October 7, 2024

ପିପୁଲ୍ସ କଲେଜ ଅର୍ଥନୀତି ବିଭାଗ ପକ୍ଷରୁ ଆଲୋଚନା ଚକ୍ର 

Share

ବୁଗୁଡା : ତା ୦୭/୧୦/୨୪ : ସ୍ଥାନୀୟ ପିପୁଲ୍ସ କଲେଜର ଅର୍ଥନୀତି ବିଭାଗ ପକ୍ଷରୁ ଶୀର୍ଷକ ” ଦି ଚେଇଞ୍ଜିଙ୍ଗ୍ ଲ୍ଯାଣ୍ଡସ୍କୋପ୍ ଅଫ୍ ଏମପ୍ଲୟମେଣ୍ଟ ଇନ୍ ଇଣ୍ଡିଆ : ଟ୍ରେଣ୍ଡସ୍ ଏଣ୍ଡ ଚ୍ଯାଲେଞ୍ଜସ୍ ” ସମ୍ପର୍କିତ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ବିଭାଗୀୟ ମୁଖ୍ୟ ଅଧ୍ୟାପକ ଶଙ୍କର ପରିଡ଼ାଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଆଇକ୍ୟୁଏସି କୋଅର୍ଡିନେଟର ଅଧ୍ୟାପକ ଅକ୍ଷୟ କୁମାର ସାହୁ, ମୁଖ୍ୟ ବକ୍ତା ତଥା ରିସୋର୍ସ ପର୍ସନ୍ ଭାବେ ପୋଲସରା ସାଇନ୍ସ କଲେଜର ଅର୍ଥନୀତି ବିଭାଗ ଅଧ୍ଯାପିକା ଡ.ମିନାକ୍ଷୀ ପାଣିଗ୍ରାହୀ ଏବଂ ସମ୍ମାନିତ ଅତିଥି ଭାବେ ପିପୁଲ୍ସ କଲେଜର ପ୍ରଶାସନିକ ଅଧିକାରୀ ଅଧ୍ଯାପକ ପ୍ରଦୀପ କୁମାର ଦାଶ ଓ ଶୈକ୍ଷିକ ଅଧିକାରୀ ଅଧ୍ଯାପକ ସୁଶାନ୍ତ କୁମାର ସାହୁ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ମାର୍ଗ ଦର୍ଶନ କରିବା ସହ ଆଲୋଚ୍ଯ ବିଷୟ ସମ୍ପର୍କେ ଆଲୋକପାତ କରିଥିଲେ। ଛାତ୍ରୀ ବର୍ଷାରାଣୀ ପ୍ରଧାନ ଓ ଛାତ୍ର ଭବାନୀ ବରାଡ ଆଲୋଚନା ଚକ୍ରର ସନ୍ଦର୍ଭ ପାଠ କରିଥିବା ବେଳେ ଜନ ବହୁଳ ରାଷ୍ଟ୍ର ଭାରତରେ ରୋଜଗାରର ପରିବର୍ତ୍ତିତ ଦୃଶ୍ୟର ଧାରା ଓ ଆହ୍ବାନ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯିବା ସହ ରୋଜଗାର କ୍ଷେତ୍ରରେ ପୁରୁଷ ଓ ମହିଳାଙ୍କ ମଧ୍ୟରେ ରହିଥିବା ଆନୁପାତିକ ପାର୍ଥକ୍ୟ ଓ ସମ୍ଭାବ୍ଯ ପରିବର୍ତ୍ତନର ପନ୍ଥା ସମ୍ପର୍କେ ଆଲୋଚନା କରାଯାଇଥିଲା। ଏଥି ସହ ଛାତ୍ରଛାତ୍ରୀଙ୍କୁ ନେଇ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା । ଏ ଅବସରରେ ମୁଖ୍ୟ ବକ୍ତା ମହାଶୟାଙ୍କୁ ଉପଢୌକନ ଓ ମାନପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମର ପ୍ରାରମ୍ଭରେ ଅଧ୍ୟାପିକା ଭି.ସନ୍ତୋଷୀ ରାଜୁ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ପରିଶେଷରେ ଅଧ୍ୟାପକ ଅନିଲ କୁମାର ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ।