ତିର୍ତୋଲ ର ଐତିହାସିକ ଚେଳିତୋଳ ବାଲିଯାତ୍ରାର ଦ୍ଵିତୀୟ ସନ୍ଧ୍ୟା…..
ତିର୍ତ୍ତୋଲ ରୁ ରଞ୍ଜନ କୁମାର ମଲ୍ଲିକ ଙ୍କ ରିପୋର୍ଟ ।
ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ର ବହୁ ଚର୍ଚ୍ଚିତ ଚେଳିତୋଳ ବାଲିଯାତ୍ରାର ଦ୍ଵିତୀୟ ସନ୍ଧ୍ୟା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି ସାଂସ୍କୃତିକ ମଞ୍ଚକୁ ଆଦିକବି ଶୁଦ୍ରମୁନି ସାରଳାଦାସ ଙ୍କ ମଞ୍ଚ ଭାବେ ଉତ୍ସର୍ଗୀକୃତ କରାଯାଇ ସଭାକାର୍ଯ୍ୟ ଆରମ୍ଭ କରା ଯାଇଥିଲା l ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଜିଲ୍ଲାପରିଷଦ ଅଧ୍ୟକ୍ଷ ମନୋଜ କୁମାର ଭୋଇ l ମୁଖ୍ୟ ବକ୍ତା ଭାବେ ଜିଲ୍ଲାପାଳ ଜେ ସୋନାଲ ଯୋଗଦେଇ ଥିବାବେଳେ , ସମ୍ମାନିତ ଅତିଥିଭାବେ ଥିଲେ ଜିଲ୍ଲା ପରିଷଦ ଉପ ସଭାପତି ସୁଜାତା ମହାନ୍ତି, ବ୍ଲକ ଅଧ୍ୟକ୍ଷ ମନୋଜ ବେହେରା, ବ୍ଲକ ଉପାଧ୍ୟକ୍ଷା ସନ୍ଧ୍ୟାରାଣୀ ମହାନ୍ତି, ଜିଲ୍ଲା ପରିଷଦ ସଭ୍ୟ ଗଙ୍ଗାଧର ମହାପାତ୍ର,ଜିଲ୍ଲା ପରିଷଦ ସଭ୍ୟ ସୁନୀଲ କୁମାର ବେହେରା, ପ୍ରାକ୍ତନ ପ୍ରଶାସନିକ ଅଧିକାରୀ ସୁରେଶ ଚନ୍ଦ୍ର ମହାନ୍ତି, ପାରାଦ୍ୱୀପ ଫାର୍ମାସୀ କଲେଜ ନିର୍ଦେଶକ ଅଶୋକ କୁମାର ମହାନ୍ତି l ଅତିଥି ପରିଚୟ ପ୍ରଦାନ କରିଥିଲେ ଆଇନୀଜୀଵି ଆମର ଜ୍ୟୋତି ସାହୁ l ସଭା ପ୍ରାରମ୍ଭରେ ଅତିଥିମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ବଳନ କରାଯାଇ ଥିବା ବେଳେ ସାଈ ଋତୁପର୍ଣ୍ଣା କଳା ସାହିତ୍ୟ ସଂସଦ ର କଳାକାର ମାନଙ୍କ ଦ୍ୱାରା ସ୍ୱାଗତ ସଂଗୀତ ଗାନ କରାଯାଇ ଥିଲା l ଏହି ପରିପ୍ରେକ୍ଷୀରେ ଉପସ୍ଥିତ ଅତିଥି ଓ ବିଭିନ୍ନ ପଞ୍ଚାୟତ ର ପ୍ରତିନିଧି ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇ ଥିବାର ଦେଖିବାକୁ ମିଳିଥିଲା !ବାଲିଯାତ୍ରାର ସଭାପତି ଭାବେ ତିର୍ତ୍ତୋଲ ବିଧାୟକ ଡଃ ରମାକାନ୍ତ ଭୋଇ ସମସ୍ତ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ । ଏହି ଅବସରରେ ସୁରେଶ ଚନ୍ଦ୍ର ମହାନ୍ତି ଙ୍କ ସାରଳା ଦାସଙ୍କ ଦ୍ୱାରା ରଚିତ ଏକ ପୁସ୍ତକ ର ଉନ୍ମୋଚନ କରଯାଇ ଥିଲା । ଶେଷରେ ସାରଦା ପ୍ରସାଦ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।
