April 29, 2026

ଗଞ୍ଜାମ ସହରରେ ଗଞ୍ଜାମ ଥାନା ପୁଲିସ ପକ୍ଷରୁ ସାଇବର ଅପରାଧ ସଚେତନତା କାର୍ଯ୍ୟକ୍ରମ

IMG-20251107-WA0051
Share

 

 

ଗଞ୍ଜାମ ପ୍ରଦୀପ କୁମାର ପଣ୍ଡା

 

ଗଞ୍ଜାମ ଏନ୍.ଏ .ସି ସ୍ଥିତ ଭାରତୀ ବିଦ୍ୟାପୀଠ ମିନି ଷ୍ଟାଡିୟମରେ ଗଞ୍ଜାମ ଥାନା ପୁଲିସ ପକ୍ଷରୁ ସାଇବର ଅପରାଧ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଗଞ୍ଜାମ ଥାନା ଅଧିକାରିଣୀ ସୁମିତ୍ରା ପାତ୍ରଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଛତ୍ରପୁର ଏସ୍ଡ଼ିପିଓ ଚନ୍ଦନ ଘଡେଇ ଯୋଗଦେଇ ସାଇବର ଠକେଇ ବିଷୟରେ ଗୁରୁତ୍ୱପୂର୍ଣ୍ଣ ମତ ରଖିଥିଲେ।“ସାଇବର ଠକେଇ ଏବେ ପାରମ୍ପରିକ ଅପରାଧ ଠାରୁ ଦ୍ରୁତ ଗତିରେ ବଢିବାକୁ ଲାଗିଛି। ଲୋକମାନେ ଅଜଣା ଲିଙ୍କ ଓ ମେସେଜରେ ନିଜ ତଥ୍ୟ ଦେବାରୁ ଆର୍ଥିକ କ୍ଷତି ସହିବାକୁ ପଡୁଛି। ଠକେଇ ରୋକିବା ପାଇଁ ପ୍ରତ୍ୟେକ ନାଗରିକଙ୍କୁ ସଚେତନ ହେବା ଆବଶ୍ୟକ,” ବୋଲି ଶ୍ରୀ ଘଡେଇ କହିଛନ୍ତି।

ଅନ୍ୟ ଅତିଥିମାନଙ୍କ ମଧ୍ୟରେ ଗଞ୍ଜାମ ତହସିଲଦାର ସୁକାନ୍ତ ଚନ୍ଦ୍ର ମିଶ୍ର, ଗୋଷ୍ଠି ଉନ୍ନୟନ ଅଧିକାରୀ ଅଚ୍ୟୁତାନନ୍ଦ ଜାନୀ, ସାଇବର ଥାନା ପୁଲିସ ଅଧିକାରୀ କିରଣ ପାତ୍ର, ଗ୍ରାସିମ୍ କମ୍ପାନୀର ୟୁନିଟ ମୁଖ୍ୟ ଅଜୟ ଗୁପ୍ତା, ମାନବ ସମ୍ବଳ ମୁଖ୍ୟ ନୀରୋଜା ପଟ୍ଟନାୟକ ଓ ବରିଷ୍ଠ ସାମ୍ବାଦିକ ତଥା ବରିଷ୍ଠ ନାଗରିକ ସଭାପତି ରବୀନ୍ଦ୍ର କୁମାର ପଣ୍ଡା, ସମ୍ପାଦକ ବିନୋଦ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।ସାଇବର ଥାନା ପୁଲିସ ଅଧିକାରୀ କିରଣ ପାତ୍ର ନିଜ ଉଦ୍ବୋଧନରେ କହିଥିଲେ “ସାଇବର ସୁରକ୍ଷା ସଚେତନତା ହିଁ ଏହାର ପ୍ରମୁଖ ଅସ୍ତ୍ର। ଆମେ ସମସ୍ତେ ଯଦି ସତର୍କ ହେବା, ଅଜଣା ଲିଙ୍କ ନ ଖୋଲିବା, ଅଜଣା ଫୋନରେ ତଥ୍ୟ ନ ଦେବା ଓ ସାଇବର ସହାୟତା ହେଲ୍ପଲାଇନ ‘୧୯୩୦’ ରେ ତୁରନ୍ତ ଅଭିଯୋଗ ଦେବା ତେବେ ଠକେଇକୁ ଅନେକ ଅଂଶରେ ରୋକାଯାଇପାରିବ।

ଗଞ୍ଜାମ ”ଥାନା ଅଧିକାରିଣୀ ଶ୍ରୀମତୀ ପାତ୍ର ସଭାକୁ ସମର୍ଦ୍ଧିତ କରି କହିଛନ୍ତି

“ସାଇବର ଅପରାଧ ଏକ ନୂତନ ଆହ୍ୱାନ। ଆମେ ଯଦି ଘରେ ଓ ଶିକ୍ଷାସ୍ଥାନରେ ଛୋଟଛୋଟ ପିଲାଙ୍କୁ ଡିଜିଟାଲ ସୁରକ୍ଷା ଶିଖାଇପାରିବା, ତେବେ ଏହି ଅପରାଧର ପ୍ରଭାବ କମିଯିବ। ସଚେତନତା ହିଁ ସାଇବର ଠକେଇ ବିରୋଧରେ ଆମର ସବୁଠାରୁ ଶକ୍ତିଶାଳୀ ଅସ୍ତ୍ର।”

 

କାର୍ଯ୍ୟକ୍ରମରେ ସ୍ଥାନୀୟ ଜନସାଧାରଣ, ବରିଷ୍ଠ ନାଗରିକ, ଶିକ୍ଷକ, ଛାତ୍ରଛାତ୍ରୀ, ଅଙ୍ଗନବାଡ଼ି କର୍ମୀ, ସ୍ୱୟଂସହାୟକ ଗୋଷ୍ଠି ଓ ବିଭିନ୍ନ ବିଭାଗର କର୍ମଚାରୀମାନେ ଉପସ୍ଥିତ ଥିଲେ।

ସଭା ଶେଷରେ ସଚେତନତା ପ୍ଲେକାର୍ଡ ଓ ସାଇବର ସୁରକ୍ଷା ସନ୍ଦେଶ ବିତରଣ ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଛୋଟ ଛୋଟ ପ୍ରତିଭା ଶାଳୀ କଳାକାର ଦୁରା ଅନୁଷ୍ଠିତ ହୋଇଥିଲା। ସେମାନେ ସାଇବର ସଚେତନତା ଭିତ୍ତିକ ନାଟକ, ଗୀତ ଓ ନୃତ୍ୟ ଦ୍ୱାରା ଜାଗୃକତା ସନ୍ଦେଶ ଜଣ ସମ୍ମୁଖରେ ପ୍ରଚାର ଓ ପ୍ରସାର କରିଥିଲେ।