କେନ୍ଦ୍ରାପଡ଼ାରେ “ବନ୍ଦେ ମାତରମ”ର ସାମୂହିକ ଗାନ ଏବଂ ସ୍ୱଦେଶୀ ଶପଥ ପାଠ ଅନୁଷ୍ଠିତ

IMG-20251107-WA0076
Share

 

କେନ୍ଦ୍ରାପଡ଼ା-୭/୧୧-ବଙ୍କୀମ ଚନ୍ଦ୍ର ଚଟ୍ଟୋପାଧ୍ୟାୟଙ୍କ ଦ୍ଵାରା ରଚିତ ରାଷ୍ଟ୍ର ଗୀତ ବନ୍ଦେ ମାତରମର ୧୫୦ ବର୍ଷ ପୂର୍ତ୍ତି ଅବସରରେ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭାଗୃହରେ ଜିଲ୍ଲାପାଳ ରଘୁରାମ ଆର ଆୟର ସମେତ ଅତିରିକ୍ତ ଜିଲ୍ଲାପାଳ,ଜିଲ୍ଲା ସ୍ତରୀୟ ଅଧିକାରୀ ଓ କର୍ମଚାରୀ ମାନେ ଉପସ୍ଥିତ ରହି ସାମୁହିକ ବନ୍ଦେ ମାତରଂ ଗାନ କରିଛନ୍ତି । ଏହା ସହିତ ସମସ୍ତ ବିଡ଼ିଓ ତହସିଲଦାର ଏବଂ ଅନ୍ୟ ସମସ୍ତ କାର୍ଯ୍ୟାଳୟରେ ସାମୁହିକ ଗାନ କରାଯାଇଥିଲା ।ଏହା ସହିତ ଜିଲ୍ଲାପାଳ ସମସ୍ତଙ୍କୁ ସ୍ୱଦେଶୀ ଶପଥ ପାଠ କରାଇଥିଲେ । ସ୍ୱଦେଶୀ ଉତ୍ପାଦ ବ୍ୟବହାର ଉପରେ ପ୍ରାଥମିକତା ଏବଂ ଆଜିର ଯୁବପିଡି ଏବଂ ପିଲାମାନଙ୍କୁ ସ୍ବଦେଶୀ ଗ୍ରହଣ କରିବାକୁ ପ୍ରେରଣା ଏବଂ ପରବର୍ତ୍ତୀ ପିଢ଼ିକି ଏହାର ଗୁରୁତ୍ୱ ଜଣାଇବା ଇତ୍ୟାଦି ବିଷୟ ଶପଥ ପାଠରେ ଉଲ୍ଲେଖ ରହିଥିଲା ।”ବନ୍ଦେ ମାତରମ”୧୫୦ ବର୍ଷ ପୂର୍ତ୍ତି ଅବସରରେ ଦିଲ୍ଲୀଠାରେ ଆୟୋଜିତ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ ସହ ଅନ୍ୟ କାର୍ଯ୍ୟକ୍ରମକୁ ସିଧାପ୍ରସାରଣ କରାଯାଇଥିଲା । ଜିଲ୍ଲା ସଂସ୍କୃତି ଅଧିକାରୀ ତ୍ରିଭୁବନ ଜୟସିଂଙ୍କ ପ୍ରତ୍ୟକ୍ଷ ତତ୍ତ୍ୱ|ବଧାନରେ ଏହି ସମସ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।କେନ୍ଦ୍ରାପଡ଼ାରୁ ନୃସିଂହ ଚରଣ ବାରିକଙ୍କ ରିପୋର୍ଟ