April 29, 2026

ମା ଜାଗେଶ୍ଵରି ସେବା ସମ ବାୟ ସମିତି ଲି…ର ଚାଷି ବିରୋଧି କାର୍ଯ୍ୟକଳାପକୁ ନେଇ ଚାରିଦଫା ଦାବିପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ

IMG-20251107-WA0052
Share

ମା ଜାଗେଶ୍ଵରି ସେବା ସମ ବାୟ ସମିତି ଲି…ର ଚାଷି ବିରୋଧି କାର୍ଯ୍ୟକଳାପକୁ ନେଇ ଚାରିଦଫା ଦାବିପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ ବେଗୁନିଆ ବ୍ଲକ (ଉପାନ୍ତ ଖବର) ଅନ୍ତର୍ଗତ ହଜ ପଞ୍ଚାୟତ ର ଜାଗେଶ୍ୱରି ସେବା ସମବାୟ ସମିତି ଲି ର ଚାଷୀ ବିରୋଧୀ କାର୍ଯ୍ୟକଳାପ ପ୍ରତିବାଦରେ ହଜ ପଞ୍ଚାୟତ ର ଚାଷୀ ମାନଙ୍କ ଦ୍ଵାରା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ପ୍ରଦର୍ଶନ କରାଯାଇ ଚାରି ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରା ଯାଇଛି, ଅଭିଯୋଗ ହୋଇଛି ଯେ ଚଳିତ ବର୍ଷ ସମବାୟ ସମିତି ର ସଭାପତି ଓ ସଂପାଦକ ଚାଷୀ ମାନଙ୍କ ଠାରୁ ବସ୍ତା ପ୍ରତି ୩୧୦ଟଙ୍କା ଲେଖାଏଁ ଜୋର୍ ଜବର୍ଦସ୍ତ ଆଦାୟ କଲେ ଯେତେବେଳେ କି ଧାର୍ଯ୍ୟ ମୂଲ୍ୟ ୨୬୭ଟଙ୍କା ଥିଲା, ମାଗଣା ଫସଲ ବୀମା ଥିବା ବେଳେ ଚାଷୀ ମାନଙ୍କ ଠାରୁ ସେ ବାବଦରେ ୨୦୦/ଟଙ୍କା ଲେଖାଏଁ ଜୁଲମ କରି ଆଦାୟ କଲେ, ବାତ୍ୟା ଜନିତ କ୍ଷୟ କ୍ଷତି ବିମାରାଶି ପ୍ରଦାନ ରେ ଅହେତୁକ ଅନୀୟ ମିତତା ଓ ପାତର ଅନ୍ତର କରାଗଲା, ଓ ଧାର୍ଯ୍ୟ ବୀମା ରାଶିର ୧୫ପ୍ରତିଶତ ବେଆଇନ ଭାବେ ସଭାପତି ଓ ସମ୍ପାଦକ ଆଦାୟ କରିଥିଲେ, ଏବଂ ସାର ବଣ୍ଟନ ସମୟରେ ଚାଷୀ ପ୍ରବେଶ ଜୟସିଂହ ଙ୍କୁ ସେବା ସମବାୟ ସମିତି ର ସଭାପତି ଓ ସଂପାଦକ ଧକା ବେକା ମାରିବା ସହ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରାଯାଇ ଥିଲା ସେ ସମ୍ପର୍କରେ ଅଭିଯୋଗ କୁ ମଧ୍ୟ ବିଭାଗୀୟ ଅଧିକାରୀ ଅଣଦେଖା କରି ଦେଇଥିଲେ, ପ୍ରାୟ ଦୁଇ ଶହ ଚାଷୀ ଜିଲ୍ଲାପାଳ ଙ୍କୁ ଏହାର ନିରପେକ୍ଷ ତଦନ୍ତ କରି ଦୋଷୀ ମାନଙ୍କୁ ଚିହ୍ନଟ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ପୀଡ଼ିତ ଚାଷୀ କୁଳ କୁ ନ୍ୟାୟ ପ୍ରଦାନ କରିବା ପାଇଁ ଦରଖାସ୍ତ କରିଥିଲେ, ଆମ ଆଦମୀ ପାର୍ଟି ବେଗୁନିଆ ବୋଲଗଡ଼ ସଂଯୋଜକ କଳ୍ପତରୁ ପଣ୍ଡା ଘଟଣା ସ୍ଥଳ ରେ ଉପସ୍ଥିତ ହୋଇ ଚାଷୀ ମାନଙ୍କ ପ୍ରତି ହୋଇ ଥିବା ଅନ୍ୟାୟ କୁ ନିନ୍ଦା କରିବା ସହ ତୁରନ୍ତ ନ୍ୟାୟ ପ୍ରଦାନ କରିବା ପାଇଁ ଦାବି କରିଥିଲେ ରିପୋର୍ଟର ମାନସ ରଞ୍ଜନ କର