June 29, 2024

ଗଜପତି:- କେନ୍ଦ୍ର ସରକାର’ଙ୍କ ” ସଂକଳ୍ପ ଶପଥ ସପ୍ତାହ” ପାଳନ ଅବସର’ରେ କୃଷି ମେଳା ଓ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ ।

Share

ଗଜପତି:- କେନ୍ଦ୍ର ସରକାର’ଙ୍କ ” ସଂକଳ୍ପ ଶପଥ ସପ୍ତାହ” ପାଳନ ଅବସର’ରେ କୃଷି ମେଳା ଓ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ ।
———————————————-
ଗଜପତି ଜିଲ୍ଲା’ର ଆକାଂକ୍ଷି ଗୁମ୍ମା ବ୍ଲକ୍ କାର୍ଯ୍ୟକ୍ରମ ଅନ୍ତର୍ଗତ ବ୍ଲକ’ର ତରଙ୍ଗଡା ସ୍ଥିତ ପଞ୍ଚାୟତ କାର୍ଯ୍ୟାଳୟ’ର ସମ୍ମିଳନୀ କକ୍ଷ ଠାରେ ଆଜି ବ୍ଲକ୍ କୃଷି ବିଭାଗ ପକ୍ଷ’ରୁ କେନ୍ଦ୍ର ସରକାର’ଙ୍କ ” ସଂକଳ୍ପ ଶପଥ ସପ୍ତାହ” ପାଳନ ଅବସର’ରେ ଏକ କୃଷି ଓ କୃଷକ ମେଳା ସମେତ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମ’ରେ ବ୍ଲକ୍ କୃଷି ଅଧିକାରୀ ଶ୍ରୀ ସନ୍ଦୀପ କୁମାର ପାଣି ଅଧ୍ୟକ୍ଷତା କରି ଉପସ୍ଥିତ ଚାଷୀ ଓ ଗ୍ରାମ ବାସୀ’ଙ୍କୁ ଆକାଂକ୍ଷି ବ୍ଲକ୍ କଣ ଓ କାର୍ଯ୍ୟକ୍ରମ’ର ଆଭିମୁଖ୍ୟ ସମ୍ପର୍କରେ ବୁଝାଇବା ସହ କେନ୍ଦ୍ର ସରକାର’ଙ୍କ କୃଷି ଭିତ୍ତିକ ଯୋଜନା ପି-ଏମ କିଷାନ ନିଧି ଯୋଜନା ଓ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ର ବିଭିନ୍ନ ଦିଗ ସମ୍ପର୍କରେ ବୁଝାଇ କମ ଖର୍ଚ୍ଚରେ ଅଧିକ ଫସଲ ଉତ୍ପାଦନ କିଭଳି ହୋଇ ପାରିବ ସେ ସମ୍ପର୍କରେ ବୁଝାଇ ସଚେତନ କରାଇଥିଲେ ।
କାର୍ଯ୍ୟକ୍ରମ’ରେ ଗୁମ୍ମା ବ୍ଲକ ଭେର୍ଟେନାରୀ ଅଫିସର ଡ଼ାଃ ଶୁଭ ବିକାଶ ମଲ୍ଲିକ ଯୋଗ ଦେଇ କେନ୍ଦ୍ର ସରକାର’ଙ୍କ ଯୋଜନା ଅନ୍ତର୍ଗତ ଏଫଏମଡିସି: କାର୍ଯ୍ୟକ୍ରମ ତଥା ଗୋରୁଗାଇ’ଙ୍କ ଫାଟୁଆ ଓ ମୁହଁ ରୋଗ ନିୟନ୍ତ୍ରଣ ସମ୍ପର୍କରେ ଚାଷୀ ମାନଙ୍କୁ ବୁଝାଇ ସଚେତନ କରାଇଥିଲେ ।
ଏହି କାର୍ଯ୍ୟକ୍ରମ’ରେ ଅନ୍ୟମାନଙ୍କ ମଧ୍ୟରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ଶ୍ରୀ କରୁଣାକର ଭୂୟାଁ ଓ କୃଷି ଓବରସିଅର ଶ୍ରୀମତୀ ମନୋରମା ସେଠୀ ପ୍ରମୁଖ ମଞ୍ଚାସିନ ରହି କେନ୍ଦ୍ର ସରକାର’ଙ୍କ ପ୍ରାୟୋଜିତ ସଂକଳ୍ପ ଶପଥ ସପ୍ତାହ ପାଳନ ସମ୍ପର୍କରେ ଆଲୋଚନା କରିଥିଲେ ।
ଏହି ଅବସର’ରେ ଉପସ୍ଥିତ ସମସ୍ତ ମହିଳା ଓ ପୁରୁଷ ଚାଷୀ’ଙ୍କ ସମେତ ଗ୍ରାମବାସୀ’ଙ୍କୁ ନେଇ ଏକ ସଂକଳ୍ପ ଓ ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହ ୨୦ ଜଣ ଚାଷୀ’ଙ୍କୁ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ କରା ଯାଇଥିଲା ।
ସମସ୍ତ କାର୍ଯ୍ୟକ୍ରମ’କୁ ଶ୍ରୀ ରାକେଶ ପାଣିଗ୍ରାହୀ , ବ୍ଲକ୍ କୁସ ଏସୋସିଏଟ୍ ଆରତୀ ଅସ୍ମିତା ସାମଲ ଏବଂ ନାଏବ ସରପଞ୍ଚ ଶ୍ରୀମତୀ ସୁନୀ ଗମାଙ୍ଗ ପ୍ରମୁଖ ପରିଚାଳନା ଓ ସହଯୋଗ କରିଥିଲେ ।
———————————————-
ଗଣେଶ କୁମାର ରାଜୁ
ପାରଳାଖେମୁଣ୍ଡି (ଗଜପତି)
———————————————-