March 13, 2026

ମୋରମ ଚୋରା ଚାଲାଣ ଚଢ଼ାଉ ଭୟରେ ନୀଳଗିରିରେ ଡବା ଛାଡ଼ି ଇଞ୍ଜିନ ଛୁ..

IMG-20230208-WA0067
Share

 

 

ନୀଳଗିରି: ଟ୍ରେନରେ ମୋରମ ଚୋରା ଚାଲାଣ କରାଯିବା ଏବଂ ପୁଲିସ ପ୍ରଶାସନର ଚଢ଼ାଉ ଭୟରେ ଡବା ଛାଡ଼ି ଇଞ୍ଜିନ ଛୁ ମାରିବା ଘଟଣା ସମ୍ପ୍ରତି ଅଞ୍ଚଳରେ ହଟଚମଟ ସୃଷ୍ଟି କରିଛି। ଏଭଳି ଏକ ଅଭିନବ ଚୋରି ଦେଖିବାକୁ ମିଳିଛି ବାଲେଶ୍ୱର ଜିଲା ଅଧୀନ ନୀଳଗିରି ଅଞ୍ଚଳରେ।

 

ନୀଳଗିରି ଥାନା ଅଧୀନ ଗୋପୀନାଥପୁରଠାରେ ନୂତନ ରେଳ ଷ୍ଟେସନ ନିର୍ମାଣାଧୀନ ରହିଛି। ଷ୍ଟେସନ ନିର୍ମାଣ କାର୍ଯ୍ୟରେ ନିୟୋଜିତ ଠିକାଦାର ଜଣକ ଏଠାରୁ ମୋରମ ତାଡ଼ି ମାଲବାହୀ ବଗିରେ ଅନ୍ୟତ୍ର ଚୋରା ଚାଲାଣ କରୁଥିବା ନେଇ ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ଏଭଳି ଏକ ସମ୍ବେଦନଶୀଳ ଖବରପାଇ ମଙ୍ଗଳବାର ରାତିରେ ନୀଳଗିରି ଉପଜିଲାପାଳ ମନ୍ଦରଧର ମହାଳିକ, ତହସିଲଦାର ରଞ୍ଜନ ବେହେରା, ଏସଡିପିଓ ରୀତେଶ ମହାପାତ୍ର ପ୍ରମୁଖ ସଦଳବଳେ ସେଠାରେ ପହଞ୍ଚି ଚଢ଼ଉ କରିଥିଲେ। ଏହି ଚଢ଼ଉ ଭୟରେ ଟ୍ରେନ ଚାଳକ ଇଞ୍ଜିନ ଧରି ଚମ୍ପଟ ମାରିଥିବା ଅଭିଯୋଗ ହୋଇଛି। ପୁଲିସ ପ୍ରଶାସନ ପକ୍ଷରୁ ଜେସିବି ସହ ମୋରମ ବୋଝେଇ ହୋଇଥିବା ୪ଟି ବଗି ଜବତ କରାଯାଇଛି। ମୋରମ ଉତ୍ତୋଳନ କରୁଥିବା ଜେସିବିକୁ ନୀଳଗିରି ଥାନାରେ ଅଟକ ରଖାଯାଇଛି। ଅପରପକ୍ଷରେ ଏନେଇ ପ୍ରଶାସନ ପକ୍ଷରୁ ଉପରୋକ୍ତ ଘଟଣାରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ଚାଲିଛି। ଏ ବାବଦରେ ରେଳ ବିଭାଗକୁ ଖବର ମଧ୍ୟ ଦିଆଯାଇଛି। ବୁଧବାର ରେଳ ବିଭାଗ କର୍ତ୍ତୃପକ୍ଷ ଏଠାରେ ପହଞ୍ଚିବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି କୁହାଯାଇଛି।