April 24, 2026

ପାଣି ପମ୍ପ ହାଉସରେ ତାଲା,ସଭାପତିଙ୍କ ପ୍ରତିଶୃତି ପରେ ଖୋଲିଲା ତାଲା, ପାଇଲେ ପାଣି ….

amo
Share

 

 

ଦୀର୍ଘ ମାସ ହେଲା ମାଣିକେଶ୍ୱରୀ ସାହି ବାସିନ୍ଦା ପାନୀୟଜଳ ପାଇବାରୁ ବଞ୍ଚିତ।ବାରମ୍ବାର ପ୍ରଶାସନ ଠାରେ ସାହି ବାସିନ୍ଦା ଲିଖିତ ଅଭିଯୋଗ ଜଣାଇ ଆସୁଥିଲେ ମଧ୍ୟ ପ୍ରଶାସନ ନିଦା ବିଷ୍ଣୁ । ଜାଗର ଭଳି ପବିତ୍ର ଦିନରେ ଲୋକେ ଜଳ ମୁନ୍ଦାଏ ପାଇବା ପାଇଁ ଡହଳ ବିକଳ । ଏଣୁ ବାଧ୍ୟ ହୋଇ ମାଣିକେଶ୍ଵରୀ ସାହି, ଜଗନ୍ନାଥ ମନ୍ଦିର ସାହି ଓ ଗନ୍ତାୟତ ସାହିର ମହିଳା ଓ ପୁରୁଷ ମାନେ ଉତ୍ତେଜିତ ହୋଇ ଆଜି ସ୍ଥାନୀୟ ବସୁଧା ଗ୍ରାମ୍ୟ ପାଇପ୍ ଜଳଯୋଗାଣ ଗୃହରେ ତାଲା ପକାଇ ଦେଇଥିଲେ। ଏହି ସମସ୍ୟାର ସମାଧାନ ନହେବା ପର୍ଯ୍ୟନ୍ତ ତାଲା ଖୋଲିବୁ ନାହିଁଁ ବୋଲି ଅଡ଼ି ବସିଥିଲେ। ଅପରାହ୍ନରେ ଘଟଣାସ୍ଥଳରେ ପାଣି ପଞ୍ଚାୟତ କମିଟିର ସଭାପତି ରସାନନ୍ଦ ପାଣି ପହଞ୍ଚି ସାହିକୁ ଏବେ ପାଣି ଦିଆଯିବ ଓ ଖୁବ୍ ଶୀଘ୍ର ସମସ୍ୟାର ସମାଧାନ କରାଯିବ ବୋଲି ଦୃଢ଼ ପ୍ରତିଶ୍ରୁତି ଦେବା ପରେ ପାଣି ପମ୍ପ ଗୃହ ତାଲା ଖୋଲିଥିଲା।

You may have missed