ପିପୁଲ୍ସ କଲେଜରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର , ୮୮ ୟୁନିଟ୍ ରକ୍ତ ସଂଗ୍ରହ
ବୁଗୁଡ଼ା : ତା ୦୮/୦୨/୨୩ : ସ୍ଥାନୀୟ ପିପୁଲ୍ସ ଡିଗ୍ରୀ କଲେଜରେ ବୁଧବାର ଦିନ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶିବିରକୁ କଲେଜ ଅଧ୍ୟକ୍ଷ ରଜନୀ କାନ୍ତ ଦାଶ ଉଦଘାଟନ କରିଥିବା ବେଳେ ଏଥିରେ ଅତିଥି ଭାବେ ଅଧ୍ଯାପକ ଅଧ୍ଯାପକ ପ୍ରଦୀପ କୁମାର ଦାଶ ଓ ଅକ୍ଷୟ କୁମାର ସାହୁ ଏବଂ ପର୍ଯ୍ଯବେକ୍ଷକ ଭାବେ ଯୁବ ରେଡକ୍ରସ ଅଧିକାରୀ ଦିଲ୍ଲୀପ କୁମାର ଆଚାର୍ଯ୍ୟ ଯୋଗ ଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ । କଲେଜର ଯୁବ ରେଡକ୍ରସ ଏବଂ ସମର ଶିକ୍ଷାର୍ଥୀ ବାହିନୀର ମିଳିତ ସହଯୋଗରେ ଆୟୋଜିତ ଏହି ଶିବିର ଅବସରରେ ଭଞ୍ଜନଗର ବ୍ଲଡ୍ ବ୍ଯାଙ୍କ ପକ୍ଷରୁ ଡାକ୍ତର ହିମାଂଶୁ ଶେଖର ପଣ୍ଡାଙ୍କ ତତ୍ତ୍ବାବଧାନରେ ସ୍ବେଚ୍ଛାକୃତ ରକ୍ତଦାତା ମାନଙ୍କଠାରୁ ୮୮ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା । ଉକ୍ତ ଶିବିରକୁ ଏନସିସି ଲେଫ୍ଟନାଣ୍ଟ ଅଧ୍ଯାପକ ଅଜୟ କୁମାର ସାହୁ , ଓ୍ବାଇଆରସି କାଉନସିଲର ଅଧ୍ଯାପକ ବିନୋଦ କୁମାର କର ଓ ଅଧ୍ୟାପିକା ସନ୍ଧ୍ଯାରାଣୀ ସାହୁ ପରିଚାଳନା ପ୍ରମୁଖ ପରିଚାଳନା କରିଥିବା ବେଳେ ଓ୍ବାଇଆରସି ଲିଡର ଅଲେଖ ବାରିକ ଓ ଚିନ୍ମୟୀ ସାହୁ, ଏନସିସି ଜେୟୁଓ ମୋନାଲିସା ସାହୁ ଓ ଏସୟୁଓ ଆଦିତ୍ୟ କୁମାର ମହାପାତ୍ରଙ୍କ ସମେତ ଅନ୍ୟ ସ୍ବେଛାସେବୀମାନେ ସକ୍ରିୟ ସହଯୋଗ କରିଥିଲେ । ପ୍ରକାଶ ଯୋଗ୍ୟ ଯେ , ଉକ୍ତ ଶ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଉପଲକ୍ଷେ ଏନସିସି ଓ ଓ୍ବାଇଆରସି ଛାତ୍ରଛାତ୍ରୀଙ୍କ ଦ୍ଵାରା ଏକ ସଚେତନତା ଶୋଭାଯାତ୍ରା ଗତ ୪ ତାରିଖରେ ଅନୁଷ୍ଠିତ ହୋଇଥିଲା ।