ବାଲିବରେଇ ମଣ୍ଡଳ ବିଜେପି ର ପ୍ରମୁଖ କାର୍ଯ୍ୟକର୍ତ୍ତା ଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ସାଙ୍ଗଠନିକ ବୈଠକ

IMG-20231007-WA0030
Share

ବାଲିବରେଇ ମଣ୍ଡଳ ବିଜେପି ର ପ୍ରମୁଖ କାର୍ଯ୍ୟକର୍ତ୍ତା ଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ସାଙ୍ଗଠନିକ ବୈଠକ

 

ବାଲିବରେଇ ମଣ୍ଡଳ ବିଜେପି ର ପ୍ରମୁଖ କାର୍ଯ୍ୟକର୍ତ୍ତା ଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ସାଙ୍ଗଠନିକ ବୈଠକ ଧନୁର୍ଜୟପୁର ପଂଚାୟତ ର ଗହଳଡାହି ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ମଣ୍ଡଳ ର ନୂତନ ଭାବେ ସଭାପତି ଦାଇତ୍ୱ ନେଇଥିବା ସତ୍ୟଜିତ ବେହେରା ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସାଙ୍ଗଠନିକ ବୈଠକରେ ପ୍ରତ୍ୟେକ ବୁଥ ର ସଭାପତି ,ବରିଷ୍ଠ କାର୍ଯ୍ୟକର୍ତ୍ତା, ମଣ୍ଡଳ କମିଟି ର ପଦାଧିକାରୀ ଙ୍କ ସମେତ ନୂତନ ଭାବେ ନିଯୁକ୍ତ ମୋର୍ଚ୍ଚା ସଭାପତି ମାନେ ଯୋଗଦେଇ ବିଜେପି କୁ ତୃଣମୁଳ ସ୍ତରରୁ ମଜବୁତ କରି ନିର୍ବାଚନ କୁ ଯିବା ପାଇଁ ବିଭିନ୍ନ ପ୍ରସଙ୍ଗ ଉପରେ ନିଜ ନିଜର ମତ ମନ୍ତବ୍ୟ ରଖିଥିଲେ। ଆନନ୍ଦପୁର ବିଜେପି ନେତା ଆଲୋକ ସେଠି ଓ ଜିଲ୍ଲା ସାଧାରଣ ସମ୍ପାଦକ ଜ୍ଞାନରଞ୍ଜନ ସାମନ୍ତ ସିଂହାର , ବିବେକାନନ୍ଦ ରାଉତ ଯୋଗଦେଇ ନିର୍ବାଚନ ବିଷୟକ ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ। ଏ ବୈଠକରେ ପରମାନନ୍ଦ ନାୟକ, ଆର୍ତ୍ତବନ୍ଧୁ ନାୟକ, ନାରାୟଣ ସାମଲ, ବିଶ୍ୱନାଥ ରାଉତ, କମଳା ମହାରଣା, ରାଜେଶ ସାହୁ, ଶେଖ ମୁସ୍ତାକ, ବୃନ୍ଦାବନ ରାଉତ, ଶରତ ମଲ୍ଲିକ, ଅର୍ଜୁନ ନାୟକ,ବିଦ୍ୟାଧର ମହାନ୍ତି, ପ୍ରସନ୍ନ ଜେନା, ମନୋଜ ଖମାରି, ନରହରି ସେଣ, ଅମର ନାୟକ, ଶ୍ରୀଧର ମଲ୍ଲିକ, ଭକ୍ତ ସାମଲ, ପ୍ରେମାନନ୍ଦ ନାୟକ, ଅକ୍ଷୟ ସାହୁ, ଦୟାମୟ ପ୍ରଧାନ, ଭଗବାନ ନାୟକ, ଆଶିଷ ନାୟକ, ଜୟନ୍ତ ନାଇକ, ନାରାୟଣ ରାଉତ, ମିନତୀ ନାୟକ, ଟିକିଲ ନାୟକ, ଆର୍ତ୍ତତ୍ରାଣ ତ୍ରିପାଠୀ, ଙ୍କ ସମେତ ଶତାଧିକ ଛାମୁଆ କର୍ମୀ ଏ ବୈଠକରେ ଯୋଗଦେଇ ଚର୍ଚ୍ଚା ଅଲୋଚନରେ ଭାଗ ନେଇଥିଲେ।                                                                                                          କେନ୍ଦୁଝର ଜିଲ୍ଲା ରିପୋର୍ଟର ମନମୋହନ ନାୟକ।