March 13, 2026

ପଲିଥିନ ତଳେ ଜୀବନ ବିତାଉଛନ୍ତି ଦୁଇଟି ଗରିବ ବ୍ରାହ୍ମଣ ଙ୍କ ପରିବାର

IMG-20231107-WA0023
Share

ପଲିଥିନ ତଳେ ଜୀବନ ବିତାଉଛନ୍ତି
ଦୁଇଟି ଗରିବ ବ୍ରାହ୍ମଣ ଙ୍କ ପରିବାର
========================
ତିର୍ତ୍ତୋଲ -::କେନ୍ଦ୍ରସରକାରଙ୍କ ଠାରୁ ରାଜ୍ୟସରକାରଙ୍କ ପର୍ଯ୍ୟନ୍ତ ଗରିବ ବ୍ୟକ୍ତିମାନଙ୍କ ପାଇଁ ଆବାସ ଯୋଜନାରେ କୋଟିକୋଟି ଟଙ୍କା ଖର୍ଚ୍ଚ ହେଉଥିଲା ବେଳେ ରାଜନୈତିକ ଆକ୍ରୋଶ ର ଶିକାର ହୋଇ ଏଥିରୁ ବାଦ ପଡିଛନ୍ତି ଦୁଇଜଣ ଗରିବ ବ୍ରାହ୍ମଣ ପରିବାର ! ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ବ୍ଲକ ଅଧୀନ ଗୋବିନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ରାଜସ୍ବ ଗ୍ରାମ ଉରାଢ଼ ( ପଡ଼ାଗ୍ରାମ ଧମିଲ ) ରେ !ଏହି ଗ୍ରାମରେ ପଲିଥିନ ବିଛା ମାଟି ଘରତଳେ ଦୁଃଖ ଦୁର୍ଦ୍ଦିନରେ ଜୀବନ ବିତୁଛି ୫୦ ବର୍ଷୀୟ ରଘୁନାଥ ତ୍ରିପାଠୀ ଙ୍କ ପୁଅ ପ୍ରସନ୍ନ ତ୍ରିପାଠୀ ( ବାବାଜୀ ନନା ) ଙ୍କର ! ସ୍ତ୍ରୀ ଅହଲ୍ୟା, ବଡପୁଅ ମାନସ, ମଝିଆଁ ପୁଅ ଉମେଶ, ସାନ ପୁଅ ଆକାଶ ଙ୍କ ସହିତ ମୋଟ ପାଞ୍ଚ ପ୍ରାଣୀ ଏହି ମାତିକାନ୍ଥ ଓ ଚାଳ ଛପର ଘରକୁ ଛପର କରି ନପାରି, ଚାଳ ଉପରେ ପଲିଥିନ ବିଛାଇ ଜୀବନ ବିତାଉଛନ୍ତି ! ବଡପୁଅ ମାନସ ଓ ମଝିଆଁ ପୁଅ ଉମେଶ ବିବାହ ଯୋଗ୍ୟ ହୋଇଥିଲେ ମଧ୍ୟ ଭଲ ଘରଟିଏ ନଥିବାରୁ ବାହାଘର ହୋଇପାରୁନାହିଁ !ଅପର ପକ୍ଷରେ ସାନପୁଅ ଆକାଶ ତିର୍ତ୍ତୋଲ କଲେଜରେ +୨ ରେ ପାଠ ପଢୁଅଛି ! ବିପିଏଲ ତାଲିକାରେ ନାମଥିବାରୁ ଜଣପିଛା ପାଞ୍ଚ କେଜି ଚାଉଳ ହିସାବରେ ପାଞ୍ଚ ଜଣଙ୍କ ପାଇଁ ମାସକୁ ମାତ୍ର ପଚିଶ କେଜି ଚାଉଳ ରାସନ କାର୍ଡ ରେ ମିଳୁଅଛି ! ଜମିବାଡ଼ି ନଥିବାରୁ ଓଳିଏ ଖାଇଲେ ଓଳିଏ ଉପାସ ରହି ଜୀବନ ବିତାଉଥିବା ସରକାରୀ ଆବାସ ଯୋଜନାରେ ପକାଘରଟିଏ ଯୋଗାଇ ଦେବାକୁ ସେ ଦୀର୍ଘ ବର୍ଷବର୍ଷ ଧରି ପ୍ରଶାସନ ଠାରୁ ରାଜନେତାଙ୍କ ନିକଟରେ ଯେତେ ନେହୁରା ନିମଂତ୍ତ ହୋଇ ଆପତ୍ତି ଅଭିଯୋଗ କଲେ ମଧ୍ୟ ଆଜି ପର୍ଯ୍ୟନ୍ତ ତାଙ୍କୁ ଆବାସ ଯୋଜନାରେ ଘରଟିଏ ମିଳିପାରିନାହିଁ ! ଠିକ ସେଇପରି ତାଙ୍କ ସାନଭାଇ ରଘୁନାଥ ତ୍ରିପାଠୀ ଙ୍କ ପୁଅ କୃଷ୍ଣଚନ୍ଦ୍ର ତ୍ରିପାଠୀ ଓ ତାଙ୍କ ପତ୍ନୀ ନିରୁପମା ତ୍ରିପାଠୀ ମଧ୍ୟ ଅନୁରୂପ ଦୁଃଖଦୁର୍ଦଶାରେ ଜୀବନ ବିତାଉଛନ୍ତି ! ତେବେ ଏହି ପ୍ରସନ୍ନ ତ୍ରିପାଠୀ ଓ କୃଷ୍ଣଚନ୍ଦ୍ର ତ୍ରିପାଠୀ ଙ୍କୁ ସରକାରୀ ଆବାସ ଯୋଜନାରେ ଦୁଇଗୋଟି ପକ୍କାଘର ଯୋଗାଇ ଦେବା ନିମନ୍ତେ ସ୍ଥାନୀୟ ଗ୍ରାମବାସୀ ମାନଙ୍କ ସହିତ ସମାଜସେବୀ ଭାସ୍କର ଚନ୍ଦ୍ର ନାୟକ ଦୃଢ ଦାବୀ କରି ଆଛନ୍ତି !
ଜଗତସିଂହପୁର ରୁ ଶରତ କୁମାର ଦାଶଙ୍କ ରିପୋର୍ଟ ନ୍ୟୁଜ ଉପାନ୍ତ ଓଡିଶା !