October 5, 2024

ସ୍କୁଲ ଗେଟରେ ତାଲା ପକାଇ ଛାତ୍ରୀଛାତ୍ର, ଅଭିଭାବକଙ୍କ ଧାରଣା

Share

ସ୍କୁଲ ଗେଟରେ ତାଲା ପକାଇ ଛାତ୍ରୀଛାତ୍ର, ଅଭିଭାବକଙ୍କ ଧାରଣା

=========================

ଗଞ୍ଜାମ =ପ୍ରଦୀପ କୁମାର ପଣ୍ଡା

ଗଞ୍ଜାମ ସହର ମଧ୍ୟଖଣ୍ଡ ସାହିରେ ଥିବା ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସେହି ସ୍କୁଲ ରୁ କାହିଁକି ବାହାର କରାଯାଇଛି ସେ ନେଇ କରିଛନ୍ତି l ଯାହାକୁ ନେଇ ପ୍ରାୟ ଏକ ମାସରୁ ଉର୍ଦ୍ଧ ହେବ ଅଭିଭାବକ ଓ ସ୍କୁଲ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଘୋର ଅସନ୍ତୋଷ ଦେଖା ଦେଇଛି l ଇତି ମଧ୍ୟରେ ଉକ୍ତ ସ୍କୁଲ ପ୍ରଧାନ ଶିକ୍ଷକଙ୍କୁ ଅନ୍ୟତ୍ର ବଦଳି ଖବର ଶୁଣି ସୋମବାର ଛାତ୍ରୀଛାତ୍ର ମାନେ ଅନ୍ୟ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ସ୍କୁଲ ଭିତରକୁ ପ୍ରବେଶ କରାଇ ଦେଇ ନଥିଲେ l ସ୍କୁଲ ଗେଟରେ ତାଲା ପକାଇ ସ୍କୁଲ ସମ୍ମୁଖରେ ଧାରଣାରେ ବସିଥିଲେ ଛାତ୍ରୀଛାତ୍ର ଅଭିଭାବକ ଙ୍କ ସମେତ ସ୍କୁଲ ପରିଚାଳନା କମିଟି ବୃନ୍ଦ l ପ୍ରଧାନ ଶିକ୍ଷକ ବେହେରାଙ୍କ ସସ୍ପେଣ୍ଡ ଅର୍ଡର ପ୍ରତ୍ୟାହାର କରିବା ସହ ପୁଣି ନୋଡାଲ ସ୍କୁଲରେ ନିଯୁକ୍ତ କରିବାକୁ ଜିଦରେ ଅଟଳ ଅଭିଭାବକ ଓ ଛାତ୍ରୀଛାତ୍ର l ଆମକୁ ଦରକାର ଆମ ପ୍ରଧାନ ଶିକ୍ଷକ l ପ୍ରଧାନ ଶିକ୍ଷକ ନ ଆସିଲେ ଏହି ଆନ୍ଦୋଳନ ଜାରି ରହିବ ବୋଲି ଗଣମାଧ୍ୟମ କୁ ସୂଚନା ଦେଇଛନ୍ତି ବିଦ୍ୟାର୍ଥୀ l ପ୍ରଧାନ ଶିକ୍ଷକ ବେହେରା ଆମର ଗଣିତ ଓ ଇଂଲିଶ ସବଜେକ୍ଟ ନେଇଛନ୍ତି ଆମକୁ ଭଲ ଭାବେ ପଢ଼ାଇବା ସହ ବୁଝାଉଛନ୍ତି l ଦିନ ଦୁଇଟା ପର୍ଯ୍ୟନ୍ତ ଧାରଣାରେ ପିଲାମାନେ ବସିଥିଲେ ଏ ବି ଇ ଓ ଶ୍ରୀମତୀ ସଂଯୁକ୍ତା ବେହେରା ଅଭିଭାବକ ମାନଙ୍କୁ ବୁଝାସୁଜା କରିଥିଲେ ମଧ୍ୟ କୌଣଶି ଫଳପ୍ରଦ ହୋଇନଥିବା ଦେଖିବାକୁ ମିଳିଥିଲା l ପରିଚାଳନା କମିଟି ଏବଂ ଅଭିଭାବକ l ଏ ସମ୍ପର୍କରେ ଏବିଇଓ ବିଜୟ ଚନ୍ଦ୍ର ବେହେରାଙ୍କୁ ଯୋଗାଯୋଗ କରିବାରେ ସେ ଭୁବନେଶ୍ୱରରେ ଥିବା ସୂଚନା ମିଳିଥିଲା ଆସନ୍ତା କାଲି ଉପରୋକ୍ତ ସମସ୍ୟା ସମ୍ପର୍କରେ ଆଲୋଚନା କରାଯାଇ ନିସ୍ଵତୀ ନିଆଯିବ ବୋଲି ସେ କହିଛନ୍ତି l ମଧ୍ୟାହ୍ନରେ ଚାପl ଉତ୍ତେଜନା ଦେଖା ଦେଇଥିଲା l