April 28, 2026

ରାଷ୍ଟ୍ରୀୟ ଯୁବନେତୃତ୍ୱ ସମ୍ମେଳନ ଉଦଯାପିତ  ନୀତିବାନ ସହ ରାଷ୍ଟ୍ରନିର୍ମାଣ ପାଇଁ ସଂକଳ୍ପ ନେଲେ ସାରା ଦେଶରୁ ଯୋଗ ଦେଇଥିବା ଯୁବ ନେତୃତ୍ୱ

IMG-20260308-WA0041
Share

 

 

ଭଗବାନ ପ୍ରକାଶ ଇନଷ୍ଟିଚ୍ୟୁଟ ଅଫ ନଲେଜ ଆକ୍ସନ ଆଣ୍ଡ ଲିଡରସିପି ପ୍ରମୋସନ ( ବିକଳ୍ପ ) ସଂଗଠନ ଦ୍ୱାରା ପୁରୀର ୟୁଥ ହଷ୍ଟେଲ ଠାରେ ତିନି ଦିନ ଧରି ଚାଲିଥିବା ରାଷ୍ଟ୍ରୀୟ ଯୁବ ନେତୃତ୍ୱ ସମ୍ମେଳନ ଆଜି ଉଦଯାପିତ ହୋଇ ଯାଇଛି l ଗତ ୬ତାରିଖରୁ ଆରମ୍ଭ ହୋଇଥିବା କାର୍ଯ୍ୟକ୍ରମରେ ଦେଶର ବିଭିନ୍ନ ରାଜ୍ୟରୁ ପ୍ରାୟ 150 ଜଣ ଯୁବ ନେତୃତ୍ୱ ଯୋଗ ଦେଇଥିଲେ l ବିକଳ୍ପର ଯୁଗ୍ମ ମ୍ୟାନେଜିଙ୍ଗ ଟ୍ରଷ୍ଟି ତଥା ଏନ ଏଚ ଆର ସି ର କୋର କମିଟି ମେମ୍ବର ମନୋଜ ଜେନାଙ୍କ ଆବାହକତ୍ବରେ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା l ଆଜିର ଉଦଯାପନ ସମାରୋହରେ ଏଫଏମ ୟୁନିଭାରସିଟିର ପୂର୍ବତନ କୁଳପତି ଡ଼ଃ କୁମରବର ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆଜିର ଯୁବକ ମାନଙ୍କୁ ଚାକିରୀ ବା ଅନ୍ୟ ପାଖରେ କାର୍ଯ୍ୟ କରିବାର ମାନସିକତା ଛାଡି ଉଦ୍ୟୋଗୀ ମନୋଭାବ ନେଇ ନିଜସ୍ୱ ସଂସ୍ଥା ଗଢି ଦେଶର ଉନ୍ନତିରେ ଯୋଗଦାନ ପାଇଁ ପରାମର୍ଶ ଦେଇଥିଲେ l ସମ୍ମାନିତ ଅତିଥି ଭାବେ ପୂର୍ବତନ ଆଞ୍ଚଳିକ ଶିକ୍ଷା ନିର୍ଦେଶକ ଡ଼ଃ ମିହିର ରଞ୍ଜନ ସେଠୀ, ମହିଳା ଆତ୍ମନିର୍ଭର ଅଭିଯାନର ଅଧ୍ୟକ୍ଷା ଡ଼ଃ ରୀନା ରାଉତରାୟ, କିଟ ବିଶ୍ୱବିଦ୍ୟାଳୟ ଏନ ଏସ ଏସର ସଂଯୋଜକ ଡ଼ଃ ସ୍ମୃତି ରଞ୍ଜନ ଦାସ, ଶିଳ୍ପଦ୍ୟୋଗୀ ହିମାଂଶୁ ପାଣିଗ୍ରାହୀ ଯୋଗ ଦେଇଥିଲେ l ଏନ ଏସ ଏସ ପରାମର୍ଶଦାତା ପ୍ରଫେସର ଡ଼ଃ.ରଘୁନାଥ ମଣ୍ଡଳ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ l ବିକଳ୍ପ ର ପ୍ରତିଷ୍ଠାତା ତଥା ନିର୍ବାଚନ କମିଶନ ଙ୍କ ପୂର୍ବତନ ପରାମର୍ଶଦାତା ଡ଼ଃ ଭଗବାନ ପ୍ରକାଶ ଅସୁସ୍ଥତା ଯୋଗୁଁ ଦିଲ୍ଲୀରୁ ଅଭାସି ମାଧ୍ୟମରେ ଯୁବ ନେତୃତ୍ୱ ମାନଙ୍କୁ ଆଗାମୀ ଦିନରେ ବିକଶିତ, ସୁସ୍ଥ ଓ ଶାନ୍ତିପୂର୍ଣ ରାଷ୍ଟ୍ର ନିର୍ମାଣ କ୍ଷେତ୍ରରେ ନୀତିବାନ ଭାବେ ସଂକଳ୍ପିତ ହୋଇ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ l ଆଜି ପୂର୍ବାହ୍ନରେ ମହିଳା ଦିବସ ଉପଲକ୍ଷେ ସମସ୍ତ ଯୁବ ଓ଼ ମହିଳା ଅଂଶଗ୍ରହଣ କାରୀ ଏକ ସଚେତନତା ଶୋଭାଯାତ୍ରାରେ ୟୁଥ ହଷ୍ଟେଲରୁ ମହାତ୍ମା ଗାନ୍ଧୀ ପାର୍କ ପର୍ଯ୍ୟନ୍ତ ଯାଇ ପୁଣି ପ୍ରତ୍ୟାବର୍ତନ କରିଥିଲେ l ତିନିଦିନି ଧରି ଚାଲିଥିବା ଏହି ସମ୍ମେଳନ ରେ ଯୁବ ନେତୃତ୍ୱ ମାନଙ୍କୁ ଆଗାମୀ ଦିନରେ ଆସୁଥିବା ଆହ୍ୱାନ ଓ ସୁଯୋଗ, ଦକ୍ଷତା ବିକାଶ, ଉଦ୍ୟମିତା, ସରକାରୀ ଯୋଜନା, ସମସ୍ୟା ସମାଧାନ, ଯୁକ୍ତିଯୁକ୍ତ ବିଚାରଧାରା,ସାମ୍ବିଧାନିକ ମୂଲ୍ୟବୋଦ୍ଧ, , ସାମାଜିକ ସଦଭାବନା, ସୂଚନା ଅଧିକାର ଆଇନର ଉପଯୋଗୀତା, ସ୍ୱଛ ପ୍ରଶାସନିକ ବ୍ୟବସ୍ଥା, ଦୁର୍ନୀତି ମୁକ୍ତ ସମାଜ ଗଠନ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ଦାରିଦ୍ର୍ୟ ଦୂରୀକରଣ ଓ ପ୍ରଶାସନ କ୍ଷେତ୍ରରେ ଡିଜିଟାଲ ଆପ ଓ କୃର୍ତିମ ବୁଦ୍ଧିମତାର ପ୍ରୟୋଗ, ମାନବାଧିକାର ସୁରକ୍ଷା, ନାରୀ ସଶକ୍ତିକରଣ, ଦୃଢ଼ ଗଣତନ୍ତ୍ର ପ୍ରତିଷ୍ଠାରେ ଯୁବ ଭୋଟରଙ୍କ ପ୍ରଧାନ୍ୟତା, ଯୁବବର୍ଗଙ୍କ ସଠିକ ନିଯୁକ୍ତି ଓ ନିୟୋଜନ ଆଦି ଗୁରୁତ୍ୱପୂର୍ଣ ରାଷ୍ଟ୍ର ନିର୍ମାଣ ପ୍ରସଙ୍ଗ ଉପରେ ବିଭିନ୍ନ ପର୍ଯ୍ୟାୟରେ ପ୍ରଶିକ୍ଷଣ ଦିଆଯାଇଥିଲା l l ଆଗାମୀ ଦିନରେ ଏହିପରି କାର୍ଯ୍ୟକ୍ରମ ରାଜ୍ୟ ତଥା ଦେଶର ବିଭିନ୍ନ ପ୍ରାନ୍ତରେ ଆୟୋଜନ କରାଯାଇ ଦକ୍ଷ ଯୁବ ନେତୃତ୍ୱ ସୃଷ୍ଟି ପାଇଁ ସଂଗଠନ ତରଫରୁ ପ୍ରୟାସ ଜାରି ରହିବ ବୋଲି ପ୍ରସନ୍ନ ବିଷୋୟୀ କହିଛନ୍ତି l ପ୍ରତିଦିନ ସନ୍ଧ୍ୟାରେ ଯୁବ ନେତୃତ୍ୱ ମାନଙ୍କ ତରଫରୁ ବିଭିନ୍ନ ରାଜ୍ୟର ଲୋକ ନୃତ୍ୟ,ସଂଗୀତ ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ସବୁ ଯୁବ ନେତୃତ୍ୱଙ୍କୁ ଉପଢୌକନ,ଫଳକ, ଓ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ