ତୁରଙ୍ଗରେ ‘ଆଙ୍ଗନ୍ କା ଉତ୍ସବ’, ଅଙ୍ଗନୱାଡି ଓ ଆଶା କର୍ମୀଙ୍କ ସହ ‘ସେବା ସମ୍ବାଦ’
ଅନୁଗୋଳ: ଛେଣ୍ଡିପଦା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ତୁରଙ୍ଗ ଠାରେ “ସେବା ସଂକଳ୍ପ ଅଭିଯାନ” ଅବସରରେ ‘ଆଙ୍ଗନ୍ କା ଉତ୍ସବ’ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇ ଅଙ୍ଗନୱାଡି କେନ୍ଦ୍ର ପରିଦର୍ଶନ କରିବା ସହ ଅଙ୍ଗନୱାଡି ଓ ଆଶା କର୍ମୀ ତଥା ହିତାଧିକାରୀମାନଙ୍କ ସହ ‘ସେବା ସମ୍ବାଦ’ କରିଥିଲେ।
ଶିଶୁ ଓ ମାଆମାନଙ୍କୁ ଅପପୁଷ୍ଟି ଏବଂ ରକ୍ତହୀନତାରୁ ରକ୍ଷା କରିବା ପାଇଁ ସଠିକ୍ ଆହାର, ସୁସ୍ଥ ଜୀବନଶୈଳୀ ଓ ପୋଷଣ ସଚେତନତାର ଆବଶ୍ୟକତା ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ପୋଷଣ ଅଭିଯାନର ବାର୍ତ୍ତା ଘରେ ଘରେ ପହଞ୍ଚାଇବା ସହ ଶିଶୁ ଓ ମାଆଙ୍କ ସ୍ୱାସ୍ଥ୍ୟ ପ୍ରତି ସମସ୍ତେ ସଚେତନ ହେବା ଆବଶ୍ୟକ ବୋଲି କହିଥିଲେ।
ପ୍ରତ୍ୟେକ ଶିଶୁର ସୁସ୍ଥ ଶୈଶବ ହିଁ ସମୃଦ୍ଧ ଭାରତର ଭିତ୍ତି। ତେଣୁ ସାମୂହିକ ପ୍ରୟାସ ମାଧ୍ୟମରେ ପ୍ରତ୍ୟେକ ଶିଶୁର ଉଜ୍ଜ୍ୱଳ, ସୁସ୍ଥ ଓ ନିରୋଗ ଭବିଷ୍ୟତ ଗଢ଼ିବା ଆମ ସମସ୍ତଙ୍କ ସଂକଳ୍ପ ହେବା ଉଚିତ ବୋଲି ମତ ପ୍ରକାଶ ପାଇଥିଲା।
ଏହି ଅବସରରେ ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି, ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି, ଅନୁଗୋଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ଏବଂ ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରାଙ୍କ ସମେତ ବହୁ ଜନପ୍ରତିନିଧି ଓ କର୍ମୀ ଉପସ୍ଥିତ ଥିଲେ।
