିଲିଜ୍ ହେଉ ହେଉ ଏହା ହେଲା ଭାଇରାଲ l

 

➡️୧୧-ଝାରସୁଗୁଡ଼ା ଉପନିର୍ବାଚନ ଲାଗି ଆଉ ୧୨ଜଣ ନେତାଙ୍କୁ ଦାୟିତ୍ବ ବାଣ୍ଟିଲା ବିଜେଡି l

 

➡️୧୨-ଟ୍ବିଟରର ପୁରୁଣା ଲୋଗୋ ପୁଣି ଫେରିଲା l କିଛି ଦିନ ତଳେ କଂପାନିର ନୂଆ ମାଲିକ ଏଲନ୍ ମସ୍କ ଲୋଗୋକୁ ବଦଳାଇ ଚଢ଼େଇ ସ୍ଥାନରେ କ୍ରିପ୍ଟୋକରେନ୍ସି ଡୋଜ୍‌କଏନ୍‌ରେ ଥିବା କୁକୁର ଛବି ସ୍ଥା‌ନିତ କରିଥିଲେ।

 

➡️୧୩-ନୂଆପଡ଼ାରେ ଆରମ୍ଭ ହେଲା ତୃତୀୟ ପର୍ଯ୍ୟାୟ ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟ ସେବା l ଏଥିପାଇଁ ୫ ଜଣ ବିଶେଷଜ୍ଞ ଡାକ୍ତର ହୋଇଛନ୍ତି ନିୟୋଜିତ l

 

➡️୧୪-‘ତୁମ ଜିଭ କାଟିଦେବୁ’, ରାହୁଲ ଗାନ୍ଧୀଙ୍କୁ ସଜା ଶୁଣାଇଥିବା ବିଚାରପତିଙ୍କୁ କଂଗ୍ରେସ ନେତା ମାଣିକନ୍ଦନ ଦେଲେ ଧମକ l

 

➡️୧୫-ମହାରାଷ୍ଟ୍ରରେ ପୁଣି କରୋନା କହର; ୨୪ ଘଣ୍ଟାରେ ୯୨୬ ନୂଆ କେସ୍, ୩ଜଣଙ୍କ ହେଲା ମୃତ୍ୟୁ l

 

➡️୧୬-ନୁ୍ୟୟର୍କରେ ରେକର୍ଡ କଲା ଚିନି ଦର, ଏହି ଦର ୬ ବର୍ଷର ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି । ନୁ୍ୟୟର୍କରେ ଅଶୋଧିତ ଚିନି ଦର ୨.୨% ବୃଦ୍ଧି ପାଇ ପାଉଣ୍ଡ ପିଛା ୨୩.୪୬ ଡଲାରରେ ପହଞ୍ଚିଲା ।

 

➡️୧୭-ୟୁକ୍ରେନ ଯୁଦ୍ଧ: ଆମେରିକାର ‘ଟପ୍‌ ସିକ୍ରେଟ୍‌ ଡକୁମେଣ୍ଟ୍‌’ ସୋସିଆଲ ମିଡିଆରେ ହେଲା ଭାଇରାଲ୍‌ l

 

➡️୧୮-ଆଇପିଏଲ୍‌ ଦଶମ ମ୍ୟାଚ : ନିଜ ଘରେ ତୃତୀୟରୁ ଦ୍ବିତୀୟ ମ୍ୟାଚ୍‌ ଜିତି ଶୀର୍ଷକୁ ଉଠିଲା ଲକ୍ଷ୍ନୌ ସୁପର ଜାଏଣ୍ଟସ୍‌।

 

➡️୧୯-ୱାଙ୍ଖଡେରେ ବିଶ୍ବକପ୍‌ ବିଜୟ ସ୍ମାରକୀକୁ ଉଦ୍‌ଘାଟନ କଲେ ଧୋନି l

 

➡️୨୦-ଶାହରୁଖଙ୍କଠୁ ‘ଝୁମେ ଜୋ ପଠାନ୍‌’ ‌ଷ୍ଟେପ୍‌ ଶିଖିଲେ ବିରାଟ କୋହଲି l ଭିଡିଓ ହେଲା ଭାଇରାଲ l

 

*➡️ଦୟାକରି ଧ୍ୟାନ ଦିଅନ୍ତୁ, ଯଦିଓ ସକାଳର ଖବରକୁ ପ୍ରସ୍ତୁତ କରିବାରେ ପୂର୍ଣ୍ଣ ଯତ୍ନ ନେବାକୁ ଚେଷ୍ଟା କରାଯାଇଛି, ତଥାପି, କୌଣସି ଘଟଣା, ତାରିଖ କିମ୍ବା ଅନ୍ୟାନ୍ୟ ତ୍ରୁଟି ପାଇଁ ମୁଁ ଦାୟୀ ନୁହେଁ ।।*

 

*🔅ପ୍ରାଣୀ ଉଦ୍ୟାନ ପ୍ରେମୀ ଦିବସ ll*

*🔅ଆଜି ଶିଶୁ ମସାଜ ଦିବସ ll*

*🔅ଆଜି ଆନ୍ତର୍ଜାତୀୟ ଫେଙ୍ଗ୍ ଶୁଇ ସଚେତନତା ଦିବସ ll*

*🔅ଆଜି ବୁଦ୍ଧ ଦିବସ ll*

*🔅ଆଜି ଜାତୀୟ କୁକୁର ସଂଗ୍ରାମ ସଚେତନତା ଦିବସ ll*

 

*ll ଆପଣଙ୍କ ଦିନ ମଙ୍ଗଳମୟ ହେଉ ll*

*ll ଶୁଭ ସକାଳ,ସୁପ୍ରଭାତ ll*