April 28, 2026

ବନ୍ତଳାରୁ ଚୋରି ଲୁହାଛଡ଼ ବୋଝେଇ ଟ୍ରକ୍ ଦେବଗଡ଼ରୁ ଉଦ୍ଧାର, ଚାଳକ ଗିରଫ

IMG-20251007-WA0053
Share

 

 

ଅନୁଗୋଳ : ରୁ ଅଜିତ୍ କୁମାର ଭୋଇ ଙ୍କ ରିପୋର୍ଟ ଉପାନ୍ତ ଖବର

 

▪️ ପୋଲିସ୍ ର ବର୍ବରତା….

 

▪️ବିନା ରିମାଣ୍ଡ ରେ ଗିରଫ ର ସାତ ଦିନ ରଖି କରାଯାଇଛି ଅକଥନୀୟ ନିର୍ଯାତନା……

 

ବନ୍ତଳା ଛକ ନିକଟରୁ ଏକ ଲୁହାଛଡ଼ ବୋଝେଇ ଟ୍ରକ୍ (ଓଡି-୦୫ ଜେଡ୍‌-୦୪୭୨) ଗତ ୨୮ ତାରିଖ ରାତିରେ ଚୋରି ହୋଇଥିଲା । ଏ ସମ୍ପର୍କରେ ବନ୍ତଳା ଥାନାରେ ଅଭିଯୋଗ ହୋଇଥିବା ବେଳେ ପୋଲିସ୍ ଘଟଣାର ତଦନ୍ତ କରିଥିଲା। ତେବେ ଏହି ଚୋରିରେ ଟ୍ରକ୍ ଚାଳକ ମାଷ୍ଟର୍‌ମାଇଣ୍ଡ ସାଜିଥିବା ବେଳେ ୩ରୁ ଅଧିକ ବ୍ୟକ୍ତି ସମ୍ପୃକ୍ତ ଥିବା ପୁଲିସ କହିଛି | ଦେବଗଡ଼ରୁ ଚୋରି ଟ୍ରକ୍ ଉଦ୍ଧାର ହେବା ସହିତ ସମ୍ପୃକ୍ତ ଟ୍ରକ୍ ଚାଳକ ବନ୍ତଳା ଥାନା ଜରାଓରପୁର ଗାଁର ଅରୁଣ କୁମାର ସାହୁ(୪୧)ଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ସୂଚନା ମୁତାବକ, ଜରପଡ଼ା ଥାନା ମରାତିରା ଗୋଦାମରୁ ଏକ ଟ୍ରକ୍ ୨୪ ଟନ୍‌ ଲୁହାଛଡ଼ ବୋଝେଇ କରି ବାରିପଦାକୁ ଯାଉଥିଲା | ତେବେ ଟ୍ରକ୍ ଚାଳକ ବନ୍ତଳା ଥାନା ଜରାଓରପୁର ଗାଁର ଅରୁଣ କୁମାର ସାହୁ ଗତ ୨୮ ତାରିଖ ରାତିରେ ବନ୍ତଳା ପେଟ୍ରୋଲ ପମ୍ପ ନିକଟରେ ଛିଡ଼ା କରି ଘରକୁ ଯାଇଥିଲେ । ସକାଳୁ ଟ୍ରକ୍‌ଟି ସେଠାରୁ ଚୋରି ହୋଇଯାଇଥିବା ନେଇ ମାଲିକଙ୍କୁ ଜଣାଇବା ପରେ ଥାନାରେ ଅଭିଯୋଗ ହୋଇଥିଲା | ତେବେ ପୋଲିସ୍ ଘଟଣାର ତଦନ୍ତ କରିବା ପରେ ଦେବଗଡ଼ରୁ ଟ୍ରକ୍‌ର ସନ୍ଧାନ ମିଳିଥିଲା । ଟ୍ରକ୍‌ଟି ଚୋରି କରିବା ପରେ ଲୁହାଛଡ଼ ବିକ୍ରି ବିକ୍ରି କରି କରି ଦିଆଯିବା ଦିଆଯିବା ସହିତ ଗାଡ଼ିକୁ ଲୁଚାଇ ରଖାଯାଇଥିଲା। ଟ୍ରକ୍ ଚାଳକ ଅରୁଣ କୁମାର ସାହୁ ଏହି ଚୋରିର ଯୋଜନା କରିଥିଲା ବୋଲି ଜଣାପଡ଼ିଛି। ତେବେ ମାମଲା ଦେବା ପର ଦିନ ଠାରୁ ପୋଲିସ ଡ୍ରାଇଭର ଙ୍କୁ ଉଠାଇ ଆଣି ଥାର୍ଡ ଡିଗ୍ରୀ ପ୍ରୟାଗ କରିବା ସହିତ ଅକଥନୀୟ ନିର୍ଯାତନା ଦେଇଥିଲେ । ଏଥିରେ ଆଉ ୩ ରୁ ଅଧିକ ବ୍ୟକ୍ତି ସମ୍ପୃକ୍ତ ଥିବା ବେଳେ ପୋଲିସ ଅରୁଣଙ୍କୁ କୋର୍ଟ ଚାଲାଣ କରିଛି।