April 27, 2026

ପିପୁଲ୍ସ କଲେଜରେ ଏଡ୍ସ୍ ସଚେତନତା କାର୍ଯ୍ୟକ୍ରମ 

IMG-20241007-WA0045
Share

ବୁଗୁଡ଼ା : ତା ୦୭/୧୦/୨୪ : ସ୍ଥାନୀୟ ପିପୁଲ୍ସ କଲେଜରେ ୟୁଥ୍ ରେଡକ୍ରସ ଓ ରେଡ୍ ରିବନ୍ କ୍ଲବ୍ ତରଫରୁ ଏକ ଏଡ୍ସ୍ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ୟୁଥ୍ ରେଡକ୍ରସର ଉପଦେଷ୍ଟା ପବିତ୍ର ଖଣ୍ଡୁଆଳଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ଆଇକ୍ୟୁଏସି ସଂଯୋଜକ ଅଧ୍ୟାପକ ଅକ୍ଷୟ କୁମାର ସାହୁ ଉଦଘାଟନ କରିଥିବା ବେଳେ ଏଥିରେ ଆୟୁଷ୍ ଡାକ୍ତର ହିମାଂଶୁ ଶେଖର ପଣ୍ଡା ଏବଂ ବୁଗୁଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଏଚଆଇଭି କାଉନସିଲର ରଶ୍ମିରେଖା ରାଉତ ଯୋଗ ଦେଇ ସ୍ବେଚ୍ଛାସେବୀଙ୍କୁ ଭୂତାଣୁ ଜନିତ ସାଙ୍ଘାତିକ ରୋଗ ଏଡ୍ସ୍ ସମ୍ପର୍କେ ସଚେତନ କରିଥିଲେ। ଏହି କାର୍ଯ୍ୟକ୍ରମ ପରିଚାଳନାରେ ରେଡ୍ ରିବନ୍ କ୍ଲବର ସ୍ବେଚ୍ଛାସେବୀମାନେ ସହଯୋଗ କରିଥିଲେ ଏବଂ ପରିଶେଷରେ ଆଇକ୍ୟୁଏସି ସହ-ସଂଯୋଜକ ଅଧ୍ଯାପକ ବିନୋଦ କୁମାର କର ଧନ୍ୟବାଦ ଅର୍ପଣ କରିଥିଲେ।