June 13, 2026

ଅଙ୍ଗନବାଡ଼ି କର୍ମୀଙ୍କ ଅକାଳ ବିୟୋଗ …

IMG-20251007-WA0066
Share

 

 

ମୋହନା(ଗଣେଶ ବିଷୋୟୀ)ଅଙ୍ଗନବାଡ଼ି କର୍ମୀଙ୍କ ଅକାଳ ବିୟୋଗରେ ଶୋକର ଛାୟା ଖେଳିଯାଇଛି ମୋହନା ଅଞ୍ଚଳରେ। ଗଜପତି ଜିଲ୍ଲା ମୋହନା ବ୍ଳକ ଅନ୍ତର୍ଗତ ଚନ୍ଦ୍ରଗିରି ଗ୍ରାମର ଅନନ୍ତ ଦଳାଇ ଙ୍କ ପତ୍ନୀ ସସ୍ମିତା ମାର୍ଥିଙ୍କ ଝାରଖଣ୍ଡ ପାଲାମୁ ଜିଲ୍ଲା ମେଦିନି ନଗର ମେଦିନୀ ରାୟ ମେଡିକାଲ କଲେଜ ଓ ହସ୍ପିଟାଲ୍ ଠାରେ ମୃତ୍ୟୁ ହୋଇଯାଇଛି।ସୂଚନା ମୁତାବକ ମୃତ ସସ୍ମିତା ନିଜ ପରିବାର ସହ ତୀର୍ଥ ଯାତ୍ରାରେ ଯାଇଥିଲେ।ବିଭିନ୍ନ ତୀର୍ଥ ସ୍ଥାନ ବୁଲିବା ପରେ ହଠାତ୍ ତାଙ୍କର ସ୍ୱାସ୍ଥ୍ୟବସ୍ଥା ଗୁରୁତର ହୋଇଥିଲା।ତେବେ ତାଙ୍କୁ ପାଲାମୁ ସ୍ଥିତ ମେଦିନୀ ନଗର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।ସେଠାରେ ତାଙ୍କର ଚିକିତ୍ସା ଅବସ୍ତାରେ ମୃତ୍ୟୁ ହୋଇଯାଇଛି।ମୃତ୍ୟୁ ଖବର ପାଇ ତାଙ୍କ ପରିବାର ତଥା ଗ୍ରାମବାସୀ ଓ ସହକର୍ମି ଙ୍କ ମହଲରେ ଶୋକର ଛାୟା ଖେଳି ଯାଇଥିଲା।ତେବେ ତାଙ୍କୁ ସେଠାରୁ ଏକ ଆମ୍ବୁଲାନ୍ସ ଯୋଗେ ନିଜ ବାସସ୍ଥାନ ଚନ୍ଦ୍ରଗିରି ଅଣା ଯାଇଥିଲା।ତାଙ୍କ ଶେଷ ଯାତ୍ରାରେ ଶତାଧିକ ଗ୍ରାମ ବାସୀ, ଶତାଧିକ ଅଙ୍ଗନବାଡ଼ି କର୍ମୀ,ସ୍ଵାସ୍ଥ୍ୟ କର୍ମୀ ଓ ତାଙ୍କ ବିଭାଗୀୟ ଅଧିକାରୀ ଓ ଅଧିକାରିଣୀ ମାନେ ଯୋଗ ଦେଇ ଥିଲେ।ନିଜ ସହକର୍ମୀ ଙ୍କୁ ହରାଇ ବାହୁନୀ ବାହୁନି ତାଙ୍କ ମର ଶରୀର ଉପରେ ପୁଷ୍ପ ମାଲ୍ୟ ଅର୍ପଣ କରିଥିଲେ।ଏପଟେ ତାଙ୍କ ର ଛୋଟ ଛୋଟ ଦୁଇ ଝିଅ ଥିବା ବେଳେ ତାଙ୍କରି ମୁଣ୍ଡରୁ ମାଆ ର ପଣତ କାନି ଉଠିଗଲା କହି କୋହ ସମ୍ଭାଳି ପାରିନଥିଲେ ବିଭାଗୀୟ ଅଧିକାରିଣୀ।ସୂଚନା ଥାଉ କି ମୃତ ସସ୍ମିତା ଚନ୍ଦ୍ରଗିରି ହରିଜନ ସାହିରେ କାର୍ଯ୍ୟରତ ଅଙ୍ଗନବାଡ଼ି କର୍ମୀ ଥିଲେ।ସେ ଜଣେ ମେଳାପି ଓ ମିଷ୍ଟଭାଷୀ ଥିବାରୁ ତାଙ୍କରି ବିୟୋଗ ପ୍ରତ୍ୟେକ ମହଲ ରେ ଶୋକର ଛାୟା ଖେଳିଯାଇଛି।ସମସ୍ତେ ତାଙ୍କର ଅମର ଆତ୍ମାର ସଦଗତି ନିମନ୍ତେ ପ୍ରାର୍ଥନା କରିଛନ୍ତି।

You may have missed